Flight Lieutenant Shivangi Singh: ୟୁରୋପୀୟ ଦେଶ ଫ୍ରାନ୍ସ ଠାରେ ଆୟୋଜିତ ହେଉଥିବା ବହୁରାଷ୍ଟ୍ରୀୟ ସମରାଭ୍ୟାସ "ଓରିଅନ" ରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା। ଏହି ସମରାଭ୍ୟାସରେ ନିଜର ସାମରିକ କଳା କୌଶଳ ପ୍ରଦର୍ଶନ କରିବ ଫ୍ରାନ୍ସ ନିର୍ମିତ ରାଫେଲ ଯୁଦ୍ଧ ବିମାନ। ଯାହାକୁ ଫ୍ରାନ୍ସ ଏବଂ ଭାରତ ବିଶ୍ୱର ଆହୁରି ଅନେକ ଦେଶର ବାୟୁସେନା ବ୍ୟବହାର କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି "ଓରିଅନ" ସମରାଭ୍ୟାସରେ ଅଂଶଗ୍ରହଣ କରିଛନ୍ତି ଭାରତୀୟ ବାୟୁସେନାର ମହିଳା ପାଇଲଟ। ଯିଏ ପ୍ରଥମ ଥର ଲାଗି ବହୁରାଷ୍ଟ୍ରୀୟ ସମରାଭ୍ୟାସରେ ଯିଏ ରାଫେଲ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ଉଡାଇବେ। ଏହି ସମରାଭ୍ୟସରେ ଭାଗ ନେବାକୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ ଫ୍ରାନ୍ସ ଠାରେ ପହଞ୍ଚିଛନ୍ତି। "ଓରିଅନ" ସମରାଭ୍ୟାସରେ ଅଂଶଗ୍ରହଣ କରିବା ସମ୍ପର୍କରେ ଭାରତୀୟ ବାୟୁସେନା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଥମ ଥର ପାଇଁ ବିଦେଶ ମାଟିରେ ଆୟୋଜିତ ହେଉଥିବା ଯୁଦ୍ଧାଭ୍ୟାସରେ ସାମିଲ ହେବା ଲାଗି ଦେଶ ବାହାରକୁ ରାଫେଲ୍ ଯୁଦ୍ଧ ବିମାନ ପଠାଯାଇଛି।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଜାନୁଆରୀରେ ଭାରତୀୟ ବାୟୁସେନା (Indian Air Force) ଅନ୍ତଃରାଷ୍ଟ୍ରୀୟ ସମରାଭ୍ୟାସରେ (International Military Exercise) ସାମିଲ ହେବା ଲାଗି ଜଣେ ମହିଳା ଫାଇଟର ପାଇଲଟ (IAF Women Pilot) ପଠାଇଥିଲା। ସ୍କ୍ୱାଡ୍ରନ୍ ଲିଡର ଅବନୀ ଚାତୁର୍ବେଦୀ (Squadron Leader Avni Chaturvedi ) "ଧର୍ମ ଗାର୍ଡିୟନ" ସମରାଭ୍ୟାସରେ (Dharma Guardian Military Exercise) ଯୋଗଦେବା ପାଇଁ ଜାପାନ (Japan) ଯାତ୍ରା କରିଥିଲେ। ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ (Flight Lieutenant Shivangi Singh) ଗତ ୨୦୧୭ ବର୍ଷରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ତାଙ୍କୁ ଭାରତୀୟ ବାୟୁସେନାର ମହିଳା ଯୁଦ୍ଧ ବିମାନ ପାଇଲଟ (IAF Female Fighter Pilot) ଦ୍ୱିତୀୟ ବ୍ୟାଚ୍  ରେ ନିଯୁକ୍ତ କରାଯାଇଥିଲା।


Also Read: IAF: ଭାରତୀୟ ବାୟୁସେନା ଇତିହାସରେ ପ୍ରଥମ, କମ୍ବାଟ ୟୁନିଟ କମାଣ୍ଡ ନେତୃତ୍ୱ ନେଲେ ମହିଳା ପାଇଲଟ


 


ରାଫେଲ ଯୁଦ୍ଧ ବିମାନ (Rafale Fighter Jet) ଉଡ଼ାଇବା ପୂର୍ବରୁ ଫ୍ଲାଇଟ୍ ଲେଫ୍ଟିନାଣ୍ଟ ଶିବାଙ୍ଗୀ ସିଂହ ମିଗ୍-୨୧ ବାଇସନ୍ ଯୁଦ୍ଧ ବିମାନ (Mig 21 Bison Aircraft) ଉଡାଇ ସାରିଛନ୍ତି। ଭାରତୀୟ ଭାରତୀୟ ବାୟୁସେନାର ଏହି ମହିଳା ପାଇଲଟ ଜଣଙ୍କ ଉତ୍ତର ପ୍ରଦେଶ ବାରାଣାସୀ ଜିଲ୍ଲାର ବାସିନ୍ଦା। ଯିଏ ହରିୟାଣା ଅମ୍ବାଲା (Ambala Air Base) ଠାରେ ଅବସ୍ଥିତ ଆଇଏଏଫ ଗୋଲଡେନ୍ ଆରୋ ସ୍କ୍ୱାଡ୍ରନ୍ (IAF Golden Arrow Squadron) ସହ ଜଡ଼ିତ। ଗତ ୨୦୨୦ ବର୍ଷରେ କଠୋର ଚୟନ ପ୍ରକ୍ରିୟା ପରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଜଣଙ୍କ ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍ ହୋଇଥିଲେ, ଯେଉଁଥିରେ ସେ ରାଫେଲ୍ ଯୁଦ୍ଧ ବିମାନ ଲାଗି ପାଇଲଟ୍ ଭାବରେ ମନୋନୀତ ହୋଇଥିଲେ।