T20 World Cup 2022: ଟି-୨୦ ବିଶ୍ୱକପରେ ଏହି ଦଳ ପ୍ରତି ରୁହନ୍ତୁ ସତର୍କ, ଟିମ୍ ଇଣ୍ଡିଆକୁ କଡା ଚେତାବନୀ ଦେଲେ ଗମ୍ଭୀର
Advertisement

T20 World Cup 2022: ଟି-୨୦ ବିଶ୍ୱକପରେ ଏହି ଦଳ ପ୍ରତି ରୁହନ୍ତୁ ସତର୍କ, ଟିମ୍ ଇଣ୍ଡିଆକୁ କଡା ଚେତାବନୀ ଦେଲେ ଗମ୍ଭୀର

Gautam Gambhir warn Team India: ଗୌତମ ଗମ୍ଭୀର କହିଛନ୍ତି ଯେ ଟି-୨୦ ବିଶ୍ୱକପରେ ଭାରତ ଶ୍ରୀଲଙ୍କା ପ୍ରତି ସତର୍କ ରହିବା ଆବଶ୍ୟକ କାରଣ ଚାମିରା ଓ ଲାହିରୁ କୁମାରଙ୍କ ଆଗମନ ସହିତ ଦଳ ଅଧିକ ଶକ୍ତିଶାଳୀ ହୋଇଛି । ନିକଟରେ ଶ୍ରୀଲଙ୍କା ମଧ୍ୟ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଜିତିଥିଲା ।

ସୌଜନ୍ୟ -ସୋସିଆଲ ମିଡିଆ

Gautam Gambhir warn Team India: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ଆରମ୍ଭ ହୋଇସାରିଛି । ପ୍ରଥମ ରାଉଣ୍ଡରେ ମୋଟ ୮ ଟି ଦଳ ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଯେଉଁଥିରୁ ୪ଟି ଦଳ ସୁପର-୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏହି ଦଳଗୁଡ଼ିକରେ ଶ୍ରୀଲଙ୍କା (Sri Lanka) ଓ ୱେଷ୍ଟଇଣ୍ଡିଜ୍ (West Indies) ଦୁଇଟି ବଡ଼ ନାମ ରହିଛି । ଯଦି ଆମେ ସୁପର-୧୨ ରେ (Super 12) ଭାରତର ଗ୍ରୁପ ବିଷୟରେ କଥା ହେବା, ତେବେ ଯୋଗ୍ୟତା ପର୍ଯ୍ୟାୟରେ, ଗ୍ରୁପ୍ ବି ର ଶୀର୍ଷ ଦଳ ଓ ଗ୍ରୁପ୍-ବି ର ଦ୍ୱିତୀୟ ନମ୍ବର ଦଳ ଭାରତର ଗ୍ରୁପ୍ ରେ ଜାଗା ବନାଇବ । ଏଭଳି ସ୍ଥିତିରେ ଯେତେବେଳେ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀରଙ୍କୁ (Gautam Gambhir) ପ୍ରଶ୍ନ ପଚରାଯାଇଥିଲା ଯେ ଭାରତ କେଉଁ ଦଳକୁ ଏଡାଇବାକୁ ଚାହିଁବ ୱେଷ୍ଟଇଣ୍ଡିଜ୍ ନା ଶ୍ରୀଲଙ୍କା? ସେ ଏଠାରେ ସେ ଶ୍ରୀଲଙ୍କାର ନାମ ନେଇଥିଲେ ।

କ୍ରମାଗତ ଭାବେ ଶ୍ରୀଲଙ୍କା କ୍ରିକେଟ ଟିମ୍ (Sri Lanka Cricket Team) ସବୁଠାରୁ ଛୋଟ ଫର୍ମାଟ ଟି-୨୦ ରେ ଚମତ୍କାର ପ୍ରଦର୍ଶନ କରି ଆସୁଛି । ଏହି ଦଳ ଏସିଆ କପରେ ଭଲ ଆରମ୍ଭ କରିନଥିଲା, କିନ୍ତୁ ଶ୍ରୀଲଙ୍କା ବିଜୟ ସହ ଟୁର୍ଣ୍ଣାମେଣ୍ଟ ଶେଷ କରିଥିଲା । ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ହାରିଯିବା ପରେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରି ଟୁର୍ନାମେଣ୍ଟର ପ୍ରତ୍ୟେକ ମ୍ୟାଚ୍ ଜିତିଥିଲା । ଏହି ସମୟ ମଧ୍ୟରେ ସେ କେବଳ ଭାରତକୁ ପରାସ୍ତ କରିନାହିଁ, ଫାଇନାଲରେ ପାକିସ୍ତାନ ଦଳକୁ ମଧ୍ୟ ପରାସ୍ତ କରିଛି । ଗୌତମ ଗମ୍ଭୀର କହିଛନ୍ତି ଯେ ଟି-୨୦ ବିଶ୍ୱକପରେ ଭାରତ ଏହି ଦଳ ପ୍ରତି ସତର୍କ ରହିବା ଆବଶ୍ୟକ କାରଣ ଚାମିରା ଓ ଲାହିରୁ କୁମାରଙ୍କ ଆଗମନ ସହିତ ଶ୍ରୀଲଙ୍କା ଦଳ ଅଧିକ ଶକ୍ତିଶାଳୀ ହୋଇଛି ।

୨୦୦୭ ବିଶ୍ୱକପ ବିଜେତା ଦଳର ଖେଳାଳି ଷ୍ଟାର ସ୍ପୋର୍ଟସ ସହ କଥାବାର୍ତ୍ତା କରି କହିଛନ୍ତି, “ଶ୍ରୀଲଙ୍କା, ଏସିଆ କପରେ ସେମାନଙ୍କୁ ଯେଉଁ ପ୍ରକାରର ସଫଳତା ମିଳିଛି । ବର୍ତ୍ତମାନ ଯେଉଁଭଳି ଭାବରେ ସେମାନେ ଖେଳୁଛନ୍ତି, ବୋଧହୁଏ ସେମାନେ ଏହି ଉପାୟରେ ଶିଖରରେ ପହଞ୍ଚୁଛନ୍ତି । ସେମାନେ ବୋଧହୁଏ ଚାମିରା ଓ ଲାହିରୁ କୁମାରାଙ୍କ ଆଗମନ ସହିତ ସେମାନଙ୍କର ଅଧିକାଂଶ ଖାଲି ସ୍ଥାନକୁ ପୂରା କରିଛନ୍ତି । ସେମାନେ ଅନ୍ୟ ଦଳ ପାଇଁ ବିପଦ ହେବାକୁ ଯାଉଛନ୍ତି ଓ ତେଣୁ ସେମାନେ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବହୁତ ଆତ୍ମବିଶ୍ୱାସ ସହ ଯାଉଛନ୍ତି ।

ଏହା ବି ପଢନ୍ତୁ: T20 World Cup 2022: ଟି-20 ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବନି ମ୍ୟାଚ୍! ଜାଣନ୍ତୁ କ'ଣ ରହିଛି କାରଣ

ଏହା ବି ପଢନ୍ତୁ: ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ପତ୍ନୀଙ୍କ ସହ ଚଳନ୍ତା ଟ୍ରେନରେ ଦୁର୍ବ୍ୟବହାର, ଚେକିଂ ଷ୍ଚାଫଙ୍କ ବିରୋଧରେ ଗୁରୁତର ଅଭିଯୋଗ