Love and Breakup Case: ବିହାର ପାଟନାରୁ ଏକ ଆଶ୍ଚର୍ଯ୍ୟଜନକ ପ୍ରେମ ଜନିତ ମାମଲା ସାମ୍ନାକୁ ଆସିଛି। କିଛି କଥାକୁ ନେଇ ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କ ମଧ୍ୟରେ ଝଗଡା ହୋଇଥିଲା ଫଳରେ ସମ୍ପର୍କ ଭାଙ୍ଗି ଯାଇଥିଲା । ପ୍ରେମରେ ଧୋକା ପାଇବା ପରେ ଜଣେ ୧୭ ବର୍ଷର ନାବାଳକ ଫିଲ୍ମ ଷ୍ଟାଇଲରେ ହାତରେ ଏକ ମଦ ବୋତଲ ଧରି ଥାନାରେ ପହଞ୍ଚିଥିଲେ । ଇନ୍ସପେକ୍ଟରଙ୍କ ସାମ୍ନାରେ କାନ୍ଦି କାନ୍ଦି କହିଥିଲେ ଯେ, ସାର୍ ମୋତେ ଗିରଫ କରନ୍ତୁ କାରଣ ମୋ ହାତରେ ଏକ ମଦ ବୋତଲ ଅଛି । ଇନ୍ସପେକ୍ଟର ନାବାଳକ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ। 


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ, ପାଟଣାର ବୁଦ୍ଧ କଲୋନୀ ଥାନା ଅଞ୍ଚଳର ଜଣେ ନାବାଳକ ସେହି ଅଞ୍ଚଳର ଜଣେ ଝିଅକୁ ଭଲ ପାଉଥିଲେ । କିଛି ପ୍ରସଙ୍ଗକୁ କେନ୍ଦ୍ର କରି ପୁଅ ଏବଂ ଝିଅ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ଉଭୟଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା ।


ନାବଳକ ଜଣକ କାନ୍ଦି କାନ୍ଦି ପୋଲିସକୁ କହିଥିଲେ ଯେ, ତାଙ୍କ ପାଖରେ ଏକ ମଦ ବୋତଲ ଅଛି, ତେଣୁ ତାଙ୍କୁ ଗିରଫ କରି ଜେଲରେ ରଖାଯାଉ । ପୋଲିସ ତଲାସି କରିବା ପରେ ମଦ ବୋତଲକୁ ଜବତ କରିଥିଲା । କିନ୍ତୁ ନାବାଳକ ପ୍ରେମିକ ମଦ ପିଇନଥିଲେ । ଏହା ପରେ ପୋଲିସ ତାଙ୍କୁ ଜୁଭେନାଇଲ କୋର୍ଟକୁ ଫରୱାର୍ଡ କରିଥିଲେ । କିନ୍ତୁ କୋର୍ଟ ନାବାଳକଙ୍କୁ ନିର୍ଦ୍ଦେଶରେ ଖଲାସ କରିଥିଲେ । ଅନ୍ୟପଟେ, ବିହାରରେ ନିଷେଧାଦେଶ ପରେ ମଧ୍ୟ ପିଲାଟି ମଦ କେଉଁଠାରୁ ପାଇଲା ଏ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି ।


Also Read- DA Hike News: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଚଳିତ ମାସରେ ଘୋଷଣା ହୋଇପାରେ ମହଙ୍ଗା ଭତ୍ତା ବୃଦ୍ଧି


Also Read- ୧୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ, ଏହାପରେ ମରାମତି