ଆସନ୍ତା ବର୍ଷ ଠାରୁ ଡିଜିଟାଲ ୟୁନିଫର୍ମ ପିନ୍ଧିବ ଭାରତୀୟ ସେନା
Advertisement
Article Detail0/zeeodisha/odisha1039531

ଆସନ୍ତା ବର୍ଷ ଠାରୁ ଡିଜିଟାଲ ୟୁନିଫର୍ମ ପିନ୍ଧିବ ଭାରତୀୟ ସେନା

ପ୍ରାୟ ୫ ପ୍ରକାରର ୟୁନିଫର୍ମ ବ୍ୟବହାର କରିଥାଏ ଭାରତୀୟ ସେନା।

ଆସନ୍ତା ବର୍ଷ ଠାରୁ ଡିଜିଟାଲ ୟୁନିଫର୍ମ ପିନ୍ଧିବ ଭାରତୀୟ ସେନା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ସୈନିକଙ୍କ ଲାଗି ଏକ ହାଲୁକା ଏବଂ ଅଧିକ ଜଳବାୟୁ ଅନୁକୂଳ ଗଣପୋଷାକ ଅର୍ଥାତ ୟୁନିଫର୍ମ ଆଣିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା ଯାହାକୁ ଯୁଦ୍ଧ ସମୟରେ ପିନ୍ଧାଯାଇପାରିବ। ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖରେ ଆର୍ମି ଡେ ପ୍ୟାରେଡରେ ଏହି ନୂତନ ୟୁନିଫର୍ମକୁ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଛି ସେନା। 

ବ୍ୟାପକ ବିଚାର ବିମର୍ଶ ପରେ ସୈନିକ ବ୍ୟବହାର କରୁଥିବା ଗଣ ପୋଷାକକୁ ପରିବର୍ତ୍ତନ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେଇଛି ଭାରତୀୟ ସେନା। ଏହି ନୂତନ ପୋଷାକ ଉଭୟ ଗ୍ରୀଷ୍ମ ଏବଂ ଶୀତ ଋତୁରେ ସୈନିକଙ୍କ ଲାଗି ଆରାମଦାୟକ ହେବ। ସୈନ୍ୟ ନିୟୋଜନ କ୍ଷେତ୍ର ଏବଂ ଜଳବାୟୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ପରିକଳ୍ପନା କରାଯାଇଛି। ଏହି ନୂତନ ୟୁନିଫର୍ମରେ ଆମେରିକାର ସେନା ଭଳି ଏକ ଡିଜିଟାଲ୍ ପ୍ୟାଟର୍ଣ୍ଣ ରହିବ। ଗତବର୍ଷ  ନୌସେନା ଏହାର ୟୁନଫର୍ମ ପ୍ରଚଳନ କରିଥିଲା। 

Also Read: ଚୀନ ଗୁଳି ଆଗରେ ଫେଲ୍ ଭାରତୀୟ ବୁଲେଟ ପ୍ରୁଫ୍ ଜ୍ୟାକେଟ

ଏହି ସୈନ୍ୟ ୟୁନିଫର୍ମକୁ ଅଧିକ ଆରାମଦାୟକ ଏବଂ ସ୍ମାର୍ଟ କରିବା ପାଇଁ ସେନା ମୁଖ୍ୟାଳୟ ଠାରୁ ଆରମ୍ଭ କରି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ସୈନ୍ୟ ଶିବିର ଠାରୁ ପରାମର୍ଶ ନିଆଯାଇଥିଲା। ଏହା ପରେ ଦୁନିଆର ବିଭିନ୍ନ ସୈନ୍ୟବାହିନୀ ୟୁନିଫର୍ମ ଉପରେ  ପରୀକ୍ଷା କରାଯାଇଥିଲା। ନୂତନ ଯୁଗର ପରିବର୍ତ୍ତନକୁ ବିଚାରକୁ ନେଇ, ପରିବର୍ତ୍ତିତ ଯୁଦ୍ଧର ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ପରେ ବିଭିନ୍ନ ଅଞ୍ଚଳର ପାଣିପାଗ ଅନୁଯାୟୀ ପ୍ରତ୍ୟେକ ବିକଳ୍ପକୁ ବିଚାର କରାଯାଇଥିଲା। 

Also Read: ଜଳ, ସ୍ଥଳ, ଆକାଶ ପରେ ବରଫ ପାହାଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି Indian Army

ଚତୁର୍ଥ ଥର ଲାଗି ପରିବର୍ତ୍ତିତ ହେବାକୁ ଯାଉଛି ଭାରତୀୟ ସେନା ୟୁନିଫର୍ମ। ଦେଶ ସ୍ୱାଧିନ ହେବା ପରେ ପ୍ରଥମ ଥର ପାଇଁ ଏହାକୁ ପାକିସ୍ତାନୀ ସେନା ୟୁନିଫର୍ମ ଠାରୁ ଅଲଗା ରଖିବା ପାଇଁ ଏହାକୁ ଖାକି ରଙ୍ଗରୁ ସବୁଜ ରଙ୍ଗରେ ପରିବର୍ତ୍ତନ କରାଯାଇଥିଲା। ପାକିସ୍ତାନୀ ସେନା ଏବେ ମଧ୍ୟ ଖାକି ୟୁନିଫର୍ମ ବ୍ୟବହାର କରୁଛି। ଏହା ପରେ ୧୯୮୦ ମସିହାରେ ଭାରତୀୟ ସୈନିକଙ୍କ ୟୁନିଫର୍ମକୁ ପରିବର୍ତ୍ତନ କରାଯାଇଥିଲା। ପ୍ରାୟ ୫ ପ୍ରକାରର ୟୁନିଫର୍ମ ବ୍ୟବହାର କରିଥାଏ ଭାରତୀୟ ସେନା। ସମୟ, ଅବସ୍ଥା ଏବଂ ଋତୁ ଅନୁସାରେ ଭିନ୍ନ ଭିନ୍ନ ଧରଣର ୟୁନିଫର୍ମ ପିନ୍ଧିଥାନ୍ତି ଭାରତୀୟ ସୈନିକ।