୧୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ, ଏହାପରେ ମରାମତି
Advertisement
Article Detail0/zeeodisha/odisha2426925

୧୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ, ଏହାପରେ ମରାମତି

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିତର ଏବଂ ବାହାର ରତ୍ନ ଭଣ୍ଡାରକୁ ଖୋଲାଯାଇ ସେଠାରେ ଥିବା ରତ୍ନ ଏବଂ ଅନ୍ୟ ଅଳଙ୍କାରକୁ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଛି।

୧୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ, ଏହାପରେ ମରାମତି

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧକ୍ରମେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ( ଏଏସ୍‍ଆଇ) ପକ୍ଷରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ ହେବ। ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଏଏସ୍‍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ ଅନୁଷ୍ଠିତ ହେବ। ଏଥିରେ ଟେକ୍ନିକାଲ୍‍ ଯାଞ୍ଚ ବି ସାମିଲ ହେ। ଏହି ଯାଞ୍ଚ ସମୟରେ ଉଭ ଭିତର ଏବଂ ବାହାର ରତ୍ନ ଭଣ୍ଡାରର ସ୍ଥିତି ବାବଦରେ ଏଏସ୍‍ଆଇ ଶ୍ରୀମନ୍ଦିର ପ୍ରଶଲାସନକୁ ଜଣାଇବ। ଶ୍ରୀମନ୍ଦିର ପ୍ରଶାସନ ଏନେଇ ରାଜ୍ୟସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟ ଆରମ୍ଭ ପାଇଁ ଏଏସ୍‍ଆଇକୁ ଅନୁରୋଧ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଅତ୍ୟାଧୁନିକ ଉପାୟରେ ଏହି ସ୍ଥିତି ଯାଞ୍ଚ ପରେ ଆବଶ୍ୟକ ମରାମତି କାର୍ଯ୍ୟ ହେବ। ଏଥିନେଇ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିଲାଗି ବ୍ୟବସ୍ଥା ଗ୍ରହଣ କରାଯିବାକୁ ପରିଚାଳନା କମିଟିରେ ପୂର୍ବରୁ ନିଷ୍ପତ୍ତି ହୋଇଛି। 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିତର ଏବଂ ବାହାର ରତ୍ନ ଭଣ୍ଡାରକୁ ଖୋଲାଯାଇ ସେଠାରେ ଥିବା ରତ୍ନ ଏବଂ ଅନ୍ୟ ଅଳଙ୍କାରକୁ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଛି। ଏପରିକି ଏଠାରେ ପୂର୍ବରୁ ଥିବା ଆଲମିରା ଓ ସିନ୍ଦୁକକୁ ମଧ୍ୟ ଶ୍ରୀମନ୍ଦିର ମ୍ୟୁଜିୟମକୁ ସ୍ଥାନାନ୍ତରଣ କରାଯାଇଛି।

Also Read- Top 10 News Today: ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ଏବଂ ଅନ୍ୟ ମୁଖ୍ୟ ଖବର

Also Read- Mangal Gochar 2024: ଆଉ ମାତ୍ର ଏତିକି ଦିନ, ତାପରେ ଏହି ରାଶିକୁ ମିଳିବ ସବୁ ଖୁସି