PM Narendra Modi: ଆମେ ଏଠାରେ ନରେନ୍ଦ୍ର  ମୋଦିଙ୍କ ବିଶ୍ୱ ଦରବାରରେ କିଭଳି ଭାବେ ଜୟ ଜୟକାର କରାଯାଉଛି ତାହାର କିଛି ବିଶ୍ଲେଷଣ କରିବାକୁ ଯାଉଛେ। ନରେନ୍ଦ୍ର ମୋଦି ଯେବେ ଠାରୁ ପ୍ରଧାନମନ୍ତ୍ରୀ ଦାୟୀତ୍ୱ ନେଲେଣି ସେବେ ଠାରୁ ତାଙ୍କର ବିଦେଶ ନୀତିରେ ହେଉଥିବା ଅଙ୍କ କସା ଗୋଟିଏ  ଥର ଭୁଲ ଦେଖିବାକୁ ମିଳୁନାହିଁ। ପୂ୍ର୍ବତନ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ମନ୍ତ୍ରୀ ଜୟଶଙ୍କର, ମୋଦିଙ୍କ ସହିତ ତାଳ ଦେଇ ଭାରତୀୟ କୂଟନୀତିକୁ ଏକ ଉଚ୍ଚ ସ୍ତରରେ ପହଞ୍ଚାଇ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଯେଉଁ ଭାରତ ବର୍ଷର ବୈଦେଶିକ ନୀତି ଦୁର୍ବଳ ଚଥା ନିମ୍ନ ସ୍ତରର ରହିଥିବା ଭାବି ପାଶ୍ଚାତ୍ୟ ଦେଶ ଅଣଦେଖା କରୁଥିଲେ ବର୍ତ୍ତମାନ ସେମାନେ ଭାରତର ଜୟ ଜୟକାର କରିବାରେ ଲାଗିଛନ୍ତି। ଏହା ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର କୂଟନୀତି ରହିଥିବା କୁହା ଯାଇପାରେ।  ନରେନ୍ଦ୍ର ମୋଦି ଯେବେ ଭାରତର ପ୍ରଧାନମନ୍ତ୍ରୀ ଦାୟିକ୍ୱ ନେଲେ ସେତେବେଳେ ପାଶ୍ଚାଚ୍ୟ ଦେଶ ତାଙ୍କୁ କଟ୍ଟର ହିନ୍ଦୁବାଦୀ କହି କଠୋର ସମାଲୋଚନା କରୁଥିଲେ। ହେଲେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। 


ହେଲେ ଆମେ ଆଜି ଏହି ଆମେ ପ୍ରସଙ୍ଗରେ ଆଲୋଚନା କରିବା ପଛରେ ଅଲଗା କାରଣ ରହିଛି। ତାହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାବଦରେ ଯେଉଁ ଖବର ପାଶ୍ଚାତ୍ୟ ଦେଶରୁ ଆସିଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପାଶ୍ଚାତ୍ୟ ଦେଶ ତାଙ୍କୁ କଟ୍ଟର ହିନ୍ଦୁପନ୍ଥୀ ଭାବେ ଆଖ୍ୟା ଦେଇତିଲେ। ଏନେଇ ସେମାନେ କହୁଥିଲେ ଯେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଯଦି ମୋଦିଙ୍କ ଭଳି ନେତାଙ୍କ ନେତୃତ୍ୱରେ ସରକାର ଚାଲେ ତାହେଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାତାର ହେବ। ସେମାନଙ୍କ ବିରୋଧରେ ଧାର୍ମିକ ହିଂସା ବଢିଯିବ। ଯାହା ଫଳରେ ମନବାଧିକାର କ୍ଷୁଣ୍ଣ ହେବା ସହ ଦେଶରେ  ଅସ୍ୱାଭାବିକ ପରିସ୍ଥିତି ପରଲିକ୍ଷିତ ହେବ।  


ଗୋଟିଏ ପଟେ ଯିଦେ ଆମେ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିବା ତାହାଲେ ଜଣାପଡ଼ୁଛି ଯେ SCO ବୈଠକରେ ନରେନ୍ଦ୍ର ମୋଦି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଯୁଦ୍ଧ ଉପରେ ଯେଉଁ ବକ୍ତବ୍ୟ ପ୍ରଦାନ କଲେ, ଏହା ପରେ ବିଶ୍ୱରେ ପ୍ରଧାନ୍ତ୍ରମନ୍ତ୍ରୀ   ମୋଦିଙ୍କ ବାବଦରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯେଉଁଥିରେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପର୍ତ୍ତୁଗାଲ ରାଷ୍ଟ୍ରାଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ପ୍ରଧାମନ୍ତ୍ରୀ ମୋଦି ଏବଂ ଜାତିସଂଘ ମହାସଚିବ ଆଣ୍ଟେନିଓ ଗୁଟେରିସ ଏବଂ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଙ୍କ ଭଳି  ବିଶ୍ୱର କେତେକ ପ୍ରମୁଖ ଲୋକଙ୍କୁ ସାମିଲ କରି ବିଶ୍ୱ ସ୍ତରରେ ଏକ ଶାନ୍ତି କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି।


ଏତିକିରେ ନୁହେଁ ଅନ୍ୟ ପଟରେ ଇଟାଲ, ଫ୍ରାନ୍ସ ଭଳି ଅନେକ ୟୁରୋପୀୟ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ କେଉଁ କାମକୁ ଅନୁସରଣ କରନ୍ତି ଆସନ୍ତୁ ସେ ବାବଦରେ ଆଲୋଚନା କରିବା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପର ଠାରୁ ଇଟାଲୀ ଇତିହାସରେ ପ୍ରଥମ ଥର ଜଣେ ମହିଳା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଶପଥ ଗ୍ରହଣ କରିବା ପରେ ଚରମପନ୍ଥୀ ଇସଲାମ ପ୍ରସଙ୍ଗରେ ଯେଉଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।


ଇଟାଲୀ ପ୍ରଧାନମନ୍ତ୍ରୀ ନିର୍ବାଚନ ଲାଗି ପ୍ରଚାର କରିବା ସମୟରେ ଜର୍ଜିଆ ମେଲୋନୀ କଟ୍ଟରପନ୍ଥୀ ଇସଲାମ ତଥା ମସଜିଦରେ ଚାଲିଥିବା ବେଆଇନ କାର୍ଯକଳାପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ।  ପ୍ରଧାନମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପରେ ଦେଶରେ ବେଆଇନ ଭାବେ ନିର୍ମିତ ହୋଇଥିବା ମସଜିଦ ବିନା ପଞ୍ଜୀକରଣରେ ଚାଲି ପାରିବ ନାହିଁ ବୋଲି  ଇଟାଲୀ ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଖବର ବିଶେଷ ସୂତ୍ରରୁ ମିଳିଛି।


ଇସଲାମୀୟ ଧାର୍ମିକ ଆଇନ ଶରିଆ ନିୟମ ଅନୁସାରେ କୌଣସି ଅପରାଧ ପାଇଁ ଦିଆଯାଉଥିବା ଦଣ୍ଡ ବ୍ୟବସ୍ଥା ଦେଶରେ କାର୍ଯ୍ୟକାରୀ ହୋଇ ପାରିବ ନାହିଁ ବୋଲି କହିଛନ୍ତି  ନବ ନିର୍ବାଚିତ ଇଟାଲୀ ପ୍ରଧାନମନ୍ତ୍ରୀ। ଏହି ସନ୍ଦର୍ଭରେ ଅନ୍ୟତମ  ୟୁରୋପୀୟ ଦେଶ ଫ୍ରାନ୍ସ ମଧ୍ୟ ଏହି ନୀତି ଅବଲମ୍ବନ କରୁଥିବା ଜଣାପଡ଼ିଛି। ସୁତରାଂ ସାମ୍ପ୍ରକିର ପରିସ୍ଥିତିରେ ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୟ ଜୟକାର କରିବା ସହ ମୋଦି-ଯୋଗୀଙ୍କ ନୀତିକୁ ଅନୁସରଣ କରୁଥିବା ଦଣାପଡିଛି।