Lufthansa Plane: ନୂଆଦିଲ୍ଲୀ: ବ୍ୟାଙ୍କକ ଯାଉଥିବା ଏକ ଲୁଫଥାନସା ବିମାନ ଆଜି ଦିଲ୍ଲୀ ବିମାନ ବନ୍ଦରରେ ହଟାତ ଅବତରଣ କରିଛି। ଏହି ଅବତରଣ ପଛର କାହାଣୀ ମଧ୍ୟ ବେଶ ରୋମାଞ୍ଚକର ରହିଛି। ଘଟଣା ସମ୍ପର୍କରେ ଜାଣିଲେ ଆପଣ ବି ବେଶ ଆଶ୍ଚର୍ଯ୍ୟ ହେବେ। ମିଳିଥିବା ସୂଚନା ଅନୁଯାୟୀ ସ୍ୱିଜରଲାଣ୍ଡର ମୁନିଚ ସହରରୁ ଉଡ଼ାଣ ଭରିଥିବା ଏହି ଲୁଫଥାନସା ବିମାନର ଚାଳକ ଜଣକ ଦମ୍ପତିଙ୍କ କଳହରେ ଅତିଷ୍ଠ ହୋଇ ଦିଲ୍ଲୀ ବିମାନ ବନ୍ଦରରେ ବିମାନକୁ ଅବତରଣ କରାଇଥିଲେ। ତେବେ ଝଗଡ଼ାରେ ଲିପ୍ତ ରହିଥିବା ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ ଜଣକ ଜର୍ମାନର ହୋଇଥିବା ବେଳେ ପତ୍ନୀ ଜଣକ ଥାଇଲାଣ୍ଡ ବୋଲି ଜଣାପଡ଼ିଛି। ତେବେ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଅବତରଣ କରିବା ପରେ ଦମ୍ପତିଙ୍କୁ ବିମାନରୁ କାଢିଦେଇଥିଲେ କ୍ରୁ ମେମ୍ବର। 


COMMERCIAL BREAK
SCROLL TO CONTINUE READING

ପିଟିଆଇରୁ ମିଳିଥିବା ସୂଚନା ଅନୁଯାୟୀ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ପିଟିଆଇ କହିଛି ଯେ ଲୁଫଥାନ୍ସ ବିମାନ ନମ୍ବର LH 772 କୁ ସକାଳ ପ୍ରାୟ ୧୦.୨୬ ମିନିଟରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI) ରେ ଅବତରଣ କରାଯାଇଥିଲା। ଏହାପୂର୍ବରୁ ବିମାନର ପାଇଲଟ ଏଟିସି ସହ ଯୋଗାଯୋଗ କରି କଣ୍ଟ୍ରୋଲ ରୁମକୁ 'ବିମାନ ମଧ୍ୟରେ ଥିବା ଯାତ୍ରୀ ଓ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।


 



ସୂତ୍ରରୁ ପ୍ରକାଶ ଯେ ବିମାନରେ ଜର୍ମାନ ପୁରୁଷ ଏବଂ ତାଙ୍କ ଥାଇଲାଣ୍ଡ ପତ୍ନୀଙ୍କ ମଧ୍ୟରେ ବିବାଦ ପରେ ବିମାନ ଭିତରର ପରିସ୍ଥିତି ବିଗିଡି ଯାଇଥିଲା ଏବଂ ବିମାନ ଚାଳକ ଦିଆଯାଇଥିବା ଆଇଜି ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ଅନୁମତି ମାଗିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ପତ୍ନୀ ପ୍ରଥମେ ସ୍ୱାମୀଙ୍କ ଆଚରଣ ବିଷୟରେ ପାଇଲଟଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ତାଙ୍କୁ ଧମକ ଦିଆଯାଉଛି ବୋଲି କହିଥିଲେ। ଅଧିକାରୀଙ୍କ ଅନୁଯାୟୀ ବିମାନରୁ ଅବତରଣ କରିବା ପରେ ଉଭୟଙ୍କୁ ଟର୍ମିନାଲ ଅଞ୍ଚଳକୁ ନିଆଯାଇଥିଲା। ତେବେ ଏହି ଉତ୍ପାତି ଦମ୍ପତିଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ପରେ ବିମାନଟି ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିଥିଲା। 


ତେବେ ଏହି ଘଟଣା ନୁଆ ନୁହେଁ। ଏଭଳି ଘଟଣା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। ଆମେ ଆପଣଙ୍କୁ କହି ରଖୁଛୁ ଯେ ଗତ ସପ୍ତାହରେ ଅର୍ଥାତ୍ ୨୩ ନଭେମ୍ବର ୨୦୨୩ରେ ଜେଦ୍ଦାହରୁ ହାଇଦ୍ରାବାଦ ଅଭିମୁଖେ ଏକ ଇଣ୍ଡିଗୋ ବିମାନ ମେଡିକାଲ ଜରୁରୀକାଳୀନ ପରିସ୍ଥିତି ପରେ ପାକିସ୍ତାନର କରାଚି ଯାଉଥିଲା। ଏକ ବିବୃତ୍ତିରେ ଏୟାରଲାଇନ୍ସ କହିଛି ଯେ କ୍ୟାପଟେନ ବିମାନକୁ କରାଚି ଅଭିମୁଖେ ନେଇଥିଲେ। ଯେଉଁଠାରେ ଜଣେ ଅସୁସ୍ଥ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ପରେ ତାଙ୍କର ଚିକିତ୍ସା ସେଠାରେ ହୋଇଥିଲା।