ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ହେଲା ଅଚାନକ ନିଧନ, କ୍ରୀଡା ଜଗତରେ ଶୋକର ଛାୟା
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶରୀରରେ ସୁଗାର ସ୍ତର ଅଧିକ ଥିବାରୁ ରକ୍ତ ସଞ୍ଚାଳନରେ ଅସୁବିଧା ହେତୁ ତାଙ୍କ ଡାହାଣ ଗୋଡକୁ ଚଳିତ ମାସରେ କାଟିକୁ ପଡ଼ିଥିଲା ।
ନୂଆଦିଲ୍ଲୀ: Former Sri Lankan cricketer Bandula Warnapura passes away: ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ ବାନ୍ଦୁଲା ୱର୍ନାପୁରା(Bandula Warnapura) ଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ନିଧନ ହୋଇଯାଇଛି । ସୁଗାର ସ୍ତର ବଢ଼ିବା ପରେ ୬୮ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୮୨ ମସିହାରେ ଶ୍ରୀଲଙ୍କାର କଲମ୍ବୋରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବାନ୍ଦୁଲା ଅଧିନାୟକ ଥିଲେ । ସେ ତିନୋଟି ଟେଷ୍ଟ ଓ ୧୨ଟି ODI ଖେଳିଛନ୍ତି ।
କାଟିବାକୁ ପଡିଥିଲା ଗୋଡ଼
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶରୀରରେ ସୁଗାର ସ୍ତର ଅଧିକ ଥିବାରୁ ରକ୍ତ ସଞ୍ଚାଳନରେ ଅସୁବିଧା ହେତୁ ତାଙ୍କ ଡାହାଣ ଗୋଡକୁ ଚଳିତ ମାସରେ କାଟିକୁ ପଡ଼ିଥିଲା । ଫେବୃଆରୀ ୧୯୮୨ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ନେତୃତ୍ୱ କରିବା ବ୍ୟତୀତ ସେ (Bandula Warnapura) ଦେଶ ତରଫରୁ ଟେଷ୍ଟ କ୍ରିକେଟର ଭାବେ ପ୍ରଥମ ବଲର ସାମ୍ନା କରିବା ତଥା ଦେଶ ପାଇଁ ପ୍ରଥମ ରନ୍ ସ୍କୋରର ମଧ୍ୟ କରିଥିଲେ । ଏହି ମ୍ୟାଚ୍ରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ (ଦ୍ୱିତୀୟ ଇନିଂସରେ) ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଥିଲେ ।
ଶୋକରେ କ୍ରୀଡା ଜଗତ
ତାଙ୍କ (Bandula Warnapura) ନିଧନକୁ ନେଇ ଶ୍ରୀଲଙ୍କା କ୍ରିକେଟ୍ (SLC) ସମବେଦନା ଜଣାଇଛି । ଏସଏଲସି ମୁଖ୍ୟ ଶ୍ୟାମି ସିଲଭା ଏକ ବୟାନରେ କହିଛନ୍ତି ଯେ, "ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ (First Test Captain of Sri Lanka) ଥିବା ବାନ୍ଦୁଲା ୱର୍ନାପୁରା (Bandula Warnapura) ଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । କ୍ରିକେଟ୍ ଜଗତ ପାଇଁ ଏହି ମୃତ୍ୟୁ ଏକ ବଡ଼ କ୍ଷତି ।"
ଏହା ବି ପଢ଼ନ୍ତୁ:-ଆଜି ମଙ୍ଗଳବାର: ହନୁମାନଙ୍କ ପୂଜା କରନ୍ତୁ, ଏସବୁ ଲାଭ ପାଆନ୍ତୁ
ଏହା ବି ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ରସୁଣ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଆଶ୍ଚର୍ଯ୍ୟଜନକ ଉପକାର
ଏହା ବି ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଲାଭ
ଲଗାଯାଇଥିଲା ପ୍ରତିବନ୍ଧକ
୧୯୭୫ରୁ ୧୯୮୨ ପର୍ଯ୍ୟନ୍ତ ଚାରୋଟି ଟେଷ୍ଟ ଓ ୧୨ଟି ODI ରେ ୱର୍ନାପୁରା (Bandula Warnapura) ଦେଶର ପ୍ରତିନିଧିତ୍ୱ କରିଥିଲେ । ଯଦିଓ ୧୯୮୨-୮୩ ମସିହାରେ ବର୍ଣ୍ଣଭେଦ ଯୁଗରେ ବିଦ୍ରୋହୀ ଦଳ ସହିତ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରେ ଶ୍ରୀଲଙ୍କା କ୍ରିକେଟ୍ ତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା । ପରେ ସେ ଜାତୀୟ ଦଳର ପ୍ରଶିକ୍ଷକ ତଥା ଶ୍ରୀଲଙ୍କା କ୍ରିକେଟର ପ୍ରଶାସକ ଭାବରେ କାର୍ଯ୍ୟ କରିଥିଲେ ।