ମଙ୍ଗଳବାର ରାତି ୧୨ଟାରେ ଭାଇଙ୍କ ସହ ଶେଷଥର ପାଇଁ ଝରା କଥା ହୋଇଥିଲେ। ସେପଟେ ପୋଲିସ ତନାଘନା ବେଳେ ଯୁବତୀଙ୍କ ମୁତ୍ୟୁକୁ ନେଇ ଫିଟୁଛି ଅନେକ ଗୁମର। ପ୍ରେମ ବ୍ୟାପାରରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
Trending Photos
ଯାଜପୁର: ଫେରନ୍ତା ବାଟରେ କେମିତି ଝଡ଼ିଗଲା 'ଝରାଫୁଲ'? ରାସ୍ତାକଡ଼ରୁ ମିଳିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ। CCTVରେ କଏଦ ହୋଇଛ ଅଭିଯୁକ୍ତଙ୍କ କାରନାମା। ମଙ୍ଗଳବାର ରାତି ୧୨ଟାରେ ଭାଇଙ୍କ ସହ ଶେଷଥର ପାଇଁ ଝରା କଥା ହୋଇଥିଲେ। ସେପଟେ ପୋଲିସ ତନାଘନା ବେଳେ ଯୁବତୀଙ୍କ ମୁତ୍ୟୁକୁ ନେଇ ଫିଟୁଛି ଅନେକ ଗୁମର। ପ୍ରେମ ବ୍ୟାପାରରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନାନୁସାରେ, ମୃତ ଯୁବତୀ ମୟୂରଭଞ୍ଜ (Mayurbhanj) ଯଶିପୁର ଥାନା ତରୁଣ୍ଡେଇପଶି ଗାଁର ଝରାଫୁଲ ନାୟକ। ସେ ଭୁବନେଶ୍ୱର (Bhubaneswar) ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ (RD Versity) ର ଯୁକ୍ତ ୩ ଦର୍ଶନଶାସ୍ତ୍ର ବିଭାଗର ଦ୍ବିତୀୟ ବର୍ଷ ଛାତ୍ରୀ। ଘରଠାରୁ ଦୂରରେ ଅର୍ଥାତ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ିଆସୁଥିଲେ। କିନ୍ତୁ ବୁଧବାର ଯାଜପୁର (Jajpur) ଜିଲ୍ଲା ମୁଳାପାଳ ରାଜେନ୍ଦ୍ରପୁର ଗାଁ ରାସ୍ତାକଡ଼ରୁ ଝରାଫୁଲଙ୍କ ମୃତଦେହ ମିଳିଛି। ତେଣୁ ପ୍ରଶ୍ନ ଉଠୁଛି ଭୁବନେଶ୍ୱରରେ ରହୁଥିବା ଝରାଫୁଲଙ୍କ ମୃତଦେହ ଯାଜପୁରରୁ କେମିତି ମିଳିଲା? ରାସ୍ତାକଡ଼ରେ କିଏ ଫିଙ୍ଗିଲା?
Also Read: ଦୁଇ ଝିଅଙ୍କ ମୃତଦେହ ପାଖେ ବସି ଗୀତ ଗାଇ ନାଚିଲେ ମାଆ, ଜାଣନ୍ତୁ କାହିଁକି ?
ଝରାଫୁଲଙ୍କ ମୃତ୍ୟୁର ରହସ୍ୟର ସନ୍ଧାନ ଲାଗି ଟିକେ ଫ୍ଲାସ୍ ବ୍ୟାକକୁ ଯିବାକୁ ହେବ। ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ହଠାତ୍ ତାଙ୍କ ଭାଇଙ୍କ ପାଖକୁ ଝରାଫୁଲଙ୍କ କଲ୍ ଆସିଥିଲା। ତାଙ୍କ ଦେହ ଖରାପ ଥିବାରୁ ସେ ଘରକୁ ନ ଯାଇ ସାଙ୍ଗଘରେ ରହୁଛନ୍ତି ବୋଲି ଝରା କହିଥିଲେ। ପରେ ଫୋନ କଟିଯାଇଥିଲା। ପରେ ଘରଲୋକ ଯୋଗାଯୋଗ କରିବାରୁ କଥାବାର୍ତ୍ତା ସମ୍ଭବ ହେଲାନି। କିନ୍ତୁ କିଛି ସମୟପରେ 'ଭାଇ ମୁଁ ଠିକ ଅଛି' ବୋଲି ଏକ ମେସେଜ୍ ଆସିଥିଲା। ଆଉ ବୁଧବାର ସକାଳୁ ଘର ଲୋକଙ୍କୁ ଝିଅର ମୃତ୍ୟ ହୋଇଥିବା ନେଇ କୁଆଖିଆ ଥାନା ପୋଲିସ (Kuakhia Police) ଝରାଫୁଲଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲା।
ପୋଲିସ ମୃତଦେହକୁ ଜବତ କରିବା ସହ ତନାଘନା ଆରମ୍ଭ କରିଛି। ଆଉ ପ୍ରଥମ ପର୍ଯ୍ୟାୟରେ ହିଁ ପୋଲିସ ହାତରେ ଲାଗିଛି ଏକ ବଡ଼ ସୁରାକ୍। ଦୁଇ ଅଭିଯୁକ୍ତ ସ୍କୁଟିରେ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗୁଥିବାର ଫୁଟେଜ୍ CCTVରେ କଏଦ ହୋଇଛି। ତେବେ ସେମାନେ କିଏ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ। ପୋଲିସ CCTV ଓ ସ୍କୁଟିକୁ ଟ୍ରାକ କରୁଛି। ଖୁବଶୀଘ୍ର ଅପରାଧୀ ଧରାପଡିବେ ବୋଲି କୁଆଖିଆ ଥାନାଧିକାରୀ ସୂଚନା ଦେଇଛନ୍ତି।
Also Read: ବାପା ମୋବାଇଲ୍ ଲୁଚାଇଲେ ବୋଲି ଝିଅ କରିଦେଲା ଏପରି କାଣ୍ଡ
ସେପଟେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ପରଠାରୁ ମୃତ ଝରାଫୁଲ ହଷ୍ଟେଲ ଯାଇନାହାନ୍ତି। କୁଳପତିଙ୍କ ଏ ବୟାନ ପରେ ନାନା ପ୍ରଶ୍ନ ଉଠୁଛି। ଝରାଫୁଲ ଯଦି ହଷ୍ଟେଲରେ ରହୁ ନ ଥିଲେ, ତେବେ ସେ ଥିଲେ କେଉଁଠି? କାହା ପାଖରେ ଓ କେଉଁଠି ରହୁଥିଲେ? ଏସବୁର ଉତ୍ତର ଏବେ କାହାରି ପାଖରେ ନ ଥିବା ବେଳେ ପୋଲିସ ପଞ୍ଝାରୁ ଅଭିଯୁକ୍ତ ମଧ୍ୟ ଦୂରରେ ଅଛନ୍ତି।