Former PM Imran Khan shot, ଇସଲାମାବାଦ: ଇତିହାସ ସାକ୍ଷୀ ରହିଛି, ଯେତେବେଳେ ମଧ୍ୟ ପାକିସ୍ତାନରେ ବିରୋଧର ସ୍ୱର ଉଠିଛି, ତାହାକୁ ସହକାର ଦମନ କରିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲି ଖାନଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ମଧ୍ୟ ବଜାୟ ରହିଛି। ବିଗତ ଦିନରେ ମିର ମୁରତାଜା ଭୁଟ୍ଟୋ, ବେନାଜିର ଭୁଟ୍ଟୋଙ୍କୁ ହତ୍ୟା କରାଯାଇଛି। ଗତ କିଛି ମାସ ହେବ ଇମ୍ରାନ ଖାନ, ପାକିସ୍ତାନ ସରକାର, ସେନା ଓ ନ୍ୟାୟପାଳିକାକୁ ଟାର୍ଗେଟ କରି ଆସୁଛନ୍ତି। ଯାହା ପରେ ତାଙ୍କ ବିରୁଦ୍ଧରେ ଅନେକ ମାମଲା ରୁଜୁ କରାଯାଇଛି। ତଥାପି ସେ ନିର୍ଭୟରେ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରୁଛନ୍ତି। ଶାହାବାଜ ସରିଫ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ସେ ଗତ ସପ୍ତାହରେ ଆଜାଦି ମାର୍ଚ୍ଚ ଆରମ୍ଭ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିକରିଥିବା ଯୁବକକୁ ପଞ୍ଜାବ ପୋଲିସ ଗିରଫ କରିଛି। ଇମ୍ରାନଙ୍କୁ ହତ୍ୟା ପାଇଁ ସେ ନିଜେ ଦାୟୀ ଥିବା ଅଭିଯୁକ୍ତ, ପୋଲିସକୁ କହିଛି। ଅନ୍ୟପଟେ, ପିଟିଆଇ ସେକ୍ରେଟେରୀ ଜେନେରାଲ ଆସାଦ ଉମର ଦାବି କରିଛନ୍ତି ଯେ, ଏହି ଆକ୍ରମଣ ପଛରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ, ଆଭ୍ୟନ୍ତରୀଣ ତଥା ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଜଣେ ବରିଷ୍ଠ ସୈନିକ ସାମିଲ ଅଛନ୍ତି। କିନ୍ତୁ ପିଟିଆଇର ଅଭିଯୋଗକୁ ଶାହାବାଜ ସରକାର ଖଣ୍ଡନ କରିଛି। ଦନ୍ତରେ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି ଗୃହମନ୍ତ୍ରୀ କହିଛିନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ବିଗତ ଦିନର କାର୍ଯ୍ୟକ୍ରମକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।


Also Read: Former PM Imran Khan shot: କିଏ ଓ କାହିଁକି ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା? ସାମନାକୁ ଆସିଲା ରହସ୍ୟମୟ ତଥ୍ୟ


ପିଟିଆଇ ମୁଖ୍ୟଙ୍କ ରାଲି ସମୟରେ ହୋଇଥିବା ଆକ୍ରମଣ ପରେ ଅନେକ ପ୍ରଶ୍ନ ଉଠିଛି। ପାକିସ୍ତାନୀ ସେନା ଏବଂ ଗୁପ୍ତଚର ସଂସ୍ଥା ଆଇଏସଆଇ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଜେନେରାଲ ବାଜୱା, ପାକିସ୍ତାନୀ ସେନାର ଷ୍ଟ୍ରାଟେଜିକ୍ ଫୋର୍ସର କମାଣ୍ଡ ଏବଂ ଆଇଏସ୍ଆଇ ମୁଖ୍ୟାଳୟ ପରିଦର୍ଶନ କରିଥିଲେ। ଇମ୍ରାନ ଖାନ ଏବଂ ତାଙ୍କ ନେତାମାନେ ଏହି ଆକ୍ରମଣକୁ ପାକିସ୍ତାନୀ ସେନାର ମେଜର ଜେନେରାଲ ଫୈଜଲ ସୁଲତାନ ସହ ସିଧାସଳଖ ସମ୍ପର୍କ ଥିବା କହିଛନ୍ତି। ଉତ୍ୟକ୍ତ ଲୋକମାନେ ସେନା ମୁଖ୍ୟ ବାଜୱାଙ୍କ ବାସଭବନ ଘେରାଉ କରିବା ସହିତ ସେନା ମୁଖ୍ୟାଳୟ ବାହାରେ ପ୍ରଦର୍ଶନ କରିଥିଲେ। ଯାହା ପାକିସ୍ତାନ ସରକାରଙ୍କ ଚିନ୍ତା ବଢାଇଦେଇଛି।


ଅନ୍ୟପଟେ ଆଜାଦି ମାର୍ଚ୍ଚେରେ ହୋଇଥିବା ଗୁଳିକାଣ୍ଡ ଇମ୍ରାନ ଖାନଙ୍କ ପାଇଁ ସଞ୍ଜିବନୀ ପାଲିଟିବ ବୋଲି କୁହାଯାଉଛି। ପ୍ରାୟତଃ ସମୟରେ ଏଭଳି ଘଟଣା ପରେ ନେତାଙ୍କୁ ସମବେଦନା ମିଳିଥାଏ। ବର୍ତ୍ତମାନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚାରି ଆଡୁ ଛନ୍ଦି ହୋଇଛନ୍ତି। ତାଙ୍କ ବିରୋଧରେ ଏକାଧିକ ଦେଶଦ୍ରୋହ ଓ ଦୁର୍ନୀତି ମାମଲା ଚାଲିଛି। ତୋଶାଖାନା ମାମଲା ପରେ ତାଙ୍କର ନିର୍ବାଚନ ଲଢିବାର ଅଧିକାରକୁ ମଧ୍ୟ ରଦ୍ଦ କରାଯାଇଛି। ଯଦି ସେ ସୁସ୍ଥ ହୋଇ ଫେରି ପୁଣି ଥରେ ରାଲିରେ ସାମିଲ ହୁଅନ୍ତି, ତେବେ ତାଙ୍କୁ ବିପୁଳ ଜନ ସମର୍ଥନ ମିଳିବାର ସମ୍ଭାବନା ଅଛି। ଯଦି ଏପରି ହୁଏ ତେବେ ପାକିସ୍ତାନରେ ଖୁବଶୀଘ୍ର ପୁଣି ଥରେ ରାଜନୈତିକ ସଙ୍କଟ ଦେଖାଦେବ।