ବର୍ବରତାକୁ ଭୁଲି ଅନ୍ନଦାତା ଧର୍ମ ପାଳନ କଲେ କୃଷକ!
ଲୁହବୁହା ଗ୍ୟାସ, ପାଣି ମାଡ ସହ ଲାଠି ଚାର୍ଜ କରିଛି। କୃଷକ (farmer) ଆସୁଥିବା ରାସ୍ତାକୁ ଖୋଳିବା ସହ ମାଟି ଭର୍ତ୍ତି ଟ୍ରକରେ ବେରିକେଡ ତିଆରି କରିଛି।
ନୂଆଦିଲ୍ଲୀ: ଆମ ଦେଶରେ କୃଷକଙ୍କୁ ଅନ୍ନଦାତା କୁହାଯାଏ। ସେ ଭୋକରେ ରହି ମଧ୍ୟ ଅନ୍ୟର ପେଟ ପୁରାଇବାକୁ ସବୁବେଳେ ଚେଷ୍ଟା କରେ। ଯାହାର ଏକ ଜ୍ୱଳନ୍ତ ଉଦାହରର ଦିଲ୍ଲୀ ହରିୟାଣା ସୀମାରେ ଦେଖିବାକୁ ମିଳିଛି। କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ପୋଲିସକୁ ଲଙ୍ଗର ଦେଇଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Also Read: ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖ୍ୟାନ, ନଡ୍ଡାଙ୍କ ଘନଘନ ବୈଠକ
କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ (new farmer bill) କୁ ବିରୋଧ କରି ହାଜାର ହଜାର ସଂଖ୍ୟକ କୃଷକ ଦିଲ୍ଲୀ-ହରିୟାଣା ଓ ପଞ୍ଜାବ ସୀମାରେ ଏକତ୍ରୀତ ହୋଇଛନ୍ତି। ସେମାନେ ଲଗାତାର ଦିଲ୍ଲୀ (Delhi) ଅଭିମୁଖେ ଯିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସୀମାରେ ତାଙ୍କୁ ପୋଲିସ ଅଟକାଇବା ପାଇଁ ନାହିଁ ନଥିବା ହାତକଣ୍ଡା ଆପଣାଇଛି। ଲୁହବୁହା ଗ୍ୟାସ, ପାଣି ମାଡ ସହ ଲାଠି ଚାର୍ଜ କରିଛି। କୃଷକ (farmer) ଆସୁଥିବା ରାସ୍ତାକୁ ଖୋଳିବା ସହ ମାଟି ଭର୍ତ୍ତି ଟ୍ରକରେ ବେରିକେଡ ତିଆରି କରିଛି।
ପୋଲିସର ଏକେ ବର୍ବରତା ସହି ମଧ୍ୟ ଚାଷୀ ତାର ଅନ୍ନଦାତା (Annadata) ଧର୍ମକୁ ପାଳନ କରିଛି। ଆନ୍ଦୋଳନକାରୀ କୃଷକ (farmer protest) ପାଇଁ ପ୍ରସ୍ତୁତ ହୋଇଥିବା ଲଙ୍ଗରରେ ପୋଲିସ କର୍ମୀଙ୍କୁ ସାମିଲ କରିଛି। ଯହାକୁ ଗୁରୁଙ୍କ ଶିକ୍ଷାର ପ୍ରତିଫଳନ ବା ମାନବୀକତା କୁହାଯାଇ ପାରେ। ଏହି ଲଙ୍ଗର (Langar) ର ଏକ ଭିଡିଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ (Harsimrat Kaur Badal) ସେୟାର କରିଛନ୍ତି। ଆଉ ଏହି ଭିଡିଓ ଦେଖି କେନ୍ଦ୍ର ସରକାର ନିଜର ଧର୍ମ ପାଳନ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।
Also Read: ଆନ୍ଦୋଳନରୁ ଓହରିବେ ଅନ୍ନଦାତା! ନୂଆ ରଣନୀତି ପ୍ରସ୍ତୁତ କଲେ ଅମିତ ଶାହା
କୁହାଯାଉଛି, ଏହି ଭିଡିଓଟି ଦିଲ୍ଲୀ-ହରିୟାଣା ସୀମାନ୍ତ ଜାତୀୟ ରାଜପଥ ୧ରେ ସୁଟିଂ କରାଯାଇଛି। ସ୍ଥାନୀୟ ଏକ ଗୁରୁଦ୍ୱାରା ପକ୍ଷରୁ ଗୁରୁବାର ଆନ୍ଦୋଳନକାରୀ କୃଷକଙ୍କ ପାଇଁ ଲଙ୍ଗର ବ୍ୟବସ୍ଥା କରାଯାଇଥିଲା। ଆଉ ସେଥିରେ କାର୍ଯ୍ୟରତ ପୋଲିସ କର୍ମୀଙ୍କୁ ବି ନିମନ୍ତ୍ରଣ ଦିଆଯାଇଥିଲା। ଭିଡିଓରେ ଲାଇନରେ ବସି ପୋଲିସକର୍ମୀମାନେ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳୁଛି। ତାଙ୍କ ନିକଟରେ ଲାଠି ମଧ୍ୟ ରହିଛି।