Holi 2023: ନୂଆଦିଲ୍ଲୀ: ହୋଲି ଶୁଭେଚ୍ଛା ଜଣାଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ (Former Prime Minister) ନଓ୍ୱାଜ ସରିଫଙ୍କୁ ଟ୍ରୋଲ (Troll) ହେବାକୁ ପଡ଼ିଛି। ନଓ୍ୱାଜ ସରିଫ (Nawaz Sharif) ବର୍ତ୍ତମାନ ନିଜ ଦେଶ ଛାଡ଼ି ବିଦେଶରେ ରହୁଛନ୍ତି। ତେବେ ଆଜି ହୋଲି ଅବସରରେ ଶୁଭେଚ୍ଛା ଜଣାଇବାକୁ ଯାଇ ସରିଫଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ମାଇକ୍ରୋ ବ୍ଲଗିଂ ସାଇଟରେ ହୋଲି ଶୁଭେଚ୍ଛା ଜଣାଇବା ବେଳେ ଦୀପର (ଇମୋଜି ଆର୍ଟ) ବ୍ୟବହାର କରିଛନ୍ତି ସରିଫ। ସୋସିଆଲ ମିଡ଼ିଆ ୟୁଜରମାନେ ଏହାକୁ ନେଇ ଜୋରଦାର ଟ୍ରୋଲ କରୁଛନ୍ତି। କେବଳ ଟ୍ରୋଲ କରିନାହାନ୍ତି, ଏହାର ମଜା ମଧ୍ୟ ଉଠାଉଛନ୍ତି ସୋସିଆଲ ମିଡ଼ିଆ ୟୁଜରମାନେ। 


COMMERCIAL BREAK
SCROLL TO CONTINUE READING


ଚଳିତ ମାସ ୬ ତାରିଖରେ ସରିଫ ଏହି ଶୁଭେଚ୍ଛା ବାର୍ତ୍ତାର ଟ୍ୱିଟ କରିଥିଲେ। ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ହାପି ହୋଲି ଲେଖିଛନ୍ତି। ଆଉ ହାପି ହୋଲି ପରେ ଦୀପର ଚିତ୍ର (ଇମୋଜି ଆର୍ଟ) ଲଗାଇଛନ୍ତି। ସାଧାରଣତଃ ଦୀପର ବ୍ୟବହାର ଅନ୍ଧକାର ହଟାଇବା ପାଇଁ ବ୍ୟବହାର କରାଯାଇଥାଏ। ସୋସିଆଲ ମିଡ଼ିଆରେ ମଧ୍ୟ ଲୋକମାନେ ଦୀପାବଳି ଶୁଭେଚ୍ଛା ଜଣାଇବା ପାଇଁ ଦୀପର ବ୍ୟବହାର କରିଥାନ୍ତି। କିନ୍ତୁ ନଓ୍ୱାଜ ସରିଫ ବୋଧହୁଏ ଜାଣିପାରିଲେ ନାହିଁ କି ଏହି ଦୀପର ବ୍ୟବହାର କେବେ ଓ କେଉଁଠି ହେବ ଜାଣିନାହାନ୍ତି। ସେଇଥିପାଇଁ ବୋଧେ ହୋଲି ଶୁଭେଚ୍ଛାରେ ଏହି ଦୀପର ବ୍ୟବହାର କରିଦେଇଛନ୍ତି। ଯାହାକୁ ନେଇ ଏବେ ଟ୍ରୋଲ ଜୋରଦାର ହେବାରେ ଲାଗିଛନ୍ତି। 


ଟ୍ୱିଟରରେ ୟୁଜରମାନେ ଯେତେବେଳେ ତାଙ୍କର ଏହି ଟ୍ୱିଟ ଦେଖିଲେ ସେତେବେଳେ ଏହାର କଟାକ୍ଷ କରିବା ଆରମ୍ଭ କରିଦେଇଥିଲେ। କିଛି ୟୁଜର ଲେଖିଥିଲେ କି ମିୟାଁ ସାହାବ କାହିଁକି ଏହି ଦୀପକୁ ଜଳାଉଛନ୍ତି। ଏହା ମଧ୍ୟରେ ଆହୁରି କିଛି ୟୁଜର କଟାକ୍ଷ କରି କହିଥିଲେ କି ଅତି କମରେ ପର୍ବ ମଧ୍ୟରେ ଫରକ ତ ଜାଣନ୍ତୁ। ଜଣେ ୟୁଜର ଆହୁରି ମଧ୍ୟ କହିଥିଲା ଦୀପ ହୋଲିରେ ନୁହେଁ, ଦୀପାବଳିରେ ଜଳା ଯାଇଥାଏ। ଦୀପ ଦୀପାବଳିର ପ୍ରତିକ ବୋଲି ୟୁଜର ଜଣ ସରିଫଙ୍କୁ କଟାକ୍ଷ କରି କହିଥିଲେ।