ନୂଆଦିଲ୍ଲୀ: Coronavirus Vaccine Guidlines: କେନ୍ଦ୍ର ସରକାର (Central Govt) ଗୁରୁବାର ଘର ନିକଟରେ ଟିକାକରଣ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହା ଦ୍ୱାରା ବୃଦ୍ଧ ତଥା ଭିନ୍ନକ୍ଷମଙ୍କୁ କୋରୋନା ଭୂତାଣୁ (Coronavirus) ରୁ ସୁରକ୍ଷା ପାଇଁ ଟିକା (Corona Vaccine) ଲଗାଇବାରେ ସହଜ ହେବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Heakth Ministry) 'ଘର ନିକଟ କୋଭିଡ ଟିକାକରଣ କେନ୍ଦ୍ର' ଗାଇଡଲାଇନରେ କହିଛି ଯେ, ଏପରି କେନ୍ଦ୍ରରେ ସେହି ଲୋକମାନେ ଟିକା ଲଗାଇପାରିବେ ଯେଉଁମାନଙ୍କୁ ୬୦ ବର୍ଷରୁ ଅଧିକ ବୟସ ହୋଇଥିବ । ଏହାସହ ଯେଉଁମାନେ କୌଣସି ଡୋଜ ନେଇ ନାହାଁନ୍ତି କିମ୍ବା ପ୍ରଥମ ଡୋଜ ନେଇଛନ୍ତି । ଏମାନଙ୍କ ବ୍ୟତୀତ ୬୦ ବର୍ଷ ବୟସରୁ କମ୍ ଶାରୀରିକ କିମ୍ବା ମାନସିକ ସ୍ତରରେ ଦିବ୍ୟାଙ୍ଗ ଲୋକଙ୍କୁ ମଧ୍ୟ ଏହି ସୁବିଧା ମିଳିବ । ଏହି ପରିପ୍ରେକ୍ଷୀରେ ବୈଷୟିକ ବିଶେଷଜ୍ଞ କମିଟିର ସୁପାରିଶକୁ ମନ୍ତ୍ରଣାଳୟ ଗ୍ରହଣ କରିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଆଧାର କାର୍ଡର ଏହି ସେବା ହେଲା ବନ୍ଦ, ଜାଣନ୍ତୁ କାହିଁକି ଏପରି କଲା UIDAI


ଏଥି ସହିତ ସରକାର ପୂର୍ବାନୁମାନ କରିଛନ୍ତି ଯେ, କୋଭିଡ-19 ସ୍ପୁଟନିକ ଲାଇଟ ଭ୍ୟାକ୍ସିନର ଗୋଟିଏ ମାତ୍ରା ଖୁବ ଶୀଘ୍ର ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଦେଶର ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଋଷର ଉତ୍ପାଦକ ଓ ଏହାର ଭାରତୀୟ ସହଯୋଗୀମାନଙ୍କ ସମେତ ଟିକା ପ୍ରୟୋଗ ଏବଂ ନିୟାମକ କ୍ଲିୟରାନ୍ସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂତ୍ରରୁ ପ୍ରକାଶ ଯେ ସ୍ପୁଟନିକ୍ ଲାଇଟ୍ ପାଇଁ ନିୟାମକ ଅନୁମୋଦନ ପାଇଁ ଆବେଦନ ଆସନ୍ତା କିଛି ସପ୍ତାହ ମଧ୍ୟରେ ଦାଖଲ ହେବ ଏବଂ ଏହା ଭାରତରେ ମିଳୁଥିବା ଏକକ ଡୋଜ ଟିକା ହୋଇପାରେ । କୋଭିଡ-19 ଟିକାଗୁଡ଼ିକର ଘରୋଇ ଉପଲବ୍ଧତା ବୃଦ୍ଧି କରିବାକୁ ନିକଟ ଅତୀତରେ ସରକାରଙ୍କ ଶୀର୍ଷ କର୍ମଚାରୀଙ୍କ ମଧ୍ୟରେ ଉଚ୍ଚ ସ୍ତରର ବୈଠକ ହୋଇଛି ।


ଅଧିକ ପଢ଼ନ୍ତୁ:-ଫାଇଜର ଚଳିତ ବର୍ଷ ଭାରତକୁ ୫ କୋଟି ଭ୍ୟାକ୍ସିନ ଦେବାକୁ ପ୍ରସ୍ତୁତ, କିନ୍ତୁ ରଖିଲା ଏହି ସର୍ତ୍ତ


ଗତ ସପ୍ତାହରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସ୍ପୁଟନିକ୍ ଲାଇଟ୍ ପାଇଁ ନିୟାମକ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ସମସ୍ତ ହିତାଧିକାରୀଙ୍କ ସହ ଏକ ବୈଠକ କରିବାକୁ ପରାମର୍ଶ ଦିଆଯାଇଛି । ଏହି ହିତାଧିକାରୀମାନେ ବାୟୋଟେକ୍ନୋଲୋଜି ବିଭାଗର ସଚିବ, ଇଣ୍ଡିଆନ୍ ମେଡିସିନର କଣ୍ଟ୍ରୋଲର୍ ଜେନେରାଲ୍ (ଡିସିଜି), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିନିଧୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ, ଆରଡିଏଫ୍ (ଋଷ ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି) ଏବଂ ଘରୋଇ ଉତ୍ପାଦକ ସାମିଲ ହେବେ ।