ନୂଆଦିଲ୍ଲୀ: Coronavirus 4th Wave, Coronavirus in India, Fourth Covid Wave: ବିଶ୍ୱର କେତେକ ଦେଶରେ କୋରୋନା ମାମଲା (Coronavirus Cases) ରେ ଦ୍ରୁତ ଗତିରେ ବୃଦ୍ଧି ରେକର୍ଡ କରାଯାଉଛି । ଭାରତରେ ମଧ୍ୟ ଦିଲ୍ଲୀ ସମେତ କିଛି ରାଜ୍ୟରେ ଲଗାତର କୋରୋନା ମାମଲା ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠିବାରେ ଲାଗିଛି ଯେ କ'ଣ ଏହା ଚତୁର୍ଥ ଲହର (COVID19 Fourth Wave) ର ଆଗୁଆ ସଙ୍କେତ କି? କ'ଣ ଦେଶରେ ପୁଣିଥରେ ଲକଡାଉନ୍ (Lockdown) ଲଗାଇବାକୁ ପଡ଼ିପାରେ । ଏହି ସମସ୍ତ ପ୍ରୟାସ ମଧ୍ୟରେ IIT କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ( IIT Kanpur professor Manindra Agarwal) ଏକ ଆଶ୍ୱସ୍ତିକର ଖବର ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ କୋରୋନା ପ୍ରତିବନ୍ଧକ ହଟାଇବା କାରଣରୁ ଏହି ମାମଲାରେ ବୃଦ୍ଧି ଦେଖାଦେଉଛି । ଭାରତରେ ଚତୁର୍ଥ ଲହର (Fourth COVID Wave) ର କୌଣସି ସମ୍ଭାବନା ନାହିଁ । କାରଣ ଲୋକଙ୍କ ମଧ୍ୟରେ ଭୂତାଣୁ ବିରୋଧରେ ୯୦ ପ୍ରତିଶତ ପ୍ରାକୃତିକ ଇମ୍ୟୁନିଟି ତିଆରି ହୋଇସାରିଛି ।


COMMERCIAL BREAK
SCROLL TO CONTINUE READING

ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ (Manindra Agarwal) ଙ୍କ ବିଗତ ଦୁଇ ବର୍ଷ ଧରି ଭବିଷ୍ୟବାଣୀ ସତ ହୋଇଆସୁଛି । ସେ ନିଜର ଗାଣିତକ ସୂତ୍ର ହିସାବରେ କୋରୋନାକୁ ନେଇ ଭବିଷ୍ୟବାଣୀ କରି ଆସୁଛନ୍ତି । ଯାହା ସର୍ବଦା ସତ ପ୍ରମାଣିତ ହେଉଛି । ଉତ୍ତର ପ୍ରଦେଶରେ ବିଗତ ୩ ଦିନ ଧରି ଲଗାତର କୋରୋନା ମାମଲା ୧୦୦ ଉପରେ ରହିଆସୁଛି । ରବିବାର ମଧ୍ୟ ୧୩୫ କୋରୋନା ମାମଲା ଚିହ୍ନଟ ହୋଇଛି । ଯାହା ପରେ ରାଜ୍ୟରେ ମୋଟ କୋରୋନା ସକ୍ରିୟ ମାମଲା ୬୧୦ରେ ପହଞ୍ଚିଛି । ପ୍ରୋଫେସର ଅଗ୍ରୱାଲ କହିଛନ୍ତି ଯେ ଲୋକଙ୍କ ମଧ୍ୟ ଏହି ଭୂତାଣୁ ବିରୋଧରେ ୯୦ ପ୍ରତିଶୋଧ ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇସାରିଛି । ଯାହା ବର୍ତ୍ତମାନ ନୂଆ ଭାରିଆଣ୍ଟ (New Variant) ବ୍ୟାପିବାର ସୁଯୋଗ ଦେବନାହିଁ ।


ସେ ଆଗକୁ କହିଛନ୍ତି ଯେ, କୋରୋନାର ଦ୍ୱିତୀୟ ଲହରରେ ଭୂତାଣୁର ଅଧିତ ପ୍ରଭାବ ଦେଖିବାକୁ ମିଳିଥିଲା । ଏହାପରେ ଦ୍ରୁତ ଗତିରେ ଟିକାକଣର କରାଯାଇଥିଲା । ଯାହାଫଳରେ ହାର୍ଡ ଇମ୍ୟୁନିଟି ଗଠନରେ ସାହାଯ୍ୟ ମିଳିଥିଲା । ଆପଣଙ୍କୁ କହି ରଖୁଛୁ ଯେ ଏହା ପୂର୍ବରୁ ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ କୋରୋନାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଲହରକୁ ନେଇ ଦାବି କରିସାରିଛନ୍ତି । ସେ ଲହରରକୁ ନେଇ ଏପର୍ଯ୍ୟନ୍ତ ଯାହା ଦାବି କରିଛନ୍ତି, ତାହା ସତ ପ୍ରମାଣିତ ହୋଇସାରିଛି ।   


ଏହା ବି ପଢ଼ନ୍ତୁ:-ପ୍ରଶାନ୍ତ କିଶୋର ନା ଏ କୂଳର ନା ସେ କୂଳର...


ଏହା ବି ପଢ଼ନ୍ତୁ:-ଇମ୍ରାନଙ୍କୁ ଚାପୁଡ଼ା ମାରିଥିଲେ ISI ଚିଫ୍! ସାମ୍ନାକୁ ଆସିଲା ଏହାର କାରଣ 


ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନ ଦେଲେ ଏପରି ବୟାନ, ପାକିସ୍ତାନ ସେନା ରାଗି ପାଚି ହେଲା ଲାଲ


ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧୮୩ଟି ନୂତନ କୋରୋନା ମାମଲା ରେକର୍ଡ କରାଯାଇଛି । ଗତକାଲିର ୧୧୫୦ଟି ମାମଲା ତୁଳନାରେ ଏହା ୮୯.୮ ପ୍ରତିଶତ ବୃଦ୍ଧି ହୋଇଛି । ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୨୧୪କୁ ବୃଦ୍ଧି ପାଇଛି । ଦୈନିକ ପଜିଟିଭିଟି ରେଟ୍ ରବିବାରର ୦.୩୧ ପ୍ରତିଶତରୁ ସୋମବାର ୦.୮୩ ପ୍ରତିଶତକୁ ବୃଦ୍ଧି ପାଇଛି । ସେପଟେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାର ୧୩ ମାମଲା ଚିହ୍ନଟ ହୋଇଛି । ଆଶ୍ୱସ୍ତିକର ଖବର ଏହା ଯେ କୌଣସି ମୃତ୍ୟୁ ଘଟିନାହିଁ । ରାଜ୍ୟରେ ବର୍ତ୍ତମାନ ସମୟରେ ୧୦୭ ସକ୍ରିୟ ମାମଲା ରହିଛି ।