Shocking News: ଦୁନିଆରେ ଏମିତି ଅନେକ ଅଜବ ଘଟଣା ସବୁ ଘଟେ ଯାହା ଆଖିରେ ନଦେଖିଲେ ବା କାନରେ ନ ଶୁଣିଲା ଯାଏଁ ବିଶ୍ବାସ କରିହେବ ନାହିଁ । ସେହିପରି ବେଳେ ବେଳେ ଏମିତି ବି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରେ । ନିକଟରେ ପ୍ରଧାନମନ୍ତ୍ରୀଙ୍କ (Prime Minister Narendra Modi) ସହ ଜଡି଼ତ ପ୍ରଶ୍ନର ଉତ୍ତର ଦେଇନପାରିବାରୁ କନ୍ୟାର ପରିବାର ଲୋକେ ବରକୁ ମାନସିକ ରୋଗୀ ବୋଲି କହି ବାହାଘର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଜବ ଘଟଣା ଉତ୍ତରପ୍ରଦେଶ (Uttar Pradesh) ଗାଜିପୁର (Ghazipur) ଜିଲ୍ଲାରୁ ସାମ୍ନାକୁ ଆସିଛି। ଆଜ୍ଞା ହିଁ, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା ଏହି ଘଟଣାଟି ବାସ୍ତବରେ ଘଟିଛି । ସୂଚନା ଅନୁଯାୟୀ, ସେଦପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ନାସିରପୁର (Nasirpur ) ଗାଁରେ ଜୁନ୍ ୧୧ ତାରିଖରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା । ଶିବ ଶଙ୍କର ନାମକ ଏକ ଯୁବକଙ୍କ ସହ ରଂଜନା ନାମ୍ନୀ ଏକ ଯୁବତୀଙ୍କ ବିବାହ ହେବା ନେଇ ସ୍ଥିର ହୋଇଥିଲା । ବିବାହର ୬ ମାସ ପୂର୍ବରୁ ଉଭୟ ଶିବ ଶଙ୍କର ଓ ରଂଜନା ପରସ୍ପର ସହ ଫୋନ ଯୋଗେ କଥାବାର୍ତ୍ତା ହେଉଥିଲେ । ବିହାଘର ଦିନ ବର ବାଜା ବଜାଇ ରୋଷଣୀ ଧରି ବରଯାତ୍ରୀଙ୍କ ସହ କନ୍ୟା ଘରେ ପହଁଞ୍ଚିଥିଲା । ବାହାଘର ଲାଗି ସମସ୍ତ ଅତିଥି ପହଁଞ୍ଚିସାରିଥିଲେ। ବର ପହଁଞ୍ଚିବା ପରେ ବାହାଘର ହେବା ନେଇ ସମସ୍ତ ରୀତିନୀତି ଆରମ୍ଭ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ବରଙ୍କୁ (Groom) ପ୍ରଶ୍ନ ପଚରାଯାଇଥିଲା ଏପରି ପ୍ରଶ୍ନ


ରୀତିନୀତି ଅନୁଯାୟୀ ବାହାଘର ଚାଲିଥିବା ବେଳେ କନ୍ୟାର (Bride) ଭଉଣୀ ମାନେ (sister in laws) ବର ସହ ଥଟ୍ଟା ମଜା କରିବା ଆରମ୍ଭ କରିଦେଇଥିଲେ । ଏହି କ୍ରମରେ ସେମାନେ ବରକୁ ଦେଶର ପ୍ରଧାନମନ୍ତ୍ରୀ (Prime Minister) କିଏ ବୋଲି ପ୍ରଶ୍ନ କରିଥିଲେ ?  ପ୍ରଶ୍ନ ଶୁଣିବା ପରେ ବର ଉତ୍ତର ଦେବା ପରିବର୍ତ୍ତେ ଚାରିଆଡ଼େ ଦେଖିବାକୁ ଲାଗିଥିଲା । ଏହା ଦେଖିବା ପରେ ସେଠାର ହଙ୍ଗାମା ଆରମ୍ଭ ହୋଇଯାଇଥିଲା । କନ୍ୟାର ପରିବାର ଲୋକେ ବରକୁ ଅନେକ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ । କିନ୍ତୁ ଶିବ ଶଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇ ପାରିଲା ନଥିଲେ । ଏଭଳି ସ୍ଥିତିରେ କନ୍ୟା ପକ୍ଷ ବରକୁ (Groom) ମାନସିକ ବୋଲି ରୋଗୀ ବୋଲି କହିବା ଆରମ୍ଭ କରିଥିଲେ।


ଏହା ବି ପଢନ୍ତୁ-Shocking News: ରୋଷଣୀରେ ଆସୁଥିଲା ବର ଶିଶୁପାଳ କଲା ବିୟୁଟି ପାର୍ଲର!


ଏହା ବି ପଢନ୍ତୁ-ଗୋଟିଏ ‘ସିଙ୍ଗଡ଼ା’ ଖାଇଲେ ମିଳିବ ୭୧ ହଜାର ଟଙ୍କା, ଜାଣନ୍ତୁ କେଉଁଠି ଓ କେମିତି?


ଏହି ଘଟଣା ପରେ କନ୍ୟାର ପରିବାର ଲୋକେ ଶିବ ଶଙ୍କରଙ୍କ ସହ ଝିଅର (Bride) ବାହାଘର କରିବାକୁ ମନା କରିଦେଇଥିଲେ । ଏମିତିକି ଝିଅକୁ ବିବାହ ମଣ୍ଡପରୁ ଉଠାଇନେଇଥିଲେ । ପରେ ଶିବ ଶଙ୍କରଙ୍କ ସାନ ଭାଇଙ୍କ ସହ ରଂଜନାଙ୍କ ବିବାହ କରିବା ଲାଗି କନ୍ୟା ପକ୍ଷ ପ୍ରସ୍ତାବ ଦେଇଥିଲେ । ଏନେଇ ଯେତେବେଳେ ବରର ଘର ଲୋକେ ରାଜି ହୋଇନଥିଲେ ସେ ସମୟରେ ବନ୍ଧୁକ ମୁନରେ କନ୍ୟାର ପରିବାର ଲୋକେ ବର ପକ୍ଷକୁ ଭୟଭୀତ କରି ଏହି ବାହାଘର କରିଥିଲେ । ବିବାହ ଶେଷ ହେବା ପରେ ଝିଅକୁ ଶାଶୁଘର ପଠାଯାଇଥିଲା। କିନ୍ତୁ ବିବାହର ଗୋଟିଏ ଦିନ ପରେ ଝିଅର ପରିବାର ଶିବ ଶଙ୍କରଙ୍କ ଘରେ ପହଁଞ୍ଚି ଝିଅକୁ ନିଜ ଘରକୁ ନେବାକୁ ଜିଦ୍ ଧରିଥିଲେ। ଫଳରେ ଦୁଇ ପରିବାର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏନେଇ ପୁଅର ବାପା ପୋଲିସରେ ଅଭିଯୋଗ କରିଥିଲେ। ମାମଲା ରୁଜୁ ହେବା ପରେ ପୋଲିସ (Police) ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।