Shocking News: ଇରାକ ମସଜିଦରେ ରହିଛି ସଦ୍ଦାମ ହୁସେନ୍‌ଙ୍କ ରକ୍ତ ସହିତ ଲିଖିତ କୁରାନ, ୬୦୫ ପୃଷ୍ଠା ପାଇଁ ଦେଇଥିଲେ ୨୬ ଲିଟର ରକ୍ତ
Advertisement

Shocking News: ଇରାକ ମସଜିଦରେ ରହିଛି ସଦ୍ଦାମ ହୁସେନ୍‌ଙ୍କ ରକ୍ତ ସହିତ ଲିଖିତ କୁରାନ, ୬୦୫ ପୃଷ୍ଠା ପାଇଁ ଦେଇଥିଲେ ୨୬ ଲିଟର ରକ୍ତ

Saddam Hussein: କ୍ରୁରତା ନୁହେଁ ନିଜର କେତେକ କାର୍ଯ୍ୟ ପାଇଁ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲେ ପୂର୍ବତନ ଇରାକ ରାଷ୍ଟ୍ରପତି ସଦ୍ଦାମ ହୁସେନ। ନିଜର ଶାସନ କାଳରେ ଅନେକ ବିଳାସପୂର୍ଣ୍ଣ ପ୍ରାସାଦ ଏବଂ ମସଜିଦ ନିର୍ମାଣ କରିଥିଲେ ସେ। ସଦ୍ୟ ଇରାକର ଏକ ମସଜିଦରେ ଏପରି ଏକ କୁରାନ ରଖାଯାଇଛି ଯାହାକୁ ସଦ୍ଦାମ ହୁସେନ୍‌ଙ୍କ ରକ୍ତରେ ଲେଖାଯାଇଛି।

Shocking News: ଇରାକ ମସଜିଦରେ ରହିଛି ସଦ୍ଦାମ ହୁସେନ୍‌ଙ୍କ ରକ୍ତ ସହିତ ଲିଖିତ କୁରାନ, ୬୦୫ ପୃଷ୍ଠା ପାଇଁ ଦେଇଥିଲେ ୨୬ ଲିଟର ରକ୍ତ

Iraqi Dictator Saddam Hussein: ବିଶ୍ୱର ବିଭିନ୍ନ ପ୍ରମୁଖ ଏକଛତ୍ରବାଦୀ ଶାସକଙ୍କ ମଧ୍ୟରୁ ପୂର୍ବତନ ଇରାକ ରାଷ୍ଟ୍ରପତି ସଦ୍ଦାମ ହୁସେନ ହେଉଛନ୍ତି ଅନ୍ୟତମ। ତାଙ୍କ ମୃତ୍ୟୁକୁ ୧୬ ବର୍ଷ ପୂରଣ ହୋଇଥିଲେ ମଧ୍ୟ ବିଭିନ୍ନ କାରଣକୁ ନେଇ ଏବେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ସଦ୍ଦାମ ହୁସେନ। ତାଙ୍କ ଜୀବନକୁ ନେଇ ଏପରି ଅନେକ କାହାଣୀ ରହିଛି ଯାହା ତାଙ୍କର ନିର୍ଦ୍ଦୟୟତାର ପ୍ରମାଣ ଦେଉଛି। କିଛି ଲୋକ ତାଙ୍କ ସମର୍ଥକ ଥିବାବେଳେ କେହି କେହି ତାଙ୍କୁ ଘୃଣ୍ୟ ନଜରରେ ଦେଖୁଥିଲେ। ଏକଦା ଆମେରିକାର ସବୁଠାରୁ ବଡ ଶତ୍ରୁ ପାଲିଟିଥିବା ସଦ୍ଦାମ ହୁସେନଙ୍କୁ ୨୦୦୬ ନଭେମ୍ବର ୫ ତାରିଖରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ବର୍ଷ ୩୦ ଡିସେମ୍ବରରେ ଫାଶୀ ପାଇଥିଲେ ପୂର୍ବତନ ଇରାକ ରାଷ୍ଟ୍ରପତି। 

କ୍ରୁରତା ନୁହେଁ ନିଜର କେତେକ କାର୍ଯ୍ୟ ପାଇଁ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲେ ପୂର୍ବତନ ଇରାକ ରାଷ୍ଟ୍ରପତି ସଦ୍ଦାମ ହୁସେନ। ନିଜର ଶାସନ କାଳରେ ଅନେକ ବିଳାସପୂର୍ଣ୍ଣ ପ୍ରାସାଦ ଏବଂ ମସଜିଦ ନିର୍ମାଣ କରିଥିଲେ ସେ। ସଦ୍ୟ ଇରାକର ଏକ ମସଜିଦରେ ଏପରି ଏକ କୁରାନ ରଖାଯାଇଛି ଯାହାକୁ ସଦ୍ଦାମ ହୁସେନ୍‌ଙ୍କ ରକ୍ତରେ ଲେଖାଯାଇଛି।

ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ନିଜର ଜୀବନ କାଳ ମଧ୍ୟରେ ସଦ୍ଦାମ ହୁସେନ ଏପରି କୁରାନ ପାଇଁ ଲେଖିବା ପାଇଁ ଆଦେଶ ଦେଇଥିଲେ। ଯାହାକୁ ଲେଖିବା ପାଇଁ କାଳୀ ବଦଳରେ ରକ୍ତ ବ୍ୟବହାର କରା ଯାଇଥିଲା। ଏହି କୁରାନକୁ ଲେଖିବା ପାଇଁ ନିଜେ ସଦ୍ଦାମ ହୁସେନ ରକ୍ତଦାନ କରିଥିଲେ। ଏହି କୁରାନ ପାଇଁ ସେ ୩ ବର୍ଷରେ ୨୬ ଲିଟର ରକ୍ତଦାନ କରିଥିଲେ। ଖବର ଅନୁଯାୟୀ ପ୍ରାୟ ପ୍ରତି ସପ୍ତାହରେ ଜଣେ ନର୍ସ ତାଙ୍କ ବାହୁରୁ ରକ୍ତ ସଂଗ୍ରହ କରୁଥିଲେ। ଆଜି ମଧ୍ୟ ଏହି ୬୦୫ ପୃଷ୍ଠା ବିଶିଷ୍ଟ   କୁରାନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଛି। ଏହାକୁ ଯେଉଁ ମସଜିଦ ଠାରେ ରଖାଯାଇଛି ତାହାକୁ ସଦ୍ଦାମ ହୁସେନ ଶାସନ କାଳରେ ନିର୍ମାଣ କରାଯାଇଥିଲା। 

ଆମେରିକା ଜର୍ଜାଟଉନ୍ ୟୁନିଭରସିଟି ସେଣ୍ଟର ଫର କଣ୍ଟେମ୍ପାର୍ଟାରୀ ଆରବ ଷ୍ଟଡିଜ୍ ନିର୍ଦ୍ଦେଶକ ଜୋସେଫ୍ ସସୁନଙ୍କ କହିବା ଅନୁଯାୟୀ ସଦ୍ଦାମ ହୁସେନ୍‌ଙ୍କୁ ଏକ ମହାନ୍ ସମାରୋହରେ ଏହି କୁରାନକୁ ସଦ୍ଦାମ ହୁସେନଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା। ଏପରି କୁରାନ ଲେଖିବା ସମ୍ପର୍କରେ ପ୍ରତିକ୍ରିୟା ରଖି ସେତେବେଳେ ସଦ୍ଦାମ ହୁସେନ କହିଥିଲେ ଯେ ସେ ନିଜ ରକ୍ତରେ ଆହ୍ଲାଙ୍କ ପୁସ୍ତକ ଲେଖି ଏକ ନଜରାନା ଉପସ୍ଥାପନ କରିଛନ୍ତି। କିଛି ଲୋକ ବିଶ୍ୱାସ କରନ୍ତି ଯେ ଏପରି କୁରାନ ଲେଖି ସେ ଇଶ୍ବରଙ୍କୁ ଧନ୍ୟବାଦ ଦେଇଥିଲେ। କାରଣ ତାଙ୍କର ଏକ ପୁଅ ୧୯୯୬ ଯୁଦ୍ଧରେ ବଞ୍ଚି ଯାଇଥିଲେ। କିଛି ଲୋକ ଏହାକୁ ରାଜନୈତିକ ପ୍ରହସନ ବୋଲି ମଧ୍ୟ କହିଛନ୍ତି।

ସଦ୍ଦାମ ହୁସେନଙ୍କ ଜୀବନର ଅନେକ ଦିଗ ଥିଲା। ନିଜ ଜୀବନର ଶେଷ ସମୟରେ ତାଙ୍କର ଆଚରଣ ସେହି ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନର ସମ୍ପୂର୍ଣ୍ଣ ବିପରୀତ ହୋଇଯାଇଥିଲା। ଯିଏ ଛୋଟ ଛୋଟ ଭୁଲ ପାଇଁ ନିଜ ମନ୍ତ୍ରୀ ତଥା ଅଧିକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ପଛାଇନଥିଲେ। ନିଜର ରାଜନୈ ତିକ ଜୀବନରେ ସଦ୍ଦାମ ହୁସେନଙ୍କ ସବୁବେଳେ ଏକ ଭୟ ଘାରୁଥିଲା। ତାହା ହେଉଛି ତାଙ୍କୁ କେହି ଜଣେ ହତ୍ୟା କରିପାରେ। ନିଜକୁ ବଞ୍ଚାଇବାକୁ ଯାଇ ସଦ୍ଦାମ ହୁସେନ ଯେଉଁ ଉପାୟ ଅବଲମ୍ବନ କରୁଥିଲେ ତାହା ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ସେ ତାଙ୍କ ମହଲରେ ଭୋଜନ କରିବା ପୂର୍ବରୁ କୌଣସି ଖାଦ୍ୟକୁ ତାଙ୍କ ରୋଷେୟା ପୁଅ ଦ୍ୱାରା ଯାଞ୍ଚ କରୁଥିଲେ। ଅର୍ଥାତ ତାଙ୍କ ଲାଗି ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ପ୍ରଥମେ ସଦ୍ଦାମଙ୍କ ରୋଷେୟା ପୁଅ ହିଁ ଖାଉଥିଲା। ଏପରି କରି ସେ ତାଙ୍କ ଖାଦ୍ୟରେ ବିଷ ମିଶିଛି ନା ନାହିଁ ତାହାର ଯାଞ୍ଚ କରୁଥିଲେ। ଏପରି କରିବା ପଛରେ କାରଣ ଏହା ଯେ ନିଜ ପୁଅକୁ ମାରିବା ପାଇଁ ତାଙ୍କ ରୋଷେୟା କେବେ ଖାଦ୍ୟରେ ବିଷ ମିଶାଇ ପାରିବ ନାହିଁ।

କେବଳ ଏତିକି ନୁହେଁ ସଦ୍ଦାମ ହୁସେନଙ୍କ ମହଲକୁ ଆସୁଥିବା ମାଂସ ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ପ୍ରଥମେ ପରମାଣୁ ବିଜ୍ଞାନୀ ଯାଞ୍ଚ କରୁଥଲେ। ଏହା ପରେ ଏହାକୁ ରୋଷେଇ ପାଇଁ ରୋଷେୟା ପାଖକୁ ପଠାଯାଉଥିଲା। ସଦ୍ଦାମଙ୍କ ସୁଇମିଂ ପୁଲ୍ ମଧ୍ୟ କ୍ରମାଗତ ଭାବରେ ଯାଞ୍ଚ କରାଯାଉଥିଲା ଏବଂ ଏହାର ତାପମାତ୍ରା ନିୟନ୍ତ୍ରିତ ହେଉଥିଲା।