ନାବାଳିକା ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚି ପୋଲିସ ଜିମା ଦେଲେ ଗ୍ରାମବାସୀ
ଘରୁ ଟେକି ନେଇ ଜଣେ ନାବାଳିକା ସହ କୁକର୍ମ ପରେ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଦୁଇ କାମୁକ ଯୁବକଙ୍କୁ କାବୁ କରି ଗ୍ରାମବାସୀଙ୍କ ନିସ୍ତୁକ ମାଡ ମାରିବାର ଦୃଶ୍ୟ ଭାଇରାଲ ହୋଇଛି।
ରାଧେଶ୍ୟୋମ ଆଚାର୍ଯ୍ୟ,ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅସୁରକ୍ଷିତ ହୋଇ ପଡିଛନ୍ତି କନ୍ୟାରତ୍ନ। କାମୁକଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରୁନାହାଁନ୍ତି ନିରୀହ ନାବାଳିକା। କାମନାର ଭୋକରେ ରାକ୍ଷାସ ପାଲଟିଗଲେ ଏକ ଗ୍ରାମର ଦୁଇ ଅସାମାଜିକ ଯ଼ୁବକ। ଆଉ ଏଭଳି ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି।
ଘରୁ ଟେକି ନେଇ ଜଣେ ନାବାଳିକା ସହ କୁକର୍ମ ପରେ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଦୁଇ କାମୁକ ଯୁବକଙ୍କୁ କାବୁ କରି ଗ୍ରାମବାସୀଙ୍କ ନିସ୍ତୁକ ମାଡ ମାରିବାର ଦୃଶ୍ୟ ଭାଇରାଲ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧିନସ୍ତ ଶୋରଳ ଗ୍ରାମରେ ଘଟିଛି ଏଭଳି ଲୋମ ହର୍ଷଣକାରୀ ଘଟଣା। ଘରେ କେହି ନଥିବାର ସୁଯୋଗ ନେଇ ଜଣେ ୮ ବର୍ଷର ନାବାଳିକାକୁ ଦୁଇ ଯୁବକ ପ୍ରଲୋଭିତ କରି ତା'ସହିତ କୁକର୍ମ ଉଦ୍ୟମ କରିବା ସହ ଗଳାକାଟି ହତ୍ୟା କରିବାକୁ ପ୍ରୟାସ କରିବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଶୋରଳ ଗ୍ରାମର ଓଡିଆରପି କୋଲୋନି ଠାରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘରେ ଜଣେ ନାବାଳିକାକୁ ରକ୍ତ ଜୁଡୁବୁଡୁ ଅବସ୍ଥାର ଉଦ୍ଧାର କରିବା ତତକ୍ଷଣାତ ଚିକିତ୍ସା ଲାଗି ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।
Also Read: ବ୍ରହ୍ମପୁରରେ ଅଭାବନୀୟ ଘଟଣା, ନାବାଳିକାର ବେକ କାଟି ହତ୍ୟା ଉଦ୍ୟମ
ହତ୍ୟା ଉଦ୍ୟମର ଶିକାର ହୋଇଥିବା ସମ୍ପୃକ୍ତ ନାବାଳିକା ସହ ଶୋରଳ ଗ୍ରାମର ରୁତୁ ବେହେରା ଓ ହେମନ୍ତ ବେହେରା ନାମକ ଦୁଇ ଯୁବକ ଏଭଲି ଅମାନବୀୟ କାଣ୍ଡ ଭିଆଇଛନ୍ତି। ଏ ଅଭିଯୋଗରେ ଉଭୟଙ୍କୁ କାବୁ କରି ଗ୍ରାମବାସୀ ନିସ୍ତୁକ ମାଡ ମରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଭୟ ଯୁବକଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି।
ନାବାଳିକାର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏସପି ଘଟଣାସ୍ଥଳକୁ ଯାଇ ସ୍ବସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ସେ ଅପକର୍ମର ଶିକାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଡାକ୍ତରୀ ମାଇନା ରିପୋର୍ଟ ଆଧାରରେ ଅଭିଯ଼ୁକ୍ତଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜଣାଇଛନ୍ତି ଏସପି।
Also Read: ରାସ୍ତାକଡରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ମିଳିଥିବା ସୂଚନା ମୁତାବକ ଏକ ଘରୁ ୭ ବର୍ଷର ଜଣେ ନାବାଳିକାକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଶିଶୁର ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ଶିଶୁ କନ୍ୟାକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ କାବୁ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। ଏହି ଆକ୍ରମଣ ପଛରେ କ'ଣ କାରଣ ରହିଛି ସେ ନେଇ ଅଧିକ ତଦନ୍ତ କରାଯାଉଛି।