ଇସଲାମାବାଦ: ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଆମେରିକା (USA) ପାକିସ୍ତାନ (Pakistan) ଉପରେ ଜୋରଦାର ବର୍ଷିଥିଲା। ତେବେ ଏହାକୁ ନେଇ ଆମେରିକାକୁ (USA) ମଧ୍ୟ ପ୍ରତି ଜବାବରେ ପାକିସ୍ତାନ (Pakistan) ସରକାର କଡ଼ା ଭାଷାରେ ସମାଲୋଚନା କରିଥିଲା। ଏହି କ୍ରମରେ ଆମରିକା (USA) ରାଷ୍ଟ୍ରପତି (President) ଜୋ ବାଇଡେନଙ୍କ (Joe Biden) ଉପରେ ବର୍ଷିଛନ୍ତି ପାକିସ୍ତାନର (Pakistan) ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଦୃଢ ବିରୋଧ କରିଛନ୍ତି। ସେ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ବାଇଡେନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଟ୍ୱିଟ କରି ବାଇଡେନଙ୍କୁ ଦୁଇଟି ପ୍ରଶ୍ନ କରିଛନ୍ତି। ପ୍ରଥମ ପ୍ରଶ୍ନରେ ଆମ ରାଷ୍ଟ୍ରରେ ଥିବା ପରମାଣୁ କ୍ଷମତା ସମ୍ପର୍କରେ ଏପରି କେଉଁ ତଥ୍ୟ ହସ୍ତଗତ ହୋଇଛି ଯାହା ଏଭଳି ଅନାବଶ୍ୟକ ନିଷ୍କର୍ସ ବାହାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୋତେ ଜଣା ଅଛି ଯେ ଆମ ନିକଟରେ ସବୁଠାରୁ ସୁରକ୍ଷିତ ପରମାଣୁ କମାଣ ଓ ନିୟନ୍ତ୍ରଣ ପ୍ରଣାଳୀ କଣ ରହିଛି। 


ପରମାଣୁ ଶକ୍ତି ହାସଲ ହେବା ପରେ ସମଗ୍ର ବିଶ୍ୱରେ ପାକିସ୍ତାନ କେବେ ଆକମଣାତ୍ମକ ହୋଇ ଉଠିଛି ବୋଲି ବାଇଡେନଙ୍କୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଶ୍ନ କରିଛନ୍ତି। ଏଭଳି ସ୍ଥିତିରେ ବାଇଡେନଙ୍କ ଉପରେ ଇମ୍ରାନ କ୍ଷୋଭ ପ୍ରକାଶ କରିଛନ୍ତି। ଇମ୍ରାନ କହିଛନ୍ତି କି ବାଇଡେନଙ୍କୁ ବାରମ୍ବାର ବିରୋଧ କରିବାରୁ ସେ ମୋ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ। ମୋତେ ହଟାଇ ପାକିସ୍ତାନରେ କାଠ କଣ୍ଢେଇର ସରକାର ଗଠନ କରିଛନ୍ତି। ଗଣତାନ୍ତ୍ରିକ ରୂପରେ  ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ ହଟାଇ ଦେଇଥିଲେ ବାଇଡେନ। 


ଇମ୍ରାନ ଆହୁରି ମଧ୍ୟର କହିଥିଲେ କି ପାକିସ୍ତାନ ସରକାର ଅକ୍ଷମତାର ସମସ୍ତ ସୀମା ଅତିକ୍ରମ କରିସାରିଛି। ସେ କହିଥିଲେ କି ମୋର ସବୁଠାରୁ ବଡ଼ ଚିନ୍ତା ହେଉଛି କି ସରକାର ଆମକୁ ଆର୍ଥିକ ସଂକଟ ଆଡକୁ ନେଇ ଯାଉଛି। ସରକାର ଦେଶକୁ ଲୁଟିବା ପାଇଁ କିଛି ପେଶାଦାର ଅପରାଧିଙ୍କୁ ଲାଇସେନ୍ସ ପ୍ରଦାନ କରିଛି। ସରକାର ଦେଶର ସୁରକ୍ଷାକୁ ନେଇ ଶତ୍ରୁ ରାଷ୍ଟ୍ର ସହିତ ବୁଝାମଣା କରୁଛି। ଏହାକୁ ପାକିସ୍ତାନରେ ଥିବା ଆମେରିକାର ରାଷ୍ଟ୍ରଦୂତ ଇମ୍ରାନଙ୍କୁ ସମନ ଜାରି କରିଛି।  


ଏଠାରେ କହି ରଖୁକି ଇମ୍ରାନ ଖାନଙ୍କ ସମସ୍ୟା ଆଗକୁ ଅନେକ ବଢିବାର ସମ୍ଭାବନା ରହିଛି। ଏପରିକି ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ନାରାବାଜୀ କରିବା ସହିତ ଇମ୍ରାନ ଖାନଙ୍କ ସହିତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନ୍ନାଉଲ୍ଲାହଙ୍କ ପକ୍ଷରୁ ଗଣମାଧ୍ୟମରେ କୁହାଯାଇଚି କି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ମଦୀନାରେ ନାରାବାଜୀ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। କ୍ଷମତାରେ ଥିବା ପିଏମଏଲ-ଏନର ସମର୍ଥକଙ୍କ କହିବା କଥା କି ମଦୀନାରେ କିଛି ଏପରି ଘଟିଥିଲା ଯାହା ଇମ୍ରାନଙ୍କ ଦଳ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। 


ଅଧିକ ପଢନ୍ତୁ: T20 World Cup 2022: ଟି-୨୦ ବିଶ୍ୱକପରେ ଏହି ଦଳ ପ୍ରତି ରୁହନ୍ତୁ ସତର୍କ, ଟିମ୍ ଇଣ୍ଡିଆକୁ କଡା ଚେତାବନୀ ଦେଲେ ଗମ୍ଭୀର