New Toll Rule: ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ କେନ୍ଦ୍ର ସରକାର (Central Government) ଟୋଲ ପଲିସିରେ (Toll Policy) ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଅନୁମାନ କରାଯାଉଛି ଯେ ଏହି ନୂତନ ନୀତିରେ (New Rule) ଟୋଲ୍ ନେବା ପ୍ରକ୍ରିୟାକୁ ପରିବର୍ତ୍ତନ କରି ଏହାକୁ ଜିପିଏସ୍ (GPS) ଆଧାରିତ କରାଯାଇପାରିବ। ଯାହା ପୂର୍ବରୁ ଆଲୋଚନା କରାଯାଇଛି। ଏହା ସହିତ ଜିପିଏସ୍ ସିଷ୍ଟମ (GPS System) ବ୍ୟତୀତ ଗାଡ଼ି ଗୁଡିକର ଆକାର ଆଧାରରେ ଟୋଲ ମଧ୍ୟ ସଂଗ୍ରହ କରାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ନିର୍ଦ୍ଧାରିତ ଦୂରତା ଆଧାରରେ ଟୋଲ ଆଦାୟ (Toll Colection) କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ନୂଆ ଟୋଲ ପଲିସି ଅନୁଯାୟୀ ଗାଡ଼ିର ଯାତ୍ରା ଉପରେ ନିର୍ଭର କରିବ। ଗାଡ଼ିଟି କେତେ ସମୟ ଓ କେତେ ଦୂର ଯାତ୍ରା କରିଛି ତାହା ଉପରେ ଟୋଲ ଆଦାୟ କରାଯିବ। ଏହି ନିୟମ ଅନୁଯାୟୀ ଗାଡ଼ିର ଯାତ୍ରା ଓ ଯାତ୍ରା ସମୟର ହିସାବ କରିବା ପରେ ଟୋଲ ଅର୍ଥ ଧାର୍ଯ୍ୟ କରାଯିବ। ଏହା ବ୍ୟତୀତ ରାଜରାସ୍ତାର କେତେ ଅଂଶ ଗାଡ଼ିଟି ବ୍ୟବହାର କରିଛି ତାହା ଉପରେ ହିସାବ କରାଯିବାର ବ୍ୟବସ୍ଥା କରାଯିବ। ଏପରି ନିୟମ ଦ୍ୱାରା ରାସ୍ତା ଉପରେ ପଡ଼ୁଥିବା ଚାପର ମଧ୍ୟ ସୂଚନା ମିଳିପାରିବ। 


ମିଳିଥିବା ସୂଚନା ମୁତାବକ ଆଇଆଇଟି ବିଏଚୟୁକୁ ଏହି ନୂଆ ଟୋଲ ନୀତି ଧାର୍ଯ୍ୟ କରିବାକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଯଦିଓ ସରକାରଙ୍କ ପକ୍ଷରୁ ଅନୁଷ୍ଠାନକୁ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇନାହିଁ। କିନ୍ତୁ ବିଏଚୟୁର ଜଣେ ପ୍ରଧ୍ୟାପକ କହିଛନ୍ତି କି ପରିବହନ ମନ୍ତ୍ରଣାଳୟ ତରଫରୁ ତାଙ୍କୁ ପିସିୟୁର ପ୍ରକଳ୍ପ ନକ୍ସା ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି। 


ଏହି ନୀତି ଆଧାରରେ ଗାଡ଼ିଗୁଡ଼ିକର ଓଜନ ମଧ୍ୟ ଆକଳନ କରାଯାଇପାରିବ। ଯଦଓ ଏହି ପ୍ରକଳ୍ପ ଉପରେ ଏବେ ମଧ୍ୟ କାମ ଆରମ୍ଭ କରିବା ମଧ୍ୟ ବାକି ରହିଛି। ଆଇଆଇଟି ବିଏଚୟୁ ସରକାରଙ୍କୁ ଏହି ପ୍ରକଳ୍ପ ପ୍ରସ୍ତୁତି ଉପରେ ମଧ୍ୟ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ଜଣାପଡ଼ିଛି। ତେବେ ଏହି ନୂଆ ନିୟମ ଆସିବା ପରେ ଛୋଟ ଗାଡ଼ି ଚାଳକଙ୍କୁ ବହୁ ମାତ୍ରାରେ ଆଶ୍ୱସ୍ତି ମିଳିପାରିବ ବୋଲି ଜଣାପଡ଼ିଛି। ବର୍ତ୍ତମାନର ନିୟମ ଅନୁଯାୟୀ ଟୋଲ ଆଦାୟ କରାଯାଉଛି। ଯିଏ କମ ଦୂରତା ଅତିକ୍ରମ କରୁଛି ତାକୁ ମଧ୍ୟ ଟୋଲ ଦେବାକୁ ପଡ଼ୁଛି। ୫ ସିଟର ଠାରୁ ଆରମ୍ଭ କରି ୭ ସିଟର ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରୁ ସମାନ ଟଙ୍କା ଆଦାୟ କରାଯାଉଛି। ତେବେ ଆସନ୍ତା ବର୍ଷ ନୂଆ ନିୟମ ଆସିବା ପରେ ଏହି ଟୋଲ ଆଦାୟରେ ପରିବର୍ତ୍ତନ ହେବା