ନୂଆଦିଲ୍ଲୀ: ଗଣ ଟିକାକରଣ ଅଭିଯାନ ସହାୟତାରେ ଦେଶରେ ଜାରି ରହିଛି କୋରୋନା ମହମାରୀ ବିରୋଧି ଲଢେଇ। ଗତ ବର୍ଷ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ସଂକ୍ରମଣକୁ ରୋକିବା ଲାଗି ଭାରତ ସମେତ ବିଭିନ୍ନ ଦେଶରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା। କୋରୋନା ଟିକାକରଣ ଅଭିଯାନକୁ ଆଗେଇ ନେବା ଲାଗି ଆହ୍ୱାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।  


COMMERCIAL BREAK
SCROLL TO CONTINUE READING

ଭାରତରେ (India) ଚାଲିଥିବା କୋରୋନା ଟିକାକରଣ ଅଭିଯାନରେ (Corona Vaccination Drive) ସ୍ୱଦେଶୀ ନିର୍ମିତ (Indian Corona Vaccine) କୋଭିସିଲ୍ଡ (Covishield) ଏବଂ କୋଭାକ୍ସିନ (Covaxin) ଟିକା ବ୍ୟବହୃତ ହେଉଛି। ଏହି ଟିକା ଦ୍ୱୟ ଯଥାକ୍ରମେ ପୁନେ ଭିତ୍ତିକି ଫାର୍ମା କମ୍ପାନୀ (Pune based Pharma Company) ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ-ଏସଆଇଆଇ (Serum Institute of India-SII) ଏବଂ ହାଇଦ୍ରାବାଦ ଭିତ୍ତିକ ଫାର୍ମା କମ୍ପାନୀ (Hyderabad based Pharma Company) ଭାରତ ବାୟୋଟେକ (Bharat Biotech) ପକ୍ଷରୁ ନିର୍ମାଣ କରାଯାଉଛି। 


Also Read: କୋରୋନା ଟିକାକୁ ନେଇ ୨ ଭାରତୀୟ କମ୍ପାନୀ ମୁହାଁମୁହିଁ


କୋଭିସିଲ୍ଡ ପରେ ଏବେ ଋଷୀୟ କୋରୋନା ଟିକା (Russian Corona Vaccine) ସ୍ପୁଟନିକ୍-ଭି (Sputnik-V) ନିର୍ମାଣ କରିବାକୁ ଘୋଷଣା କରିଛି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ। ଏନେଇ ବିଶ୍ୱର ସବୁଠପୁ ବଡ଼ ଟିକା ନିର୍ମାତା ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (Russian Direct Investment Fund) ଆରଡିଆଇଏଫ (RDIF) ସହ ବୁଝାମଣା କରିଛି ଏସଆଇଆଇ। ଚଳିତ ବର୍ଷ ସେପ୍ଟମ୍ବର ମାସରୁ ଦେଶରେ ଏହି ଋଷୀୟ କୋରୋନା ଟିକା ନିର୍ମାଣ କରିବ ସିରମ ଇନଷ୍ଟିଚ୍ୟୁଟ।  


ଏନେଇ ଆରଡିଆଇଏଫ ପକ୍ଷରୁ କୁହାଯାଇଛି ଆସନ୍ତା ସେପ୍ଟମ୍ବର ମାସରୁ ଏସଆଇଆଇ ସ୍ପୁଟନିକ୍-ଭି କୋରୋନା ଟିକା ନିର୍ମାଣ କରିବ। ଏହାର ପ୍ରଥମ ବ୍ୟାଚ ସେପ୍ଟମ୍ବର ସୁଦ୍ଧା କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଜ୍ଞାନକୌଶଳ ହସ୍ତାନ୍ତରଣ (Technology Transfer) ପ୍ରକ୍ରିୟା ପୂର୍ବରୁ କାର୍ଯ୍ୟକାରୀ କରାଯାଇସାରିଛି। ବିଭିନ୍ନ ଭାରତୀୟ ପକ୍ଷ  ପ୍ରତି ବର୍ଷ  ୩୦ କୋଟି ଖୋରକା ଉତ୍ପାଦନ କରିବାକୁ ଯୋଜନା କରିଛନ୍ତି। ଋଷିଆସ୍ଥିତ ଗମଲେୟା କେନ୍ଦ୍ର ଠାରୁ ଏହାର ପଠାଯାଇ ସାରିଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (Drugs Controller General of India) ଡିସିଜିଆଇ (DCGI) ପକ୍ଷରୁ ଏହି ଟିକାକୁ ଆମଦାନୀ କରିବା ସହ ସଂଗ୍ରାହ ଅନୁମତି ପ୍ରଦାନ କରାଯାଇଛି।


Also Read: 'କୋଭିଡ୍ ଟିକା ନେଲେ ମଣିଷ ପାଲଟିବ କୁମ୍ଭୀର,ମହିଳାଙ୍କ ମୁହଁରେ ଉଠିବ ଦାଢି'


ପୁନେ ଭିତ୍ତିକ ଫାର୍ମା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନିଜ ନିର୍ମିତ କୋଭିସିଲ୍ଡ ପରେ ବ୍ରିଟେନ (Britain) ଭିତ୍ତିକ କୋଡାଜିନିକ୍ସ କୋରୋନା ଟିକାର (Codagenix Corona Vaccination) ପରୀକ୍ଷାମୂଳକ ଉତ୍ପାଦନ ମଧ୍ୟ କରୁଛି। ଉଭୟ କୋଭିସିଲ୍ଡ-କୋଭାକ୍ସିନ ଅପେକ୍ଷା ସ୍ପୁଟନିକ୍-ଭି କୋରୋନା ଟିକା ଅଧିକ ପ୍ରଭାବଶାଳୀ ବୋଲି ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି।