ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ଆମେରିକାରୁ ଗିରଫ
Salman Khan Firing Case: ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଅନମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ଗିରଫ କରି ଭାରତକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି।
Salman Khan Firing Case: ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ମାମଲାରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଆମେରିକାର କାଲିଫର୍ନିଆରେ ଅନମୋଲଙ୍କୁ ଧରିଛି ପୋଲିସ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସଲମାନ ଖାନଙ୍କ ଘର ସାମ୍ନାରେ ଗୁଳିମାଡ ପରେ ଅନମୋଲ ମୁମ୍ବାଇ ପୋଲିସର ବହୁ ଚର୍ଚ୍ଚିତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା।
MCOCA କୋର୍ଟ ଅନମୋଲଙ୍କ ନାମରେ ଜାମିନ ବିହୀନ ୱାରେଣ୍ଟ ଜାରି କରିସାରିଛନ୍ତି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ମୁମ୍ବାଇ ଭଳି ଅନେକ ରାଜ୍ୟର ପୋଲିସ ତାଙ୍କୁ ଖୋଜୁଥିଲେ। କିନ୍ତୁ ନିକଟରେ ମୁମ୍ବାଇରେ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପରେ ଲରେନ୍ସ ଗ୍ୟାଙ୍ଗର ନାମ ଆସିବା ପରେ ଅନମୋଲ ଉପରେ ଚାପ ବଢିଥିଲା । ନିକଟରେ ମୁମ୍ବାଇ ପୋଲିସ ମଧ୍ୟ ତାଙ୍କୁ ଧରିବାରେ ଆମେରିକା ପୋଲିସ ସହ ଯୋଗାଯୋଗରେ ଥିଲା ।
ସୂତ୍ରରୁ ପ୍ରକାଶ ଯେ, ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଅନମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ଭାରତକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି। ତାଙ୍କୁ କିଛି ଦିନ ମଧ୍ୟରେ ଭାରତକୁ ଅଣାଯାଇପାରେ । ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଭାରତୀୟ ଗୁପ୍ତଚର ସଂସ୍ଥା ନିକଟରେ ଜାଣିବାରେ ସକ୍ଷମ ହୋଇଥିଲେ ଯେ, ଅନମୋଲ ଆମେରିକାରେ ଲୁଚି ରହିଛି । ଭାରତୀୟ ଏଜେନ୍ସିର ଏହି ସୂଚନା ଆଧାରରେ ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା ଅନମୋଲକୁ ଧରିବାରେ ସଫଳ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଲରେନ୍ସ ଗ୍ୟାଙ୍ଗର ସଦସ୍ୟମାନେ ଅନମୋଲ ବିଷ୍ଣୋଇଙ୍କୁ 'ଭାନୁ' ବୋଲି ଡାକନ୍ତି। ୨୦୧୨ ମସିହାରେ ପଞ୍ଜାବର ଆବୋହରରେ ଅନମୋଲ ପ୍ରଥମ ଅପରାଧ କରିଥିବା ସୂଚନା ରହିଛି । ସେଠାରେ ଅନମୋଲଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ଦେଶର ବୃହତ୍ତମ ତଥା ଦ୍ରୁତତମ ବୃଦ୍ଧି ପାଉଥିବା ଏଜେନ୍ସି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ମଧ୍ୟ ଅନମୋଲ ବିଷ୍ଣୋଇ ବିରୋଧରେ ଅନୁସନ୍ଧାନ କରୁଛି। ଏନଆଇଏ ଅନମୋଲଙ୍କ ବିରୋଧରେ ୨ ଟି ମାମଲା ରୁଜୁ କରିଛି। ଏହା ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ଅନମୋଲଙ୍କ ବିରୋଧରେ ୧୮ ରୁ ଅଧିକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି।
Also Read- Venus Transit 2024: ଗତିପଥ ବଦଳାଇଲେ ଶୁକ୍ର, ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଧନ !
Also Read- ୧୩ ବର୍ଷ ତଳେ ଚାକିରିରୁ ବରଖାସ୍ତ ହୋଇଥିଲେ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡା