ନୂଆଦିଲ୍ଲୀ: Free Ration: କୋରୋନା ମହାମାରୀ ସମୟ ଠାରୁ ଗରିବ ଲୋକଙ୍କୁ କେନ୍ଦ୍ର ସରକାର ମାଗଣା ରାସନ ଯୋଗାଇ ଦେଉଛନ୍ତି । ଏହି ମାଗଣା ରାସନ ବିତରଣର ଶେଷ ମାସ ହେଉଛି ସେପ୍ଟେମ୍ବର ୨୦୨୨ । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ, ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇବା ପାଇଁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) କୁ ଆଗକୁ ବଢ଼ାଇବାକୁ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ । ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ ସୋମବାର ଏହି ସୂଚନା ଦେଇଛନ୍ତି । ତେବେ ଏ ବାବଦରେ କେବେ ନିଷ୍ପତ୍ତି ନିଆଯିବ ସେ ସ୍ପଷ୍ଟ କରି ନାହାଁନ୍ତି । ମାର୍ଚ୍ଚ, ୨୦୨୦ରେ ପ୍ରଧାନ ମନ୍ତ୍ର ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରାଯାଇଥିଲା । ଏହା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧୀନରେ ଥିବା ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ପ୍ରତି ମାସରେ ମାଗଣାରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି ।


COMMERCIAL BREAK
SCROLL TO CONTINUE READING

COVID-19 କାରଣରୁ ଗରିବ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସରକାର ମାଗଣା ରାସନ ଯୋଜନା ଆଣିଥିଲେ । ଏଥି ସହିତ ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ମାର୍ଚ୍ଚରେ ଏହି ଯୋଜନା ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା । ଏହି କାରଣରୁ ଏହି ଯୋଜନାରେ ଆଉ ୮୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କୋଭିଡ-19 ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ଏହା ଗରିବ ପରିବାରକୁ ବହୁତ ସାହାଯ୍ୟ କରିଥିଲା ।​ NFSA ଅଧୀନରେ ଥିବା ସାଧାରଣ ଆବଣ୍ଟନଠାରୁ ଏହା ଅଧିକ । ଏହି ଯୋଜନା ଅନେକ ଥର ବୃଦ୍ଧି କରାଯାଇଛି ଓ ବର୍ତ୍ତମାନ  ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ଅଛି । PMGKAY ଯୋଜନାକୁ ଆଗକୁ ବଢ଼ାଇବା ବିଷୟରେ ପଚରାଯିବାରୁ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ, "ସରକାରଙ୍କୁ ନିଷ୍ପତ୍ତି ନେବାର ଅଛି । ଏହା ହେଉଛି ବଡ଼ ସରକାରୀ ନିଷ୍ପତ୍ତି ... ସରକାର ଏହା ଉପରେ ନିଷ୍ପତ୍ତି ନେବେ । " 


ଅଧିକ ପଢ଼ନ୍ତୁ:-ମମତା ବାନାର୍ଜୀଙ୍କୁ ଝଟକା! ବିଜେପିକୁ ମିଳିଲା ବୃହତ ବିଜୟ, କେବଳ ଗୋଟିଏ ଆସନ ଜିତିଲା ଟିଏମସି


ଅଧିକ ପଢ଼ନ୍ତୁ:-ସଚିନ ପାଇଲଟଙ୍କୁ ପୁଣି ହେବାକୁ ପଡ଼ିବ ନିରାଶ, ଏହି ନେତା ହେବେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ସରକାର କଲେ ଏହି ବଡ଼ ଘୋଷଣା


ଏଠାରେ କହି ରଖୁଛୁ ଯେ, ମାର୍ଚ୍ଚ ୨୦୨୦ରେ କେନ୍ଦ୍ର ସରକାରଙ୍କ ତରଫରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନ୍ତର୍ଗତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PM-GKAY) ଆରମ୍ଭ କରାଯାଇଥିଲା । ଏହା ଅନ୍ତର୍ଗତ ମାସକୁ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ୮୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । । ଏହି ଯୋଜନା ଯୋଗୁଁ COVID ମହାମାରୀ ସମୟରେ ଲୋକଙ୍କ ଅସୁବିଧା ମଧ୍ୟ ବହୁତ କମ୍ ହୋଇଛି ।