ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତି ପୋଡି ପାଉଁଶ ହୋଇଯାଇଛି। ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଦିଲ୍ଲୀ ଅଗ୍ନିଶମ ବିଭାଗ ତରଫରୁ ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ମଉଳିଗଲା ଅରବିନ୍ଦ କେଜ୍ରିୱାଲଙ୍କ ପଞ୍ଜାବ ବିଜୟ ଆନନ୍ଦ। ବିଳମ୍ବିତ ରାତିରେ ଦିଲ୍ଲୀ ଗୋକୁଲପୁରୀ ଗୋଟିଏ ବସ୍ତିରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ଏହା ସହ ଘଟଣାସ୍ଥଳକୁ ଯାଇ ପୀଡିତ ପରିବାରଙ୍କୁ ଭେଟିବେ ବୋଲି ନିଜେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି। 


Also Read: ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ନେଇ ଋଷ ଦେଲା ବହୁତ ବଡ଼ ବୟାନ


ଦିଲ୍ଲୀ ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ ଗର୍ଗଙ୍କ ଅନୁସାରେ, ସାତ ଜଣଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ନିଆଁର ବେଗ ଏତେ କ୍ଷୀପ୍ରଥିଲା ଯେ, ମୃତକମାନେ ନିଜକୁ ବଞ୍ଚାଇ ପାରିନଥିଲେ। ଅଗ୍ନିକାଣ୍ଡରେ ପ୍ରାୟ ୬୦ଟି କୁଡିଆ ପୋଡି ଛାରଖାର ହୋଇଯାଇଛି। ବର୍ତ୍ତମାନ ମଧ୍ୟ ନିଆଁ ଲାଗିବାର କାରଣ ଖୋଜା ଚାଲିଛି। ଫରେନସିକ୍ ଟିମ ମଧ୍ୟ ଘଟଣାସ୍ଥଳରେ ତନାଘନା କରିଛି।


 



ଉତ୍ତର ପୂର୍ବ ଦିଲ୍ଲୀର ଅତିରିକ୍ତ ଡିସିପି କହିଛନ୍ତି ଯେ, ରାତି ପ୍ରାୟ ଗୋଟାଏ ସମୟରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗିଥିଲା। ଖବର ପାଇଁ ପୋଲିସ ସଙ୍ଗେ ସଙ୍ଗେ ଆବଶ୍ୟକୀୟ ଉଦ୍ଧାର ସାମଗ୍ରୀ ସହ ଘଟଣାସ୍ଥଳରେ ପହଞ୍ଚଥିଲା। ପ୍ରାୟ ୩୦ଟି ଦମକଳ ମଧ୍ୟ ନିଆଁଲିଭା ଅଭିଯାନରେ ସାମିଲ ହୋଇଥିଲା। ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲଗିଥିଲା।