Kitty Hawk shutting down, ନୂଆଦିଲ୍ଲୀ: ଉଡନ୍ତା କାରରେ ବସିବାକୁ ଯେଉଁମାନେ ସ୍ୱପ୍ନ ଦେଖିଥିଲେ, ସେମାନଙ୍କ ସ୍ୱପ୍ନ-ସ୍ୱପ୍ନରେ ହିଁ ରହିଗଲା! କାରଣ Kitty Hawk ଆଉ ଆକାଶରେ ଉଡିବ ନାହିଁ। Kitty Hawk ନିର୍ମାତା ତଥା ଗୁଗଲର ସହପ୍ରତିଷ୍ଠାତା ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଲାରି ପେଜଙ୍କ କମ୍ପାନୀ କହିଛି ଯେ, "ଫ୍ଲାଇଙ୍ଗ୍ କାର୍" ଷ୍ଟାର୍ଟଅପ୍ Kitty Hawkକୁ ବନ୍ଦ କରାଯାଉଛି। ତେବେ ବନ୍ଦ କରିବାର କାରଣ ସ୍ପଷ୍ଟ କରାଯାଇନାହିଁ।


COMMERCIAL BREAK
SCROLL TO CONTINUE READING

Kitty Hawk କମ୍ପାନୀର ସୂତ୍ରରୁ ପ୍ରକାଶ ଯେ, Kitty Hawk ୧୦୦ ମାଇଲ କ୍ଷମତା ବିଶିଷ୍ଟ ହେଭିସାଇଡ୍ ଗାଡି ଉପରେ କାମ ବନ୍ଦ କରିଦେଇଛି। ଗୁଗଲ ସହପ୍ରତିଷ୍ଠାତା ଲାରି ପେଜ୍ ଏହି ହେଭିସାଇଡ୍ ପ୍ରକଳ୍ପର ଅନୁସନ୍ଧାନ ଏବଂ ଉନ୍ନତିକରଣ ସହ ଅଧିକ ମାତ୍ରାରେ ଜଡିତ ହେବାରୁ ଚାହୁଁଥିଲେ। ଯଦିଓ Kitty Hawk ନିଜସ୍ୱ ବିମାନର ଉନ୍ନତିକରଣକୁ ବନ୍ଦ କରୁଛି, ଅନ୍ତଃତପକ୍ଷେ ଗୋଟିଏ ପ୍ରକଳ୍ପ Boeing: Wisk Aero ସହିତ ମିଳିତ ଉଦ୍ୟୋଗ କମ୍ପାନୀରେ ରହିବ। Kitty Hawk ପ୍ରକଳ୍ପ ବନ୍ଦ ହେଲେ ୱିସ୍କ ଉପରେ ଏହାର କୌଣସି ପ୍ରଭାବ ପକାଇବ ନାହିଁ। ଉଭୟ Boeing ଏବଂ Kitty Hawk ନିବେଶକ ଭାବରେ ଆମେ ଏକ ଦୃଢ ଆର୍ଥିକ ଏବଂ ରଣନୀତିକ ସ୍ଥିତିରେ ରହିଛୁ ବୋଲି Wisk ମୁଖପାତ୍ର କ୍ରିସ୍ ବ୍ରାଉନ୍ କହିଛନ୍ତି। 


Also Read: Terror funding case: NIAର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ୧୧ ରାଜ୍ୟରୁ ଶତାଧିକ ଗିରଫ


ଚଳିତ ବର୍ଷ ଆରମ୍ଭରେ, Wisk Aeroରେ Boeing ଆଉ ୪୫୦ ମିଲିୟନ ଡଲାର ବୁଡ଼ାଇ ଦେଇଛି। ୨୦୧୭ରେ Kitty Hawk ତାର ବ୍ୟକ୍ତିଗତ ପରିବହନ ଯାନ "Flyer"ର ଏକ ଭିଡିଓ ପ୍ରକାଶ କରିଥିଲା। ପରେ "Cora" ନାମରେ ଆଉ ଏକ ବିମାନ ବିକଶିତ କଲା, ଯେଉଁଥିରେ Wisk Aero ସାମିଲ ହୋଇଥିଲା। Flyerର ପ୍ରଥମ electric vertical takeoff and landing (eVTOL) ଯାନକୁ ଟୟୋଟା ସମର୍ଥିତ ଜୋବି ଆଭିଏସନ୍, ଭଲୋକୋପ୍ଟର୍, ଏବଂ ଲିଲିୟମ୍ ଭଳି ପ୍ରତିଷ୍ଠିତ କମ୍ପାନୀ ସମର୍ଥନ କରିଥିଲେ​​। ୨୦୧୮ରେ, ଲାରି ପେଜ୍, Opener ନାମକ ଅନ୍ୟ ଏକ ଫ୍ଲାଇଙ୍ଗ୍ କାର୍ କମ୍ପାନୀକୁ ଅଧିଗ୍ରହଣ କଲେ। ଆଉ Flyer ପାଇଁ ବ୍ୟବସାୟିକ ମଡେଲ ନ ପାଇ ତାହାକୁ Heavisideକୁ ସ୍ଥାନାନ୍ତରିତ କଲେ।



Kitty Hawk ପାଇଁ ୨୦୧୯ରେ Kitty Hawk ଓ Boeing ମଧ୍ୟରେ ପାର୍ଟନରସିପ୍ ହୋଇଥିଲା। ଏହି ଦୁଇ କମ୍ପାନୀ ଅନ୍ୟ ପ୍ରଜେକ୍ଟରେ ମଧ୍ୟ ମିଳିତ ଭାବେ କାମ କରୁଛନ୍ତି। କିନ୍ତୁ ଆଜକୁ ଠିକ ବର୍ଷେ ପୂର୍ବେ Flyer ପ୍ରଜେକ୍ଟକୁ ବନ୍ଦ କରାଯାଇଥିଲା ଏବଂ ଏକ ୭୦ ଜଣିଆ ଟିମ ଗଠନ କରି ବିମାନ ଉପରେ ଅଧିକ ଗବେଷଣା କରିବାକୁ କୁହାଯାଇଥିଲା। ସେତେବେଳେ ଲାରି ଓ ସାବାଷ୍ଟିଆନ ଥରୁନଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିଲା। କିନ୍ତୁ ବର୍ତ୍ତମାନ କେଉଁ କାରଣରୁ Kitty Hawk ପ୍ରଜେକ୍ଟ ବନ କରାଗଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହା ଉପରେ କାମ ଜାରି ରହିବ ବୋଲି କମ୍ପାନୀ ତାର ଟ୍ୱିଟରେ କହିଛି।