ନୂଆଦିଲ୍ଲୀ: ସାରା ଦୁନିଆ କୋରୋନା ଭୂତାଣୁ (Coronavirus) ସହ ଲଢ଼ୁଛି । ଏହି ସମୟରେ ଆଉ ଏକ ମାରାତ୍ମକ ଭୂତାଣୁ ସାମ୍ନାକୁ ଆସିଛି, ଯାହା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଗିନି (Guinea) ରେ ମାରବର୍ଗ ଭୂତାଣୁ (Marburg virus) ବିସ୍ତାର ହୋଇଥିବାର ସୂଚନା ପ୍ରଦାନ କରିଛି । ପଶ୍ଚିମ ଆଫ୍ରିକା (West Africa) ରେ ଏପର୍ଯ୍ୟନ୍ତ ଏହା ପ୍ରଥମ ମାମଲାଲ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏହା ଏକ ମାରାତ୍ମକ ଭୂତାଣୁ ଯାହା ଇବୋଲା (Ebola) ସହିତ ଜଡିତ ଓ କୋରୋନା (COVID-19) ପରି ପଶୁମାନଙ୍କଠାରୁ ମଣିଷକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍


WHO କହିଛି ଯେ ଏହି ଭୂତାଣୁ ବାଦୁଡ଼ିରୁ ବ୍ୟାପିଛି ଏବଂ ଏହାର ମୃତ୍ୟୁ ହାର ୮୮ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । ଅଗଷ୍ଟ ୨ରେ ରେ ଦକ୍ଷିଣ ଗୁଏଡୁ ପ୍ରିଫେକ୍ଟରରେ ଜଣେ ରୋଗୀର ମୃତ୍ୟୁ ହୋଇଥିଲା । ଏହି ଭୂତାଣୁ ତାଙ୍କ ନମୁନାରେ ଦେଖିବାକୁ ମିଳିଛି । ପୋଷ୍ଟ ମର୍ଟମ ରିପୋର୍ଟରେ ଏହି ବ୍ୟକ୍ତିଙ୍କଠାରେ ଇବୋଲା ମିଳି ନଥିଲା କିନ୍ତୁ ମାରବର୍ଗ ଭାଇରସ (Marburg virus) ମିଳିଥିଲା ।


ଆଫ୍ରିକାର WHO ର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମାଟଶିଦିଶୋ ମୋଇତି (Matshidiso Moeti) କହିଛନ୍ତି ଯେ, "ମାରବର୍ଗ ଭୂତାଣୁର ଦ୍ରୁତ ବିସ୍ତାରକୁ ରୋକିବା ପାଇଁ ଆମେ ଏହାକୁ ନିଜ ଟ୍ରାକରେ ରୋକିବାର ଆବଶ୍ୟକତା ରହିଛି ।"


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ଗିନିରେ ମାରବର୍ଗ ଭୂତାଣୁ (Marburg virus) ର ଚିହ୍ନଟ ଏପରି ସମୟରେ ହୋଇଛି ଯେଉଁ ସମୟରେ WHO ଦୁଇ ମାସ ପୂର୍ବେ ଏଠାରେ ଇବୋଲା ଭୂତାଣୁ ଶେଷ ହେବାର ଘୋଷଣା କରିଥିଲା । ଗତ ବର୍ଷ ଇବୋଲା ଏଠାରେ ଆରମ୍ଭ ହୋଇଥିଲା ଯେଉଁଥିରେ ୧୨ ଜଣ ଲୋକ ପ୍ରାଣ ହରାଇଥିଲେ । ଏଥି ସହିତ ଏହି ଭୂତାଣୁର ବିପଦ ବିଷୟରେ WHO କହିଛି ଯେ ଏହାର ବିପଦ ଆଞ୍ଚଳିକ ସ୍ତରରେ ଅଧିକ ଓ ବୈଶ୍ୱିକ ସ୍ତରରେ କମ୍ ଅଟେ ।


ମୋଇତି କହିଛନ୍ତି ଯେ, "ଆମେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ମିଶି କାମ କରୁଛୁ ଯେଉଁଥିରେ ଇବୋଲାର ପ୍ରବନ୍ଧନରେ ଗିନିର ପୂର୍ବ ଅଭିଜ୍ଞତା ଓ ବିଶେଷଜ୍ଞତାର ଆଧାର ଉପରେ ଏହି ଭୂତାଣୁକୁ ରୋକିବାର କାମ କରିହେବ ।" ଗିନି ସରକାର ମଧ୍ୟ ଏକ ବୟାନରେ ମାରବର୍ଗ ମାମଲାର ପୃଷ୍ଟି କରିଛନ୍ତି ।


ଅଧିକ ପଢ଼ନ୍ତୁ:-ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍


WHO କହିଛି ଯେ, ମାରବର୍ଗ ଭୂତାଣୁ ସାଧାରଣତଃ ଗୁମ୍ଫା କିମ୍ବା ଖଣିରେ ମହଜୁଦ ଥାଏ ଯେଉଁଠାରେ ରୁଷେଟସ୍ ବାଦୁଡ଼ି ବାସ କରନ୍ତି । WHO ଅନୁଯାୟୀ, ଥରେ ଜଣେ ବ୍ୟକ୍ତି ଏହାର ସଂସ୍ପର୍ଶରେ ଆସିବା ପରେ ତାଙ୍କ ଶରୀରରୁ ନିର୍ଗତ ତରଳ ପଦାର୍ଥ, ଦୂଷିତ ପୃଷ୍ଠ ଏବଂ ସାମଗ୍ରୀ ସମ୍ପର୍କରେ ଆସିଲେ ବିସ୍ତାର ଲାଭ କରେ ।