ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ଭାରତର ଘରୋଇ ବଜାରରେ ମୂଲ୍ୟବାନ ଧାତୁ(Gold-Silver Rate)ର ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ଅର୍ଥାତ ମଙ୍ଗଳବାର ଦେଶରେ ସୁନା ଦରରେ ବୃଦ୍ଧି ଘଟିଛି । ଆଜି ୧୦ ଗ୍ରାମ ସୁନା ଦର(Gold Rate)ରେ ୭୧୦ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ(Gold Price) ୫୩,୨୧୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୨,୫୦୦  ଟଙ୍କା ଥିଲା । ସେହିପରି ଦେଶରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୭୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ଦର ୫୧,୨୧୦ ଟଙ୍କାରେ ପହଞ୍ଚିଛି ।  ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୫୧,୫୦୦ ଟଙ୍କା ଥିଲା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ହେଲା ୩୯ଟି ମାମଲା, ଜାଣନ୍ତୁ କ'ଣ ପାଇଁ...


ଅଧିକ ପଢ଼ନ୍ତୁ:-ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ


ସେହିପରି ଆଜି ଦେଶରେ ରୁପା ମୂଲ୍ୟ(Silver Price)ରେ ମଧ୍ୟ ବୃଦ୍ଧି ଘଟିଛି । ଆଜି ରୁପା ଦରରେ ୨,୨୦୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୮,୯୦୦ ଟଙ୍କା ଥିଲା ।


ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼


ଅଧିକ ପଢ଼ନ୍ତୁ:-ପିଏମ କେୟାର୍ସ ଫଣ୍ଡ: ଜାଣନ୍ତୁ କେତେ ଟଙ୍କା ହୋଇଛି ଜମା, କେଉଁଠାରେ ହୋଇଛି ଖର୍ଚ୍ଚ


ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର(Bhubaneswar)ରେ ସୁନା ମୂଲ୍ୟ(Gold Rate)ରେ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ୧,୦୪୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୬,୩୬୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୫୫,୩୨୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୯୭୦ ଟଙ୍କା ବଢିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୬୭୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୦,୭୦୦ ଟଙ୍କା ରହିଥିଲା ।


ଅଧିକ ପଢ଼ନ୍ତୁ:-'ସମ୍ୱିତ ପାତ୍ର ହେଉଛନ୍ତି ମୋ ସ୍ୱାମୀଙ୍କ ହତ୍ୟାକାରୀ'


ଅଧିକ ପଢ଼ନ୍ତୁ:-ଅଧିକ ପଢ଼ନ୍ତୁ:- କିମ ଜୋଙ୍ଗଙ୍କ ନୂଆ ଆଦେଶ, ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ହତ୍ୟା କରାଯାଉ ସମସ୍ତ କୁକୁର


ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ଦର(Silver Price)ରେ ବି ବୃଦ୍ଧି ଘଟିଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୨,୨୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୧,୧୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୯୦୦ ଟଙ୍କା ଥିଲା ।