Road Accident In Karnatak : କର୍ଣ୍ଣାଟକ ହାସନ ଜିଲ୍ଲାରେ (Hassan district of Karnataka) ଭୟଙ୍କର ସଡକ ଦୁର୍ଘଟଣା ।  ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କିଭଳି ହୋଇଛି ସେନେଇ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରା ଉଚରା ଜାରି କରିଛି ପୋଲିସ । ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି (Road Accident In Karnatak) । କର୍ଣ୍ଣାଟକର ୧୪ ତୀର୍ଥଯାତ୍ରୀ ଦକ୍ଷିଣ କନ୍ନଡର ଧର୍ମଶାଳା ଜିଲ୍ଲା ମଞ୍ଜୁନାଥଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ । ଫେରୁଥିବା ସମୟରେ ସେମାନେ ସମସ୍ତ ଗାଡ଼ିରେ ଶୋଇପଡ଼ିଥିଲେ । ଏହି ସମୟରେ ଏକକାଳୀନ ବସ ଏବଂ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ସୂଚନା ମିଳିଛି ।ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡି ଭିତରୁ ମୃତଦେହ ଉଦ୍ଧାର କରିବା ସହ ଆହାତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହି ଦୁର୍ଘଟଣା ନେଇ ପୋଲିସ ଏକ ମାମଲା ରୁଜୁ କରୁ ଅଧିକ ତଦନ୍ତ ଆରମ୍ଭ କରିଛି ।


COMMERCIAL BREAK
SCROLL TO CONTINUE READING


ସେପଟେ,ଦକ୍ଷିଣ-ପଶ୍ଚିମ କଲମ୍ବିଆର ପାନ-ଆମେରିକୀୟ ରାଜପଥରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ରାଜପଥରେ ବସ୍ ଓଲଟି ପଡ଼ିବାରୁ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଶନିବାର କଲୋମ୍ବିଆର ତୁମାକୋ ବନ୍ଦର ସହରରୁ କାଲି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ନାରିନୋ ବିଭାଗର ଟ୍ରାଫିକ ପୋଲିସର କ୍ୟାପଟେନ ଆଲବର୍ଟଲ୍ୟାଣ୍ଡ ଆଗୁଡେଲୋ ଏହି ସୂଚନା ଦେଇଛନ୍ତି।କଲମ୍ବିଆ ଠାରୁ ଦକ୍ଷିଣ ପୂର୍ବରେ ୩୨୦ କିମି ଦୂରରେ ବସ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତମାନଙ୍କ ମଧ୍ୟରେ ତିନି ବର୍ଷର ବାଳିକା ଏବଂ ଜଣେ ଆଠ ବର୍ଷର ବାଳକ ମଧ୍ୟ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା। କୁହୁଡି ଯୋଗୁଁ ଗାଡିଟି ରାସ୍ତାରେ ଓଲଟି ପଡିଥିବା କୁହାଯାଉଛି। ତେବେ ବ୍ରେକ୍ ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ହୋଇଥାଏ ବୋଲି ସନ୍ଦେହ କରାଯାଉଛି।



ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାଡିକୁ ସିଧା କରିବା, ଆହତମାନଙ୍କୁ ସ୍ଥାନାନ୍ତର କରିବା ଏବଂ ମୃତଦେହ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ନଅ ଘଣ୍ଟା ସମୟ ଲାଗିଥିଲା। ଗାଡିଟି ଦ୍ରୁତ ଗତିରେ ଥିଲା ଓ ସେ ଅନିୟନ୍ତ୍ରୀକ ହୋଇ ରାସ୍ତା ଉପରେ ଓଲଟି ପଡିଥିଲା। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଯାତାୟତ ସ୍ୱଭାବିକ ହୋଇଛି।