NASA : ଆମେରିକାର ସ୍ପେସ ଏଜେନ୍ସି ନାସା ଗ୍ରୀନହାଉସ ଗ୍ୟାସ ଦ୍ଵାରା ପୃଥିବୀରେ ଯେଉଁ ଖରାପ ପ୍ରଭାବ ପଡୁଛି, ତାହା ଏକ ଭିଡିଓ ମାଧ୍ୟମରେ ଦର୍ଶାଇଛନ୍ତି। ଏହି ଭିଡିଓ କୁ ସୋସିଆଲ ମିଡିଆରେ ଶେୟାର କରି ନାସା ଲେଖିଛି ଯେ, ମାନବ କାର୍ଯ୍ୟକଳାପ ଦ୍ୱାରା ଉତ୍ପାଦିତ ଗ୍ୟାସ ସମୁଦ୍ରରେ ପରିବର୍ତ୍ତନ ଆଣୁଛି। ଏହି ପରିବର୍ତ୍ତନଗୁଡ଼ିକ ପୃଥିବୀ ଉପରେ ଖରାପ ପ୍ରଭାବ ପକାଇବା ସହିତ ମଣିଷ ଜୀବନ ପାଇଁ ବିପଜ୍ଜନକ ବୋଲି ପ୍ରମାଣିତ ହେଉଛି।


COMMERCIAL BREAK
SCROLL TO CONTINUE READING

ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନାସା ଏକ ଗ୍ରାଫିକ ଭିଡିଓ ଶେୟାର କରିଛି। ଏବଂ ଏହି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛି। ନାସା କହିଛି ଯେ, ବିଭିନ୍ନ ରଙ୍ଗ ସମୁଦ୍ର ପୃଷ୍ଠର ସ୍ରୋତର ହାରାହାରି ତାପମାତ୍ରାକୁ ପ୍ରତିଫଳିତ କରିଥାଏ। ଯେପରିକି ନାଲି, କମଳା,ହଳଦିଆ ରଙ୍ଗ ଗରମ ତାପମାତ୍ରାକୁ ପ୍ରଭାବିତ କରୁଥିବା ବେଳେ ସବୁଜ ଏବଂ ନୀଳ ରଙ୍ଗ ଶୀତଳ ତାପମାତ୍ରାକୁ ପ୍ରତିପାଦିତ କରିଥାଏ।


ନାସା କ୍ୟାପସନରେ ଲେଖିଛିଯେ, ପୃଥିବୀର ୭୦ ପ୍ରତିଶତ ଜଳ ଆଚ୍ଛାଦିତ ହୋଇଥିବାରୁ ପୃଥିବୀରେ ଜୀବନ ଏବଂ ଜଳବାୟୁ ସନ୍ତୁଳନ ବଜାୟ ରଖିବା ପାଇଁ ମହାସାଗରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଏହା ସତ୍ତ୍ୱେ ମାନବ କାର୍ଯ୍ୟକଳାପରୁ ଗ୍ରୀନ ହାଉସ ଗ୍ୟାସ ବୃଦ୍ଧି ସମୁଦ୍ରରେ ପରିବର୍ତ୍ତନ ଆଣେ। ନାସା ଆହୁରି ମଧ୍ୟ କହିଚିଯେ,ଏହି ପ୍ରସଙ୍ଗରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଏଜେନ୍ସି ଏକ ମିଶନ ଉପରେ କାର୍ଯ୍ୟ କରୁଛି।ତେବେ ନାସାର ଏହି ଚେତାବନୀକୁ ନେଇ ଲୋକମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି।