ଗୋଳିଆ ପାଣିରେ କୃଷକ ଆନ୍ଦୋଳନ, 'ସୁଟର' ଯୋଗେଶର ୟୁଟର୍ଣ୍ଣ
Advertisement
Article Detail0/zeeodisha/odisha833899

ଗୋଳିଆ ପାଣିରେ କୃଷକ ଆନ୍ଦୋଳନ, 'ସୁଟର' ଯୋଗେଶର ୟୁଟର୍ଣ୍ଣ

ଶୁକ୍ରବାରର ପ୍ରେସ କନଫରେନ୍ସ ପରେ କୃଷକ ଆନ୍ଦୋଳନ (farmer protest) ରେ ଧରାପଡିଥିବା ସୁଟରକୁ ହରିୟାଣା ପୋଲିସ (Hariyana Police) କୁ ହସ୍ତାନ୍ତର କରାଯାଇଛି। ଏହାରି ଭିତରେ ସୁଟର ନିଜର ଭିଡିଓ ବାର୍ତ୍ତା ଜାରି କରିଛି।

ଗୋଳିଆ ପାଣିରେ କୃଷକ ଆନ୍ଦୋଳନ, 'ସୁଟର' ଯୋଗେଶର ୟୁଟର୍ଣ୍ଣ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଶୁକ୍ରବାର ଜଣେ ସୁଟରକୁ ଧରିଥିବା ଆନ୍ଦୋଳନକାରୀ କୃଷକ ନେତାମାନେ ଦାବି କରିଥିଲେ। ଏପରି କି ଉକ୍ତ ସୁଟରକୁ ନେଇ ଏକ ପ୍ରେସ କନଫରେନ୍ସ ମଧ୍ୟ କରାଯାଇଥିଲା। ତେବେ ଅଟକ ସୁଟର ବର୍ତ୍ତମାନ ତାଙ୍କ ବୟାନ ବଦଳାଇଛନ୍ତି। ସେପଟେ କୃଷକ ନେତାମାନେ ନିଜର ସଫେଇ ଦେଇଛନ୍ତି।

ଶୁକ୍ରବାରର ପ୍ରେସ କନଫରେନ୍ସ ପରେ କୃଷକ ଆନ୍ଦୋଳନ (farmer protest) ରେ ଧରାପଡିଥିବା ସୁଟରକୁ ହରିୟାଣା ପୋଲିସ (Hariyana Police) କୁ ହସ୍ତାନ୍ତର କରାଯାଇଛି। ଏହାରି ଭିତରେ ସୁଟର ନିଜର ଭିଡିଓ ବାର୍ତ୍ତା ଜାରି କରିଛି। ଯେଉଁଠି ସେ ନିଜର ଶୁକ୍ରବାର ବୟାନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଯେଉଁ ଅଭିଯୋଗ ପୋଲିସ ଉପରେ ଥିଲା ତାହାକୁ ଆନ୍ଦୋଳନକାରୀ କୃଷକଙ୍କ ନାଁରେ ଆଣିଛନ୍ତି। 

Also Read: କୃଷକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କଠୁ ଅଧିକ ପ୍ରଭାବୀ ବିରୋଧି!

ସୁଟରଙ୍କ କହିବା ଅନୁସାରେ ତାଙ୍କ ନାମ, ଯୋଗେଶ ସିଂହ (Jogesh Singh) ଏବଂ ସେ ସୋନିପତର ବାସିନ୍ଦା। କୌଣସି କାମ ପାଇଁ ସେ ଦିଲ୍ଲୀସ୍ଥିତ ମାମୁଁ ଘରକୁ ଆସିଥିଲେ। ଦିଲ୍ଲୀ ପୋଲିସ (Delhi Police) ତାଙ୍କୁ ନରେଲାରୁ ଆଗକୁ ଯିବାରେ ସାହାଯ୍ୟ କରିଥିଲେ। ୧୯ ତାରିଖରେ କୁଣ୍ଡଳି ଅଞ୍ଚଳରେ କିଛି ଆନ୍ଦୋଳନକାରୀ କୃଷକ ତାଙ୍କୁ ଧରି ଥିଲେ। କିନ୍ତୁ ସେ ସେତେବେଳେ କୌଣସି ଝିଅଙ୍କୁ କିଏ ଦୁର୍ବ୍ୟବହାର କରୁଛନ୍ତି ବୋଲି ମିଛ କହିଥିଲେ।

ଏହାପରେ ଯୋଗେଶ ପୁଣି କହିଛନ୍ତି ଯେ, ମିଛ ଦୁର୍ବ୍ୟବହାର କଥା ଶୁଣି କୃଷକମାନେ ତାଙ୍କୁ ଆନ୍ଦୋଳନ ସ୍ଥଳକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ପେଣ୍ଟ ଖୋଲି ନିସ୍ତୁକ ମାଡ ମାରିଥିଲେ। ଖାଇବାକୁ ବି ଦେଇଥିଲେ। ପୁଣି ତାଙ୍କୁ ମଦ୍ୟପାନ କରାଇ ପୁଣି ମାରିଥିଲେ। ଯୋଗେଶଙ୍କ ସହ ଅନ୍ୟ ୪ ଜଣଙ୍କୁ ବି କୃଷକମାନେ ଉଠାଇ ଆଣିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜୀବନରେ ମରା ଯାଇଥିବା ଯଗେଶ ଦାବି କରିଛି।

Also Read: ଷଡ଼ଯନ୍ତ୍ର: ଚାଷୀଙ୍କୁ ଗୁଳି କରିବାକୁ ଆନ୍ଦୋଳନରେ ସୁଟର, ଜଣେ ଗିରଫ

ତେବେ ଶୁକ୍ରବାରର ପ୍ରେସ କନଫରେନ୍ସରେ ଚାପ ପକାଇ ଯୋଗେଶକୁ କାହାଣୀ କହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଟ୍ରାକ୍ଟର ରାଲି (Tractor Rally) ରେ ହିଂସାକାଣ୍ଡ ଘଟାଇବା, ନେତାଙ୍କୁ ହତ୍ୟା କରିବା ଓ ଏହାର ଦୋଷ ପୋଲିସ ଉପରେ ଲଦିବାକୁ କୃଷକନେତାମାନେ ଚାପ ପକାଇଥିବା ଯୋଗେଶ କହିଛନ୍ତି। ସେପଟେ ଯୋଗେଶର ସମ୍ପୂର୍ଣ୍ଣ ଅଭିଯୋଗକୁ ଆନ୍ଦୋଳନକାରୀ କୃଷକ ସଙ୍ଗଠନ (Farmer Union) ଖଣ୍ଡନ କରିଛନ୍ତି। ଯୋଗେଶକୁ ମୋହରା କରି କୃଷକ ଆନ୍ଦୋଳନ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି କୃଷନେତାମାନେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରାବର ଦିନ ଯୋଗେଶ ସିଂହଙ୍କୁ କୃଷକ ନେତାମାନେ ଅଟକ ରଖିଥିଲେ। ସେ କୃଷକ ଆନ୍ଦୋଳନରେ ହିଂସା ଘଟାଇବା ସନ୍ଦେହ ହେବାକୁ ଏକ ପ୍ରେସ କନ୍ଫରେନ୍ସ ମଧ୍ୟ କରାଯାଇଥିଲା। ଯେଉଥିଲେ, ଯେଗେଶ କହିଥିଲେ ଯେ, କୃଷକ ଆନ୍ଦୋଳନ ଓ ଜାନୁଆରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ ହିଂସା ସୃଷ୍ଟି କରିବାକୁ ଜଣେ SHO ବା ଥାନା ଅଧିକାରୀ ଟଙ୍କା ଦେଇଛନ୍ତି। ପୋଲିସ ବେଶରେ ରହି ଲାଠି ଚାର୍ଚ୍ଚା କରିବା ସହ ୪ ଜଣ କୃଷକ ନେତାଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ୧୦ ଜଣିଆ ଟିମ ମୁତୟନ ହୋଇଥିବା ବେଳେ ସେଥିରେ ୨ ଜଣ ମହିଳା ଅଛନ୍ତି।

ତେବେ ଏବେ ଯୋଗେଶଙ୍କ ବୟାନ ବଦଳାଇବା ପରେ ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

Also Read: ଷଡଯନ୍ତ୍ର; ଗିରଫ ସୁଟର ଦେଲା ଚାଞ୍ଚଲ୍ୟକର ବୟାନ

  • ଯୋଗେଶଙ୍କ ଉଦ୍ଦେଶ୍ୟ ଯଦି ମନ୍ଦ ନଥିଲା ତେବେ ଆନ୍ଦୋଳନକାରୀ କୃଷକଙ୍କୁ ସେ କାହିଁକି ମିଛ କହିଲେ? 
  • ସରକାରଙ୍କୁ ଯଦି ବଦନାମ କରିବାର ଥିଲା ତେବେ ଯୋଗେଶଙ୍କୁ ହିଁ କାହିଁକି ଚୟନ କରାଗଲା?
  • କୃଷକ ଆନ୍ଦୋଳନରେ ଯୋଗେଶଙ୍କ ସହ ଅଟକ ଅନ୍ୟ ୪ ଜଣ ଗଲେ କୁଆଡେ?
  • ଯଦି ଆନ୍ଦୋଳନକାରୀ କୃଷକ ହତ୍ୟାକାରୀ, ତେବେ ଯୋଗେଶଙ୍କୁ କାହିଁକି ପୋଲିସକୁ ହସ୍ତାନ୍ତର କରାଗଲା?
  • ପୋଲିସ ହେପାଜତରେ ଯୋଗେଶ ଭିଡିଓ ବାର୍ତ୍ତା କେମିତି ପଠାଇଲେ?
  • ଯୋଗେଶଙ୍କର ମେଡିକାଲ ଟେଷ୍ଟ ହୋଇଛି ନା ନାହିଁ?
  • ଯେଗେଶଙ୍କ ବୟାନ ପରେ ଆନ୍ଦୋଳନକାରୀ କୃଷକଙ୍କ ଉପରେ ମାମଲା ରୁଜୁ ହୋଇଛି କି?
  • ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁଇନ୍ଦା ସଂସ୍ଥାମାନେ କଣ ପଦକ୍ଷେପ ଗ୍ରହଣ କରିଛନ୍ତି?
  • ଖଲିସ୍ଥାନୀ ଆତଙ୍କୀ ଉପରେ ନଜର ରଖିଥିବା ଦିଲ୍ଲୀ ପୋଲିସ ପାଖରେ ଯୋଗେଶର ସୂଚନା ନଥିଲା କି?