Cuban Dictator Fidel Castro: ଇତିହାସରେ ଆପଣ ଅନେକ ଏକଛତ୍ରବାଦୀ ଶାସକଙ୍କ ବାବଦରେ ପଢିଥିବେ। ଯେଉଁମାନେ ନିଜର କାରନାମା ପାଇଁ ଇତିହାସ ପୃଷ୍ଠାରେ ନିଜ ନାମକୁ ସାମିଲ କରିଛନ୍ତି। ଯଦି ଆପଣ ଏହି ସେମାନକଙ୍କ ଶାସନ ସମୟରେ କରିଥିବା କାରନାମା ବାବଦରେ ପଢନ୍ତି, ତାହେଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। 


COMMERCIAL BREAK
SCROLL TO CONTINUE READING

ଏଭଳି ଜଣେ ରାଷ୍ଟ୍ରାଧ୍ୟକ୍ଷ ହେଉଛନ୍ତି କାରିବିଆନ ଦେଶ କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରା। ଯାହାର ପ୍ରାୟ ୩୫ ହଜାର ମହିଳାଙ୍କ ସହ ସମ୍ପର୍କ ରହିଥିବା ଦାବି କରାଯାଇଛି। ଏହା ବ୍ୟତୀତ ତାଙ୍କୁ ହତ୍ୟା କରିବା ପାଇଁ ୬ ଶହରୁ ଅଧିକ ଥର ଉଦ୍ୟମ କରାଯାଇଥିଲା। ହେଲେ ସେ ପ୍ରତ୍ୟେକ ଥର ନିଜକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ବଞ୍ଚିଥିବା ଶତ୍ରୁ ପକ୍ଷ ତାଙ୍କୁ କୌଣସି କ୍ଷତି ପହଞ୍ଚାଇବା ଭଳି କାମ କରିବାରେ ସଫଳ ହୋଇନାହାଁନ୍ତି। 


ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋ (Cuban President Fidel Castro) ତାଙ୍କ ଶତ୍ରୁଙ୍କ ଚିନ୍ତାଧାରାରୁ ସର୍ବଦା ଦୁଇ ପାଦ ଆଗରେ ରହୁଥିବା କୁହାଯାଏ। କୁହାଯାଏ ଯେ ଥରେ ଜଣେ ମହିଳା ତାଙ୍କୁ ହତ୍ୟା କରିବା ପାଇଁ ତାଙ୍କରକ ବାନ୍ଧବୀ ହୋଇଥିଲେ। ହେଲେ ଏହି ମହିଳା ଜଣଙ୍କ ତାଙ୍କୁ ହତ୍ୟା କରିବାରେ ସଫଳ ହୋଇପାରିଲେ ନାହିଁ। ପୂର୍ବତନ କ୍ୟୁବା ରାଷ୍ଟ୍ରାଧ୍ୟକ୍ଷ ଫିଡେଲ କାଷ୍ଟ୍ରୋଙ୍କ ଜୀବନ ସହ ଜଡିତ ରହିଛି ଅନେକ ରୋଚକ କାହାଣୀ। ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିବେ। 


Also Read: Shocking News: କ୍ରୂତା ପାଇଁ ପାଇଁ କୁଖ୍ୟାତ ଥିଲେ ଏହି ଏକଛତ୍ରବାଦୀ ଶାସକ, କରୁଥିଲେ ଡରାଇବା ଭଳି କାମ


ପୂର୍ବତନ କ୍ୟୁବା ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ରରେ ଅନେକ ମହିଳାଙ୍କ ସହ ତାଙ୍କର ରହିଥିବା ସମ୍ପର୍କ ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଉଲ୍ଲେଖ କରାଯାଇଛି। ଶତ୍ରୁ ପକ୍ଷ ବିଷାକ୍ତ ସିଗାରେଟ ଠାରୁ ଆରମ୍ଭ କରି ବିସ୍ଫୋରକ ସିଗାରେଟ୍ ବ୍ୟବହାର କରି ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ସେମାନଙ୍କ ଉଦ୍ୟମରେ ସଫଳ ହୋଇ ପାରିନଥିଲେ।


କ୍ରାନ୍ତିକାରୀ କ୍ୟୁବା ରାଜନେତା ଫିଡେଲ କାଷ୍ଟ୍ରୋଙ୍କ (Cuban Leader Fidel Castro) ଜନ୍ମ ୧୯୨୬ ମସିହା ଅଗଷ୍ଟ ୧୩ ତାରିଖରେ ଦେଶର ବିରାନ ଠାରେ ହୋଇଥିଲା। ବିଦ୍ରୋହ ମାଧ୍ୟମରେ ଫିଡେଲ କାଷ୍ଟ୍ରୋ କ୍ୟୁବା ଶାସନ ଗାଦି ଦଖଲ କରିଥିଲେ। ଫିଡେଲ କାଷ୍ଟ୍ରୋଙ୍କୁ କମ୍ୟୁନିଷ୍ଟ କ୍ୟୁବାର ପ୍ରତିଷ୍ଠାତ କୁହାଯାଏ। ୧୯୫୯ ମସିହାରେ ଫିଡେଲ କାଷ୍ଟ୍ରୋ କ୍ୟୁବାରେ ଏକ ବିଦ୍ରୋହ କରିଥିଲେ। ସେବା ଠାରୁ ୨୦୦୮ ପର୍ଯ୍ୟନ୍ତ କ୍ୟୁବାର ଶାସନ କ୍ଷମତା ତାଙ୍କ ନିୟନ୍ତ୍ରଣରେ ରହିଥିଲା। 


ନିଜର ଶାସନ କାଳରେ ବିଶ୍ୱ ରାଜନୀତିରେ ଆମେରିକା ନୀତିକୁ ସର୍ବଦା ବିରୋଧ କରୁଥିଲେ ପୂର୍ବତନ କ୍ୟୁବା ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋ। କେବଳ ଏତିକି ନୁହେଁ ସେ ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରିବାକୁ ପଛାଉ ନଥିଲେ। ଆମେରିକୀୟ ଗୁପ୍ତଚର ସଂସ୍ଥା ଫିଡେଲ କାଷ୍ଟ୍ରୋଙ୍କୁ ହତ୍ୟା କରିବା ପାଇଁ ଦୀର୍ଘ ଦିନ ଧରି ଏକ ଅଭିଯାନ ଚଳାଇ ରଖିଥିଲା। ହେଲେ ତାଙ୍କୁ ହତ୍ୟା କରିବା ପାଇଁ କରାଯାଉଥିବା ସମସ୍ତ ଉଦ୍ୟମ ସବୁବେଳେ ବିଫଳ ହୋଇଥିଲା। ଫିଡେଲ କାଷ୍ଟ୍ରୋଙ୍କ ଉପରେ ୬ ଶହରୁ ଅଧିକ ଆକ୍ରମଣ ଉଦ୍ୟମ ହୋଇଛି। ହେଲେ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। 


Also Read: Shocking News: ଇରାକ ମସଜିଦରେ ରହିଛି ସଦ୍ଦାମ ହୁସେନ୍‌ଙ୍କ ରକ୍ତ ସହିତ ଲିଖିତ କୁରାନ, ୬୦୫ ପୃଷ୍ଠା ପାଇଁ ଦେଇଥିଲେ ୨୬ ଲିଟର ରକ୍ତ


ଫିଡେଲ କାଷ୍ଟ୍ରୋଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ରରେ ତାଙ୍କର ୩୫ ହଜାର ମହିଳାଙ୍କ ସହ ତାଙ୍କର ସମ୍ପର୍କ ଥିବା ଦାବି କରାଯାଇଛି। ଏହି ପ୍ରକ୍ରିୟା ପ୍ରାୟ ୪ ଦଶନ୍ଧି ଧରି ଚାଲିଥିଲା। ଫିଡେଲ କାଷ୍ଟ୍ରୋ ତାଙ୍କର ଏକଛତ୍ରବାଦୀ (Cuban Dictator Fidel Castro) ଶାସନ ପାଇଁ ବିଶ୍ୱ ଇତିହାସରେ ଜଣାଶୁଣା। ଯିଏ କ୍ୟୁବା ଉପରେ ପ୍ରାୟ ୪୯ ବର୍ଷ ଧରି ଶାସନ କରିଥିଲେ। ଗତ ୨୦୦୮ ବର୍ଷରେ  ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋ ତାଙ୍କ ଭାଇଙ୍କୁ କ୍ୟୁବାର ଶାସନ ଗାଦି ହସ୍ତାନ୍ତର କରିଥିଲେ। ଆଜିର ଦିନରେ ୯୦ ବର୍ଷ ବୟସରେ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା।