Google Share Price: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଗୌତମ ଆଦାନୀଙ୍କ କମ୍ପାନୀ ସେୟାରରେ ବହୁତ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା। କମ୍ପାନୀ ସେୟାର ହ୍ରାସ ପାଇବାରୁ ଏପରି ଅବସ୍ଥା ହେଲା ଯେ ୧୦ ଦିନ ମଧ୍ୟରେ ତାଙ୍କର ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ତାଙ୍କ ହାତ ନଷ୍ଟ ହୋଇଯାଇଥିଲା। ହେଲେ ବର୍ତ୍ତମାନ ଗୁଗୁଲ AI ଚାଟବଟ୍ ବାର୍ଡ ବିଜ୍ଞାପନରେ ଭୁଲ ଉତ୍ତର ଦେବା ପରେ ୧୦୦ ବିଲିୟନ ଡଲାର ମୂଲ୍ୟରୁ ଅଧିକ ହରାଇଛି। ଗୁଗୁଲ ନୂଆ ଚାଟବଟ୍ ଏକ ପ୍ରମୋସନାଲ ଭିଡିଓ ମାଧ୍ୟମରେ ଭୁଲ ଉତ୍ତର ଦେଇଛି। ବିଶେଷଜ୍ଞ କହିଛନ୍ତି ଯେ ଗୁଗୁଲ ଚାଟବଟ୍, ମାଇକ୍ରୋସଫ୍ଟ ଚାଟବଟ୍ ସହିତ କିପରି ପ୍ରତିଦ୍ୱନ୍ଦ୍ୱିତା କରିପାରିବ ସେଥିପାଇଁ ଆଲଫାବେଟ ନିବେଶକ ଚିନ୍ତିତ ହୋଇପଡ଼ିଛନ୍ତି? ଏହି କାରଣରୁ, ଆଲଫାବେଟ ଷ୍ଟକ୍ ୯ ପ୍ରତିଶତ ହ୍ରାସ ପାଇଛି।


COMMERCIAL BREAK
SCROLL TO CONTINUE READING

ଗୁଗୁଲ ବିଜ୍ଞାପନରେ (Google Ads) ରହିଥିବା ତ୍ରୁଟି ପ୍ରଥମେ ରଏଟର୍ସ ଦ୍ୱାରା ସୂଚିତ କରାଯାଇଥିଲା। ଗୁଗୁଲ (Google) ପକ୍ଷରୁ ଏକ ଇଭେଣ୍ଟ ଆୟୋଜନ କରାଯାଇଥିଲା। ଏହି ସମୟରେ ଗୁଗୁଲ ବୋର୍ଡ (Google BARD) ନାମକ ଏକ ନୂତନ କୃତ୍ରିମ ବୁଦ୍ଧିମତା (Artificial Intelligence) ଚାଟବଟ ପ୍ରମୋଶନ (Chatbot Promotion of Google) କରିଥିଲା। ଏହି ସମୟରେ ଗୁଗୁଲ୍ ମ୍ୟାପ୍ (Google Map) ଏବଂ ଗୁଗଲ୍ ଲେନ୍ସ (Google Lens) ସହିତ ଗୁଗୁଲ ଦ୍ୱାରା ବିକଶିତ ଅନେକ ଉତ୍ପାଦରେ (Google Product) ଅପଡେଟ୍ ଦେଖାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ, ମାଇକ୍ରୋସଫ୍ଟ ଏହାର ସର୍ଚ୍ଚ ଇଞ୍ଜିନ୍ ବିଙ୍ଗ୍ (Microsoft Search Engine Bing) ଜରିଆରେ ନୂତନ କୃତ୍ରିମ ବୁଦ୍ଧିମତା (Microsoft Artificial Intelligence) ପ୍ରଦର୍ଶନ କରିବାକୁ ନିଜସ୍ୱ ଇଭେଣ୍ଟ ଆୟୋଜନ କରିଥିଲା।


ବିଜ୍ଞାପନରେ ଜଣେ ବ୍ୟକ୍ତି ବାର୍ଡ (Google BARD) ସାମ୍ନାରେ ପଚାରିଥିଲେ ଯେ, 'ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ ଏପରି କ'ଣ ଆବିଷ୍କାର କରିଛି ଯେ ମୁଁ ମୋର ୯ ବର୍ଷର ପିଲାଙ୍କୁ କହିପାରିବି?' ବାର୍ଡ ତୁରନ୍ତ ଏହାର ଦୁଇଟି ଉତ୍ତର ଦେଇଥିଲେ। ହେଲେ ବାର୍ଡ ପକ୍ଷରୁ ଦିଆୟାଇଥିବା ଦ୍ୱିତୀୟ ଉତ୍ତର ଭୁଲ ହୋଇଯାଇଥିଲା। ବାର୍ଡ ଲେଖିଥିଲା ଯେ ଜେମ୍ସ ୱେବ ଟେଲିସ୍କୋପ (James Webb Space Telescope) ସୌର ଜଗତ (Solar Planet) ବାହାରେ ରହିଥିବା ଗ୍ରହର ପ୍ରଥମ ଫଟୋ ଉଠାଇଛି। ହେଲେ ଏହାର ସଠିକ୍ ଉତ୍ତର ଗତ ୨୦୦୪ ବର୍ଷରେ ୟୁରୋପୀୟ ସାଉଥ୍ ଅବଜରଭେଟୋରୀ ଲାର୍ଜ ଟେଲିସ୍କୋପ (European Southern Observatory Large Telescope) ଦ୍ୱାରା ନିଆଯାଇଥିଲା। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା (American Space Agency NASA) ଦ୍ୱାରା ଏହାକୁ ନିଶ୍ଚିତ କରାଯାଇଥିଲା।