ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖାଦେଇଛି ଦିଲ୍ଲୀ ଭଳି ସ୍ଥିତି। କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ରାଜ୍ୟର ୨୧ଟି ଜିଲ୍ଲାରୁ ହଜାର ହଜାର କୃଷକ ମୁମ୍ବାଇ ମୁହାଁ ହୋଇଛନ୍ତି। ସୋମବାର ମୁମ୍ୱାଇର ଆଜାଦ ମଇଦାନରେ ଏକ ବିଶାଳ ସମାବେଶ ହେବ। ଏଥିରେ ମହା ବିକାଶ ଅଘାଡି ମେଣ୍ଟର ସଦସ୍ୟ ତଥା NCP ମୁଖ୍ୟ ସରଦ ପାୱାର ଯୋଗ ଦେଇପାରନ୍ତି।


COMMERCIAL BREAK
SCROLL TO CONTINUE READING

ମୁମ୍ୱାଇ (Mumbai) ସହରର ପ୍ରାୟ ସମସ୍ତ ପ୍ରବେଶ ପଥ ତଥା ଟୋଲ ପ୍ଲାଜାରେ ଜବରଦସ୍ତ ଭିଡ ଦେଖିବାକୁ ମିଳିଛି। ଅଲ୍ ଇଣ୍ଡିଆ କିସାନ୍ (All India Kisan Sabh) ସଭା, ମହାରାଷ୍ଟ୍ର ୟୁନିଟର ୧୫ ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ କାର୍, ଜିପ୍, ଭ୍ୟାନ୍, ଟ୍ରକ ଓ ଟ୍ରାକ୍ଟରରେ ନାଲି ପତାକା ଉଡ଼ାଇ ସହର ଭିତରକୁ ପ୍ରବେଶ କରିଛନ୍ତି। ଅନେକ କୃଷକ ବ୍ୟାନର ଧରି ନାସିକ (Nasik) ରୁ ପ୍ରାୟ ୧୮୦ କିମି ଚାଲିଚାଲି ଆସିଥିବା ବି ଦେଖିବାକୁ ମିଳିଛି।


Also Read: ଗୋଳିଆ ପାଣିରେ କୃଷକ ଆନ୍ଦୋଳନ, 'ସୁଟର' ଯୋଗେଶର ୟୁଟର୍ଣ୍ଣ


ସୋମବାର ଆଜାଦ ମଇଦାନ (Azad Maidan) ରେ ବିଶାଳ ସମାବେଶ ସହ ରାଲି ଅନୁଷ୍ଠିତ ହେବ। ଏଥିରେ NCP ମୁଖ୍ୟ ସରଦ ପାୱାର (Sharad Pawar) ଯୋଗଦେବାର କାର୍ଯ୍ୟକ୍ରମ ଅଛି। ୨ ସପ୍ତାହ ତଳେ ପାୱାର ସରକାରଙ୍କୁ କୃଷି ଆଇନ (Farm Law) ପ୍ରତ୍ୟାହାର ନେଇ ଚେତାବନୀ ଦେଇଥିଲେ। ସେ ଦିଲ୍ଲୀ (Delhi) ରେ ସୀମାରେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ କରୁଥିବା ବି ଘୋଷଣା କରିଛନ୍ତି। ସେପଟେ ମହା ବିକାଶ ଅଘାଡିର ମେଣ୍ଟ ସଦସ୍ୟ କଂଗ୍ରେସ ମଧ୍ୟ କୃଷକ ଆନ୍ଦୋଳନ (Farmer Protest) କୁ ସମର୍ଥନ ଦେଇଛି।