ଗୋଟିଏ ‘ସିଙ୍ଗଡ଼ା’ ଖାଇଲେ ମିଳିବ ୭୧ ହଜାର ଟଙ୍କା, ଜାଣନ୍ତୁ କେଉଁଠି ଓ କେମିତି?
Advertisement
Article Detail0/zeeodisha/odisha1743871

ଗୋଟିଏ ‘ସିଙ୍ଗଡ଼ା’ ଖାଇଲେ ମିଳିବ ୭୧ ହଜାର ଟଙ୍କା, ଜାଣନ୍ତୁ କେଉଁଠି ଓ କେମିତି?

Bahubali Samosa:  ୩୦ ମିନିଟ୍ ମଧ୍ୟରେ ଏହାକୁ ଖାଉଥିବା ବ୍ୟକ୍ତିଙ୍କ ଲାଗି ମୋଟା ଅଙ୍କର ପୁରସ୍କାର ରାଶି ମଧ୍ଯ ଘୋଷଣା କରାଯାଇଛି। କିନ୍ତୁ ୧୨ କେଜିର ଏହି ‘ବାହୁବଲୀ ସିଙ୍ଗଡ଼ା’ ଖାଇବା ଏତେ ସହଜ ହୋଇନଥାଏ । ଏହି ‘ସିଙ୍ଗଡ଼ା’ ଉପରେ ଲୋକମାନେ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି ।

ସୌ(ସୋସିଆଲ ମିଡିଆ)

Bahubali Samosa: ରେବଡି଼ ଓ ଗଜକ ପାଇଁ ପ୍ରସିଦ୍ଧ ଉତ୍ତର ପ୍ରଦେଶର (Uttar Pradesh) ମିରୁଟ୍(Meerut) ବର୍ତ୍ତମାନ ଏହାର 'ବାହୁବଲୀ ସିଙ୍ଗଡ଼ା’ (Bahubali Samosa) ଲାଗି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଳୁ, ମଟର, ପନିର, ମସଲାରୁ ନିର୍ମିତ ଏହି ‘ବାହୁବଲୀ ସାମୋସା’ ଆଜିକାଲି ସୋସିଆଲ ମିଡି଼ଆରେ ମଧ୍ଯ ଚର୍ଚ୍ଚାର ବିଷୟ ପାଲଟିଛି । ଏମିତି ୩୦ ମିନିଟ୍ ମଧ୍ୟରେ ଏହାକୁ ଖାଉଥିବା ବ୍ୟକ୍ତିଙ୍କ ଲାଗି ମୋଟା ଅଙ୍କର ପୁରସ୍କାର ରାଶି ମଧ୍ଯ ଘୋଷଣା କରାଯାଇଛି। କିନ୍ତୁ ୧୨ କେଜିର ଏହି ‘ବାହୁବଲୀ ସିଙ୍ଗଡ଼ା’ ଖାଇବା ଏତେ ସହଜ ହୋଇନଥାଏ । ଏହି ‘ସିଙ୍ଗଡ଼ା’ ଉପରେ ଲୋକମାନେ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି ।

୧୨ କେଜି ବାହୁବଲୀ 'ସାମୋସା' ଧୁମ୍

ଲାଲକୁର୍ତ୍ତୀ ସ୍ଥିତ ଏହି କୌଶଲ ସୁଇଟସ୍ (Kaushal Sweets)ର ତୃତୀୟ ପିଢି ମାଲିକ ଶୁଭମ କୌଶଲ କହିଛନ୍ତି ଯେ, ଏହି ‘ସିଙ୍ଗଡ଼ା’ (Samosa) କୁ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର କରିବା ପାଇଁ ସେ କିଛି ଅଲଗା କରିବାକୁ ଚାହିଁଥିଲେ। ଏହି କାରଣରୁ ସେ ୧୨ କେଜି ‘ବାହୁବଲୀ ସିଙ୍ଗଡ଼ା’ ପ୍ରସ୍ତୁତ କରିବା ନେଇ ସ୍ଥିର କରିଥିଲେ।

ବାହୁବଲୀ 'ସାମୋସା' ଖାଇଲେ ମିଳିବ ଏତିକି ଟଙ୍କାର ପୁରସ୍କାର

ବ୍ୟବସାୟୀ ଶୁଭମ୍ କହିଛନ୍ତି ଯେ, ଏହି ‘ବାହୁବଲୀ ସିଙ୍ଗଡ଼ା’ (Bahubali Samosa) ପାଇଁ ଲୋକମାନେ ଏତେ ପାଗଳ ଯେ ସେମାନେ ବର୍ତ୍ତମାନ ଜନ୍ମଦିନରେ କେକ୍ ବଦଳରେ 'ବାହୁବଲୀ ସିଙ୍ଗଡ଼ା’ କାଟିବାକୁ ପସନ୍ଦ କରୁଛନ୍ତି । ସେ ଆଉ ମଧ୍ଯ କହିଛନ୍ତି, ଯେଉଁ ଗ୍ରାହକ ଅଧ ଘଣ୍ଟା ମଧ୍ୟରେ ଏହି ବାହୁବଳୀ ସାମୋସା ଖାଇବା ତାଙ୍କୁ ୭୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ବାହୁବଲୀ 'ସାମୋସା' ତିଆରି କରିବା ଲାଗି ଲାଗେ ଏତିକି ସମୟ

ଏହି ‘ବାହୁବଲୀ ସିଙ୍ଗଡ଼ା’ (Bahubali Samosa) ତିଆରି କରିବାକୁ ରୋଷେୟାଙ୍କୁ ପ୍ରାୟ ୬ ଘଣ୍ଟା ସମୟ ଲାଗିଥାଏ। ଏନେଇ ଶୁଭମ୍ କହିଛନ୍ତି, ପ୍ୟାନରେ ସାମୋସା ଭାଜିବାକୁ କେବଳ ଦେଢ ଘଣ୍ଟା ସମୟ ଲାଗିଥାଏ । ଖାଲି ଏତିକି ନୁହେଁ, ପ୍ରାୟ ୩ ଜଣ ରୋଷେୟାଙ୍କ କଠିନ ପରିଶ୍ରମରେ ତିଆରି ହୋଇଥାଏ ଏହି ୧୨ କେଜି ଦାମୀକିଆ ‘ବାହୁବଲୀ ସାମୋସା’।  

ଏହା ବି ପଢନ୍ତୁ-Shocking News: ରୋଷଣୀରେ ଆସୁଥିଲା ବର ଶିଶୁପାଳ କଲା ବିୟୁଟି ପାର୍ଲର!

ଏହା ବି ପଢନ୍ତୁ-Shocking News: ନିଜ ହାତରେ କଲେ ନିଜର ‘ପିଣ୍ତଦାନ’, ପଚାରିବାରୁ କହିଲେ...

ବ୍ୟବସାୟୀ ଜଣକ କହିଛନ୍ତି, ଆମ ଦୋକାନର ‘ବାହୁବଲୀ ସିଙ୍ଗଡ଼ା’ ଫୁଡ଼ ବ୍ଲଗର୍ (Food bloggers) ଓ ସୋସିଆଲ୍ ମିଡିଆ ଇଫ୍ଲୁଏନ୍ସର (Social Media Influencer) ମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେବେ ଏହାକୁ ନେଇ ଅନେକ ଫୁଡ଼ ବ୍ଲଗର୍ ବହୁ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । ଯାହା ଆପଣ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥିବେ । ସ୍ଥାନୀୟ ଲୋକଙ୍କ ବ୍ୟତୀତ ଅନ୍ୟ ସହରର ଲୋକମାନେ ମଧ୍ୟ ଏହି ‘ବାହୁବଲୀ ସିଙ୍ଗଡ଼ା’ ବିଷୟରେ ଆମକୁ ପଚାରିଥାଆନ୍ତି । ପ୍ରକାଶ ଥାଉ କି, ଏହି ‘ବାହୁବଲୀ ସାମୋସା’ ଖାଇବା ପାଇଁ ଲୋକଙ୍କୁ ଆଗରୁ ବୁକ୍ କରିବାକୁ ପଡ଼ିଥାଏ ।  ୧୨ କିଲୋ ଓଜନର ଏହି ସାମୋସର ମୂଲ୍ୟ ପ୍ରାୟ ୧,୫୦୦ ଟଙ୍କା ଅଟେ।

ଏହା ବି ପଢନ୍ତୁ-NEET Result 2023: ଗଙ୍ଗା ମାତାଙ୍କ ବରଦାନ, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗଙ୍ଗା ଆଳତୀ କରୁଥିବା ଯୁବକ

ଏହା ବି ପଢନ୍ତୁ-ଜେଜେ ବୟସରେ ବାପା ହେଲେ ୬୨ ବର୍ଷୀୟ ବୃଦ୍ଧ, ଦ୍ୱିତୀୟ ପତ୍ନୀ ଜନ୍ମ ଦେଲେ ତିନି ସନ୍ତାନ

ଏହା ବି ପଢନ୍ତୁ-Bihar: ୪ ହାତ, ୪ ଗୋଡ ଓ ୪ କାନ ମଧ୍ୟ ରହିଛି, ବିହାରର ଘରୋଇ ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ, ଦେଖିବା ପାଇଁ ପ୍ରବଳ ଭିଡ଼