Taliban First Anniversary: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଗ୍ରହଣ କରିବା ପରେ ଅଗଷ୍ଟ ୩୧ ତାରିଖ ଦିନ ବିଦେଶି ସୈନ୍ୟ (Forign Troops) ଆଫଗାନିସ୍ତାନ (Afghanitan) ସମ୍ପୂର୍ଣ୍ଣ ଛାଡିଥିଲେ। ବିଦେଶୀ ସୈନ୍ୟ (Forign Troops) ପ୍ରତ୍ୟାହାରର ଏକ ବର୍ଷ ପୂର୍ତ୍ତୀର ପ୍ରଥମ ବାର୍ଷିକୀ ପାଳନ ଅବସରରେ ତାଲିବାନ ଦ୍ବାରା ଏକ ବଡ ଧରଣର ଉତ୍ସବ ପାଳନ କରିଛି। ରାଜଧାନୀ କାବୁଲକୁ ଆଲୋକମାଳାରେ ସଜା ଯାଇଥାବା ବେଳେ ସେଠାରେ ବହୁତ ଆତସବାଜି ହୋଇଥିଲା। ଏକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଗ୍ରାମ ବିମାନବନ୍ଦର, ଯାହା ଦିନେ ଆମେରିକାର ସର୍ବବୃହତ ସାମରିକ ଆଡ୍ଡା ଥିଲା, ସେଠାରେ ତାଲିବାନ ନେତୃତ୍ୱାଧୀନ ସୈନ୍ୟମାନେ ଉତ୍ସବ ପାଇଁ ଏକତ୍ରିତ ହୋଇଥିଲେ। ସେଠାରେ ଏକତ୍ରୀତ ହୋଇଥିବା ତାଲିବାନୀ ସୈନ୍ୟ ମାର୍ଚ୍ଚ କରୁଥିବାର ନଜର ଆସିଥିଲେ। 


COMMERCIAL BREAK
SCROLL TO CONTINUE READING


ବୁଧବାର ଦିନ ଏହି ଉତ୍ସବରେ ଯୋଗ ଦେଇଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ବିଦେଶୀ ସୈନ୍ୟ ପ୍ରତ୍ୟାହାରର ପ୍ରଥମ ବାର୍ଷିକୀ ପାଳନ କରିବାକୁ ଆମେ ଏଠାରେ ଏକାଠି ହୋଇଛୁ। ମୁଁ ଗର୍ବିତ ଯେ ଏହି ଦିନ ଆମ ଦେଶ ମୁକ୍ତ ହୋଇଥିଲା ଏବଂ ଆମେରିକୀୟ ସୈନିକ ମାନେ ଆଫଗାନିସ୍ତାନ ଛାଡିବାକୁ ବାଧ୍ୟ ହୋଇଥିଲେ। ଏକ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୩୧ର ଗୋଟିଏ ଦିନ ପୂର୍ବରୁ ତାଲିବାନ ଏକ ସାଧାରଣ ଛୁଟି ଘୋଷଣା କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ସ୍ବାଧୀନତାର ଏକ ବର୍ଷ ପୂର୍ତ୍ତିକୁ ମନେପକାଇବା ପାଇଁ ଉତ୍ସବ ପାଇଁ କାର୍ଯ୍ୟକ୍ରମର ଯୋଜନା କରାଯାଇଥିଲା। 



ଏହା ପୂର୍ବରୁ ତାଲିବାନ, ଆଫଗାନିସ୍ତାନରେ କ୍ଷମତାକୁ ଫେରିବାର ପ୍ରଥମ ବାର୍ଷିକୀ ପାଳନ ପାଇଁ ଅଗଷ୍ଟ ୧୫ ତାରିଖରେ ଜାତୀୟ ଛୁଟି ଘୋଷଣା କରିଥିଲା। ଅଗଷ୍ଟ ୨୦୨୧ରେ ଆମେରିକା ସମର୍ଥିତ ବେସାମରିକ ସରକାରର ପତନ ପରେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଆସିଥିଲା। ତା’ପରେ ଅଗଷ୍ଟ ୩୧, ୨୦୨୧ରେ ଆମେରିକାର ସୈନ୍ୟ ଦୁଇ ଦଶନ୍ଧିର ସାମରିକ ଉପସ୍ଥିତି ପରେ ଦେଶରୁ ବିଦାୟ ନେଇଥିଲେ।



ତାଲିବାନ ଦଖଲ ପରେ ଆଫଗାନିସ୍ତାନ ଜନସାଧାରଣ ଏକ ବଡ ଅର୍ଥିକ, ମାନବିୟ ଓ ସୁରକ୍ଷା ସଙ୍କଟର ସମ୍ମୁଖୀନ ହୋଇଥିଲେ। ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇବା ସହିତ ଟ୍ରିଲିୟନରୁ ଉର୍ଦ୍ଧ୍ବ ଡଲାର ଖର୍ଚ୍ଚ ହୋଇଥିଲା। ତାଲିବାନ କାବୁଲରେ କ୍ଷମତାକୁ ଆସିଛି ଏବଂ ପୁଣି ଥରେ ଅଲ-କାଏଦାକୁ ଅନେକ ସୁବିଧା ସୁଯୋଗ ଯୋଗାଉଛି। ତାଲିବାନ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ସମୟରେ କାବୁଲ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଅରାଜକ ତତ୍ତ୍ବ ସହିତ ବିଶୃଙ୍ଖଳା ଦେଖାଯାଇଥିଲା। ଅନେକ ଲୋକ ଆତଙ୍କିତ ହୋଇ ଦଳାଚକଟାରେ ପ୍ରାଣ ହରାଇଥିଲେ। ଜୀବନ ବିକଳରେ ଦେଶ ଛାଡି ଅନ୍ୟ ଦେଶକୁ ବିମାନରେ ଯିବା ସମୟରେ ଅନେକ ଲୋମ ଟାଙ୍କୁରା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। 


ସମାଲୋଚକ ମାନେ ବାଇଡେନ ପ୍ରଶାସନ ଉପରେ କାବୁଲ ପତନର ଚେତାବନୀ ଥିବା ସତ୍ତ୍ବେ ତାଙ୍କ ନାଗରିକଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ଠିକ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ଦୋଷ ମଧ୍ୟ ଲଗାଯାଏ। ଯଦିଓ ସର୍ଭେରୁ ଜଣାପଡିଛି ଯେ, ଅଧିକାଂଶ ଆମେରିକୀୟ ନାଗରିକ ଆଫଗାନିସ୍ତାନ ଛାଡିବା ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ପରନ୍ତୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ହୋଇଥିବା ଅରାଜକତା ପାଇଁ ବାଇଡେନଙ୍କ ନିର୍ବାଚନ ଫଳାଫଳକୁ ବଡ ଝଟକା ଦଇଛି।