ନୂଆଦିଲ୍ଲୀ: ସେନାକୁ ମିଳିଲା ସ୍ୱଦେଶୀ ସୁରକ୍ଷା କବଚ। ହିମାଳୟର ପୂର୍ବ ଲଦାଖ କିମ୍ବା ଉତ୍ତର ସିକ୍କିମ ଅଥବା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ଅଞ୍ଚଳରେ ମୁତୟନ କରାଯାଉଥିବା ଭାରତୀୟ ସୈନିକ ବର୍ତ୍ତମାନ ସ୍ୱଦେଶୀ ଗରମ ପୋଷାକ ପାଇବେ। ଏହି ପୋଷାକ ପ୍ରଣାଳୀ ଯେ କେବଳ ଯେ ପାଣିପାଗ କିମ୍ବା ଅତ୍ୟଧିକ ଥଣ୍ଡାରୁ ସୁରକ୍ଷା ପ୍ରଦାନ କରିବା ତାହ ନୁହେଁ ବରଂ ଏହାର ରକ୍ଷଣାବେକ୍ଷଣ ବହୁତ ସହଜ।  


COMMERCIAL BREAK
SCROLL TO CONTINUE READING

ଏଭଳି ବିଶେଷ ଧରଣର ପୋଷାକର ଓଜନ ବହୁତ କମ୍ ଏବଂ ଏହାକୁ ପିନ୍ଧିବା ଦ୍ୱାରା ସୈନିକ ସେମାନଙ୍କ କାର୍ଯ୍ୟକୁ ସହଜରେ କରିପାରିବେ। ଗତ ଡିସେମ୍ବର ୨୮ ତାରିରେ ପ୍ରତିରକ୍ଷା ଗବେଷଣା ଏବଂ ଅନୁସନ୍ଧାନ ସଙ୍ଗଠନ (Defence Research & Development Organisation) ଡିଆରଡ଼ିଓ (DRDO) ଏହି ପୋଷାକ ଜ୍ଞାନକୌଶଳକୁ ୫ଟି ସ୍ୱଦେଶୀ ସଂସ୍ଥାକୁ ଦେଇଛି ଏବଂ ସେମାନେ ଶୀଘ୍ର ଏହାର ଉତ୍ପାଦନ ଆରମ୍ଭ କରିବେ |


Also Read: ଆସନ୍ତା ବର୍ଷ ଠାରୁ ଡିଜିଟାଲ ୟୁନିଫର୍ମ ପିନ୍ଧିବ ଭାରତୀୟ ସେନା


ଏହି ସୁରକ୍ଷା କବଚର ନିର୍ମାଣ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ମେକ୍ ଇନ୍ ଇଣ୍ଡିଆ (Make in India) ପ୍ରକଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବ ବିବେଚନା କରାଯାଏ। ଅଦ୍ୟାବଧି ଦେଶର ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ମୁତୟନ ହେଉଥିବା ଭାରତୀୟ ସେନ୍ୟଙ୍କ ଲାଗି ବିଦେଶରୁ ବହୁତ ପୋଷାକ କିଣାଯାଉଥିଲା। ଏହି ସ୍ୱତନ୍ତ୍ର ଧରଣର ପ୍ରତିରକ୍ଷା ଉପକରଣକୁ ୦-୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ଅବସ୍ଥାପିତ ସୈନିଙ୍କୁ ପ୍ରଦାନ କରାଯିବ।


ଗତ ବର୍ଷ ମଧ୍ୟ ଭାଗରେ ପୂର୍ହବ ଲଦାଖସ୍ଥିତ ଗଲୱାନ ଉପତ୍ୟକାରେ ଚୀନ ହୋଇଥିବା ସଂଘର୍ଷ ପରେ ସୀମାରେ (Line of Actual Control) ଅତିରିକ୍ତ ୫୦ ହଜାର ଭାରତୀୟ ସୈନ୍ୟ ମୁତୟନ ହୋଇଛନ୍ତି। ଗତ ବର୍ଷ ସୈନିକଙ୍କ ଲାଗି ଆମେରିକାରୁ ସ୍ୱତନ୍ତ୍ର ପୋଷାକ ଆମଦାନୀ କରାଯାଇଥିଲା। ହେଲେ ବର୍ତ୍ତମାନ କେବଳ ଭାରତୀୟ କମ୍ପାନୀ ଏହି ପୋଷାକ ନିର୍ମାଣ କରିବେ।


Also Read: ପାରମ୍ପରିକ ନୁହେଁ ଏଣିକି ପୌରାଣିକ ଅସ୍ତ୍ରରେ ଶତ୍ରୁ ପକ୍ଷ ସହ ଲଢିବ Indian Army


 ଡିଆରଡ଼ିଓ ଦ୍ୱାରା ପ୍ରସ୍ତୁତ ପୋଷାକ ୩ ସ୍ତରରେ ପିନ୍ଧାଯାଏ ଏବଂ ୧୫ ଡିଗ୍ରୀରୁ -୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ଆରାମରେ ପିନ୍ଧାଯାଇ ପାରିବ। ଏହି ପୋଷାକକୁ ଜଳ-ବାୟୁ ରୋଧକ ଭାବେ ପ୍ରସ୍ତୁତ କରାଯାଇଛି ଯାହା ହିମାଳୟ ପାର୍ବତ୍ୟାଞ୍ଚଳରେ ହେଉଥିବା ତୁଷାରପାତ କିମ୍ବା ସେଠାରେ ପ୍ରବାହିତ ହେଉଥିବା ଥଣ୍ଡା ପବନରୁ ରକ୍ଷା କରିବ। 


ଏହାକୁ ପିନ୍ଧିବା ଶରୀରର କୌଣସି ଅଙ୍ଗକୁ ସହଜରେ ଗତିଶୀଳ କରାଯାଇ ପାରିବ ଏବଂ ଏଥିରେ କୌଣସି ବାଧା ରହିବ ନାହିଁ। କେବଳ ଗୋଟିଏ ସ୍ତର ପିନ୍ଧି ୧୫ ଡିଗ୍ରୀ ତାପମାତ୍ରାରେ କାମ କରାଯାଇ ପାରିବ ଯେତେବେଳେ ସମସ୍ତ ୩ଟି ସ୍ତର ସହିତ -୫୦ ଡିଗ୍ରୀ ତାପମାତ୍ରାର ଶୀତକୁ ଆରାମରେ ସହ୍ୟ କରିପାରା ଯାଇପାରିବ। ଆବଶ୍ୟକତା ଅନୁସାରେ ଏହାକୁ ବିଭିନ୍ନ ସ୍ତରରେ ପିନ୍ଧାଯାଇପାରିବ।


Also Read: ଜଳ, ସ୍ଥଳ, ଆକାଶ ପରେ ବରଫ ପାହାଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି Indian Army


ଏହି ପୋଷାକ ବ୍ୟାକ୍ଟେରିଆ ବଢିବାକୁ ଦିଏ ନାହିଁ। ଏହାକୁ ଧୋଇବାର କୌଣସି ଆବଶ୍ୟକତା ନାହିଁ। ଏହି ପୋଷାକ ପରିକଳ୍ପନା କରୁଥିବା ଡିଆରଡିଓ ପରୀକ୍ଷାଗାର (DRDO DIPAS Lab) ନିର୍ଦ୍ଦେଶକ ଡକ୍ଟର ରାଜୀବ ଭର୍ସନ କହିଛନ୍ତି ଯେ ଏହି ପୋଷାକ ଡିଜାଇନ୍ କରିବା ସମୟରେ ଶରୀରର ଉତ୍ତାପକୁ ରୋକିବା ସହିତ ଏହାର ଆରାମପ୍ରଦ ବ୍ୟବହାର ଉପରେ ଧ୍ୟାନ ଦିଆଯାଇଛି। ଏହାକୁ ଦୀର୍ଘ ସମୟ ଧରି ପିନ୍ଧିବା ଦ୍ୱାରା ସୈନିକ ଥକିବେ ନାହିଁ। ଏହା ସେମାନଙ୍କୁ ଶୀତ ଏବଂ ତୁଷାରପାତରୁ ରକ୍ଷା କରିବ। ସେନା ଦାବି ଅନୁସାରେ ପୋଷାକ ଓଜନ କମ୍ ରଖାଯାଇଛି। ଯାହା ଦ୍ୱାରା ସୈନିକଙ୍କୁ ନିଜ କର୍ତ୍ତବ୍ୟ ପାଳନ କରିବା ସମୟରେ ଅତିରିକ୍ତ ଚାପ ଉଠାଇବାକୁ ପଡିବ ନାହିଁ। ବିଦେଶରୁ ଆମଦାନୀ ହେଉଥିବା ପୋଷାକ ଠାରୁ ଏହାର ମୂଲ୍ୟ କମ୍  ଏବଂ ଏହା ବହୁ ବୈଦେଶିକ ମୁଦ୍ରା ଦେଶରେ ସଞ୍ଚିତ ହୋଇପାରିବ।