Modi-Putin Summit: ନୂଆଦିଲ୍ଲୀ: ଆଜି ଋଷର ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ଯାଇଥିଲେ, ସେତେବେଳେ ୟୁକ୍ରେନ ବିଚଳିତ ହୋଇପଡ଼ିଛି। ୟୁକ୍ରେନ ରାଷ୍ଟ୍ରପତି ଭେଲୋଡୋମିର ଜେଲନସ୍କି ଏହି ଗସ୍ତକୁ ନିରାଶାଜନକ ଏବଂ ଚିନ୍ତାଜନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୋଦୀଙ୍କ ଏହି ଗସ୍ତକୁ ଶାନ୍ତି ପ୍ରୟାସ ପାଇଁ ଏକ ବଡ଼ ଝଟକା। ସେ କହିଛନ୍ତି ପୁଟିନଙ୍କୁ ଯେତେବେଳେ ମୋଦୀଙ୍କର ଭେଟଘାଟ ହୋଇଥିଲା ସେହି ସମୟରେ ଋଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ଚିକିତ୍ସାଳୟରେ ରୋଗୀଙ୍କୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ କରୁଛି ବୋଲି କହିଥିଲେ। ସୋମବାର ପୁତିନଙ୍କ ବାସଭବନରେ ଉଭୟ ନେତା ପୁତିନ ଓ ମୋଦୀଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସମାନ ସମୟରେ ଋଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ କରିଥିଲା। ଏଥିରେ ୩୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ୟୁକ୍ରେନ ରାଷ୍ଟ୍ରପତି ଭେଲୋଡୋମିର ଜେଲନସ୍କି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। 


COMMERCIAL BREAK
SCROLL TO CONTINUE READING

ସେପଟେ ଆଜି ମସ୍କୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଶକ୍ତି, ବାଣିଜ୍ୟ, ଉତ୍ପାଦନ ଏବଂ ସାର ଭଳି କ୍ଷେତ୍ରରେ ଭାରତ-ଋଷ ସହଯୋଗକୁ ଆହୁରି ବଢାଇବା ପାଇଁ ପଦକ୍ଷେପ ଏହି ସମ୍ମିଳନୀରେ ମୁଖ୍ୟ ଆକର୍ଷଣ ହୋଇପାରେ। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ବ୍ୟତୀତ ପ୍ରତିନିଧୀଙ୍କ ସହ ଆଲୋଚନା ମଧ୍ୟ ହେବ। ରାଷ୍ଟ୍ରପତି ପୁଟିନଙ୍କ ସହ ୨୨ତମ ଭାରତ-ଋଷ ବାର୍ଷିକ ଶିଖର ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସୋମବାର ଋଷ ଗସ୍ତରେ ପହଞ୍ଚିଛନ୍ତି। ଆଜି ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମସ୍କୋରେ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିଛନ୍ତି।


ଆଲୋଚନାରେ ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇପାରେ। ଭାରତ ଏହାର ଦୃଢ଼ତାକୁ ନିଶ୍ଚିତ କରିପାରେ ଯେ ବିବାଦର ସମାଧାନ ପାଇଁ ସଂଳାପ ଏବଂ କୂଟନୈତିକ ଏକମାତ୍ର ମାଧ୍ୟମ। ସୂଚନାନୁସାରେ, ଆଲୋଚନା ସମୟରେ ଅର୍ଥନୈତିକ ଏଜେଣ୍ଡାକୁ ବିଶେଷ କରି ଶକ୍ତି, ବାଣିଜ୍ୟ, ଉତ୍ପାଦନ ଏବଂ ସାର ଭଳି କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ। ବ୍ୟାଙ୍କିଙ୍ଗ, ରେଳବାଇ ଏବଂ ଇସ୍ପାତ କ୍ଷେତ୍ର ସମେତ ଦୁଇ ଦେଶ ମଧ୍ୟରେ ନିବେଶ ସମ୍ପର୍କ ମଧ୍ୟ ବୃଦ୍ଧି ପାଉଛି। ଯାହାକି ଅଧିକ ଶକ୍ତିଶାଳୀ ହୋଇପାରିବ। ଗତ ବର୍ଷ ରୁଷରୁ 80 MMT ରୁ ଅଧିକ ଅଶୋଧିତ ତୈଳ ଆମଦାନୀ ହୋଇଥିଲା। ସେହିଭଳି ଋଷ ଆମଦାନୀ ହୋଇଥିବା ସାରର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ। ଗତ ବର୍ଷ ଋଷରୁ ୪୮ ଲକ୍ଷ ଟନ୍ରୁ ଅଧିକ ସାର ଆମଦାନୀ ହୋଇଥିଲା। ଚାଷୀଙ୍କ ପାଇଁ ସାର ଯୋଗାଣ ଗୁରୁତ୍ୱପୂର୍ଣ୍ଣ।


ଏଠାରେ କହି ରଖୁ କି ଆମର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଋଷ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଛି। ଆଣବିକ ଶକ୍ତି କ୍ଷେତ୍ରରେ, କୁଡାନକୁଲମ୍ ଆଣବିକ ଶକ୍ତି କେନ୍ଦ୍ରର ୟୁନିଟ୍ ୧ ଏବଂ ୨ କାର୍ଯ୍ୟକ୍ଷମ ହୋଇସାରିଛି। ୟୁନିଟ୍ ୩ ଏବଂ ୬ କାର୍ଯ୍ୟକ୍ଷମ ରହିଛି। ଏଭଳି ପରିସ୍ଥିତିରେ ଦୁଇଟି ନୂତନ ଆଣବିକ ଶକ୍ତି କେନ୍ଦ୍ର ପାଇଁ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ଏହା ମଧ୍ୟ ଏଜେଣ୍ଡା ଉପରେ ଆଲୋଚନାର କେନ୍ଦ୍ର ହୋଇପାରେ। ଭାରତର ପ୍ରଧାନମନ୍ତ୍ରୀ ଏବଂ ଋଷର ରାଷ୍ଟ୍ରପତିଙ୍କ ମଧ୍ୟରେ ବାର୍ଷିକ ଶିଖର ସମ୍ମିଳନୀ ହେଉଛି ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀରେ ସର୍ବୋଚ୍ଚ ଅନୁଷ୍ଠାନିକ କଥାବାର୍ତ୍ତା ପ୍ରକ୍ରିୟା। ବାର୍ଷିକ ଶିଖର ସମ୍ମିଳନୀ ଭାରତ ଏବଂ ଋଷରେ ଥରେ ଅନୁଷ୍ଠିତ ହୁଏ। ଶେଷ ସମ୍ମିଳନୀ ୨୦୨୧ ଡିସେମ୍ବର ୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେବାକୁ ରାଷ୍ଟ୍ରପତି ପୁଟିନ ଭାରତ ଆସିଥିଲେ।