Gambia on Foreign Tourist: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆ ସରକାର ଦେଶକୁ ପରିଦର୍ଶନରେ ଆସୁଥିବା ୟୁରୋପୀୟ ଦେଶର ବୟସ୍କ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଦେଶ୍ୟରେ ଏକ ଚେତାବନୀ ଜାରି କରିଛନ୍ତି। ଏନେଇ ଗାମ୍ବିଆ ପର୍ଯ୍ୟଟନ ବୋର୍ଡ ନିର୍ଦ୍ଦେଶକ ଅବୁ ବକର କମାରା କହିଛନ୍ତି ଯେ ଆମେ ଭଲ ପର୍ଯ୍ୟଟକ ଚାହୁଁଛୁ। ବିଗତ କିଛି ବର୍ଷ ଗାମ୍ବିଆ ଭଳି ଦେଶରେ ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶରୁ ଆସୁଥିବା ବୟସ୍କା ମହିଳା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଅଧିକାଂଶ ୟୁରୋପୀୟ ମହିଳା ପର୍ଯ୍ୟଟକ ଯୁବକଙ୍କ ସହିତ ଛୁଟିଦିନ ଉପଭୋଗ କରିବାକୁ ଏଠାକୁ ଆସନ୍ତି। ଏହି କାରଣରୁ ଗାମ୍ବିଆର ପ୍ରତିଛବି ବିଶ୍ୱରେ ଏକ ସେକ୍ସ ହଟସ୍ପଟ୍ ଭାବେ ଉଭା ହୋଇଛି। ଯାହା ସ୍ଥାନୀୟ ପ୍ରଶାସନର ଚିନ୍ତା ବଢାଇ ଦେଇଛି। 


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗାମ୍ବିଆ ପର୍ଯ୍ୟଟନ ବୋର୍ଡ (Gambia Tourism Board) ନିର୍ଦ୍ଦେଶକ ଅବୁ ବକର କମାରା କହିଛନ୍ତି ଯେ ଆମେ ଭଲ ପର୍ଯ୍ୟଟକ ଆସିବାକୁ ଚାହୁଁଛୁ। ଦେଶର ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପର୍ଯ୍ୟଟକ ଆସିବା ଉଚିତ୍। ଆମେ ଏପରି ପର୍ଯ୍ୟଟକଙ୍କୁ ସ୍ୱାଗତ କରୁଛୁ। ହେଲେ ଆମେ ଦେଶକୁ ଆସୁଥିବା ସେହି ପର୍ଯ୍ୟଟକଙ୍କୁ ସ୍ୱାଗତ କରୁନାହୁଁ ଯେଉମାନେ ଏଠାକୁ କେବଳ ଶାରିରୀକ ସମ୍ବନ୍ଧ ବନାଇବା ପାଇଁ ଆସୁଛନ୍ତି। 


ଏନେଇ ଦେଶର ଅଧିକାରୀଙ୍କୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଶରେ ଉପସ୍ଥିତ ଥିବା ବିଶ୍ୱ ଐତିହ୍ୟ ସ୍ଥଳ ଏବଂ ବନ୍ୟଜନ୍ତୁ ବାବଦରେ ବିଶେଷ ଭାବେ ଜଣାଇବା ଆବଶ୍ୟକ। ଗାମ୍ବିଆ ପୂର୍ବରୁ ଏକ ବ୍ରିଟିଶ କଲୋନୀ (British Colony) ଥିଲା। ଗତ ୧୯୯୦ ଦଶକରେ ଏଠାରେ ହଠାତ୍ ଯୌନ ପର୍ଯ୍ୟଟନ (Sex Tourism) ବଢିଯାଇଥିଲା। ଏହା ଦ୍ୱାରା ଦେଶର ଭାବମୂର୍ତ୍ତି ଏପରି ହୋଇଯାଇଛି ଯେ ସ୍ଥାନୀୟ ଯୁବକ ଏଠାରେ ବିଭିନ୍ନ ମୂଲ୍ୟରେ ଉପସ୍ଥିତ ଅଛନ୍ତି ଏବଂ ଦେଶକୁ ଆସୁଥିବା ବ୍ରିଟିଶ-ୟୁରୋପୀୟ ମହିଳା ପର୍ଯ୍ୟଟକ (European Female Tourist) ଶାରିରୀକ ସମ୍ବନ୍ଧ ବନାଇବା ସେମାନଙ୍କ ମଧ୍ୟରୁ ଯାହାକୁ ଚୟନ କରିପାରିବେ। ଗାମ୍ବିଆ (Gambia) ଭଳି ଦେଶରେ ଏପରି ଯୁବକଙ୍କୁ ଟୟ ବଏଜ (Toy Boys) ଅଥବା ବମଷ୍ଚର (Bumsters) କୁହାଯାଏ।


Also Read: United Kingdom Heatwave: ଗ୍ରୀଷ୍ନ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ, ପୁରୁଷ ପିନ୍ଦୁଛନ୍ତି ନାଇଟ


ଏଭଳି ଯୁବକଙ୍କ ସହ ବିଦେଶୀ ମହିଳା ପର୍ଯ୍ୟଟକଙ୍କ (Foreign Female Tourist) ରହିଥିବା ସମ୍ପର୍କର ଖବର ମଧ୍ୟ ସାମ୍ନାକୁ ଆସିଛି। ବେରୋଜଗାରୀ ସହିତ ସଂଗ୍ରାମ କରୁଥିବା ଗାମ୍ବିଆ ଭଳି ଦେଶକୁ ଏପରି କାମ ଦ୍ୱାରା ମିଳୁଥିବା ଆର୍ଥିକ ସହାୟତା ଦେଶରେ ଯୌନ ଶିଳ୍ପ ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଅବଶ୍ୟ ଏହା ଦ୍ୱାରା ଅନେକ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ହେଉଛି। ଯାହା ହେଉଛି ପ୍ରେମରେ ପ୍ରତାରଣା ଏବଂ ବହୁବିବାହ।


ଦେଶର ଟୟ ବଏଜ ଭଳି କାର୍ଯ୍ୟରେ ଜଡ଼ିତ ରହିଥିବା ଯୁବକଙ୍କ ବିରୋଧରେ ଗାମ୍ବିଆ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଦେଶରେ ବ୍ୟାପିଥିବା ଯୌନ ପର୍ଯ୍ୟଟନ ଉପରେ ଏକ ଡକ୍ୟୁମେଣ୍ଟାରୀ (Documentary on Sex Tourism) ପ୍ରସ୍ତୁତ କରାଯାଇଛି। ଯାହାର ନାମ ହେଉଛି ସେକ୍ସ ଅନ୍ ଦି ବିଚ୍ (Sex on the Beach)। ବ୍ରିଟିଶ ସାମ୍ବାଦିକ ସେ ରୋଡସ୍ ଏହି ଡକ୍ୟୁମେଣ୍ଟାରୀ ପାଇଁ ଦୀର୍ଘ ସମୟ ଧରି କଠିନ ପରିଶ୍ରମ କରିଥିଲେ। ଅଧିକାଂଶ ବ୍ରିଟିଶ ଏବଂ ୟୁରୋପୀୟ ମହିଳା ପର୍ଯ୍ୟଟନ ପ୍ୟାକେଜ୍ ଅଧିନରେ ଶୀତ ଋତୁରେ ଗାମ୍ବିଆ ଭଳି ଦେଶକୁ ପରିଦର୍ଶନରେ ଆସିଥାନ୍ତି। ଗାମ୍ବିଆ ଅର୍ଥନୀତିରେ ପର୍ଯ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଦେଶର ମୋଟ ଜିଡିପିର ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟଟନ ସହ ଜଡିତ।