Top 10 News Today: ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2294410

Top 10 News Today: ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 15 June 2024:ଶନିବାର ଦିନ ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Top 10 News Headlines Odisha 15 June 2024

Top 10 News Headlines: H1. Odisha Cabinet Ministers List 2024:  ଶନିବାର ଦିନ ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରହିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ପାଖରେ କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପାଖରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ରହିଛି।

H2. Odisha CM reviews law and order situation with DGP: ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜି ପୋଲିସ ଷ୍ଟେସନକୁ ଆସୁଥିବା ଲୋକଙ୍କୁ ଧୌଯ୍ୟପୂର୍ବକ ଶୁଣିବାକୁ ଏବଂ ସେମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

H3. NEET-UG 2024 ପରୀକ୍ଷାରେ ହୋଇଥିବା ଅନିୟମିତତା ବିରୋଧରେ ୨୦ ଜଣ ଛାତ୍ର ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି। ଏଥିରେ କୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱାଧୀନ ଏଜେନ୍ସି ଦ୍ୱାରା ଘଟଣାର ଯାଞ୍ଚ କରିବାକୁ ଓ ପରୀକ୍ଷା ବାତିଲ ଦାବି କରାଯାଇଛି। ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ପ୍ରଶ୍ନପତ୍ର ଲିକ୍ ହେବାର ସୁନିଶ୍ଚିତ ମାମଲାକୁ ଦୃଷ୍ଟିରେ ରଖି ପରୀକ୍ଷଣର ଅଖଣ୍ଡତା ସନ୍ଦେହଜନକ ଅଟେ।

H4. Sahitya Akademi Award 2024: ସାହିତ୍ୟ ଏକାଡେମୀ ଶନିବାର ଦିନ ଇଂରାଜୀ ଲେଖକ କେ.ବୈଶାଲି ଏବଂ ହିନ୍ଦୀ ଲେଖକ ଗୌରବ ପାଣ୍ଡେଙ୍କ ସମେତ ୨୩ ଲେଖକଙ୍କ ନାମ ଘୋଷଣା କରିଛି, ଯାହାଙ୍କୁ ସମ୍ମାନଜନକ ଯୁବ ପୁରସ୍କାର ମିଳିବ। ସାହିତ୍ୟ ଏକାଡେମୀ ୨୦୨୪ ପାଇଁ ଶିଶୁ ସାହିତ୍ୟ ପୁରସ୍କାରର ୨୪ ବିଜେତାଙ୍କ ନାମ ମଧ୍ୟ ଘୋଷଣା କରିଛି। ସଂସ୍କୃତରେ ଯୁବ ପୁରସ୍କାର ବିଜେତା ପରେ ଘୋଷଣା କରାଯିବ ବୋଲି ଏକାଡେମୀ କହିଛି।

H5. Monsoon Updates: ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଜୁନ୍ ୧୦ ପରେ ମୌସୁମୀ ଆଗକୁ ବଢ଼ିନାହିଁ। ଏହା ସ୍ଥିର ରିହଛି, ଯେଉଁଠାରେ ଥିଲା। କିନ୍ତୁ ଭଲ କଥା ହେଉଛି ବର୍ତ୍ତମାନ ଅନୁକୂଳ ଅବସ୍ଥା ସୃଷ୍ଟି ହେବାରେ ଲାଗିଛି। ଚାରି-ପାଞ୍ଚ ଦିନ ମଧ୍ୟରେ ମୌସୁମୀ ପୁଣିଥରେ ଏହାର ଗତି ନେଇପାରେ। ଆଇଏମଡି ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ନଅ ପ୍ରତିଶତ କମ୍ ବର୍ଷା ହୋଇଛି।

H6. Badrinath Road Accident: ଉତ୍ତରାଖଣ୍ଡରେ ପୁଣିଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଚାରଧାମ ଯାତ୍ରାକରି ଫେରୁଥିବା ଏକ ତୀର୍ଥଯାତ୍ରୀ ପୂର୍ଣ୍ଣ ଟେମ୍ପୋ ନଦୀରେ ଖସି ପଡ଼ିଛି। ଏହି ସଡକ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ଆହୁରି ବଢ଼ିପାରେ। 

H7. Petrol-Diesel Price Hike: କର୍ଣ୍ଣାଟକରେ କଂଗ୍ରେସ ସରକାର ମୁଦ୍ରାସ୍ଫୀତି ନେଇ ଜନସାଧାରଣଙ୍କୁ ଚକିତ କରିଦେଇଛନ୍ତି। ଏଠାରେ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଡିଲର ଆସୋସିଏସନ ଅନୁଯାୟୀ କର୍ଣ୍ଣାଟକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୩ ଓ ୩.୦୫ ଟଙ୍କା ବୃଦ୍ଧି ପାଇଛି।

H8. PM Modi on G7 summit:  ଇଟାଲୀର ଆପୁଲିଆରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଫେରିଛନ୍ତି। ଏହି ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାବେଳେ ସେ କହିଛନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଜାତୀୟ ରଣନୀତି ପ୍ରସ୍ତୁତ କରିବାରେ ଭାରତ ପ୍ରଥମ କିଛି ଦେଶ ମଧ୍ୟରୁ ଅନ୍ୟତମ।

H9. Major Fire Breaks Out Near Manipur CM's Bungalow: ଶନିବାର ଦିନ ସନ୍ଧ୍ୟାରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ସରକାରୀ ବାସଭବନ ନିକଟରେ ରାଜ୍ୟ ସଚିବାଳୟ କମ୍ପ୍ଲେକ୍ସର ଏକ କୋଠାରେ ଅଗ୍ନିକାଣ୍ଡ ଘଟିଛି। ପୋଲିସ ଏହି ସୂଚନା ପ୍ରଦାନ କରିଛି ଜଣେ ଅଧିକାରୀ କହିଛନ୍ତି ଯେ ନିଆଁ ଲିଭାଇବା ପାଇଁ ଅତି କମରେ ତିନୋଟି ଅଗ୍ନି ଟେଣ୍ଡର ନିୟୋଜିତ କରାଯାଇଛି। ସେ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

H10. T20 WC 2024,INDIA vs Canada: ଭାରତ ଓ କାନାଡା ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଗ୍ରୁପ୍ ମ୍ୟାଚ୍ ଶନିବାର ଦିନ ଖରାପ ଆଉଟଫିଲ୍ଡ କାରଣରୁ ବାତିଲ ହୋଇଯାଇଛି। ଏହା ଥିଲା ଭାରତର ଶେଷ ଗ୍ରୁପ୍ ମ୍ୟାଚ୍ ।  ଖେଳ ବାତିଲ ଯୋଗୁଁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ତିନିଟି ମ୍ୟାଚ୍ ଜିତି ଗ୍ରୁପ୍ ଏରୁ ଭାରତ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଭାରତୀୟ ଦଳ ବର୍ତ୍ତମାନ ଜୁନ୍ ୨୦ ରେ ଆଫଗାନିସ୍ତାନକୁ ଭେଟିବ।