Vadodara Boat Tragedy: ଗୁଜୁରାଟର ଭଦୋଦରାଠାରେ ଘଟିଥିବା ଛାତିଥରା ନୌକା ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଖବର ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁଙ୍କ ସମେତ ଦୁଇ ଜଣ ଶିକ୍ଷକ ଥିବା ଜଣାପଡ଼ିଛି । ତେବେ ନୌକା ଦୁର୍ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାର ଉଚ୍ଚସ୍ତରୀୟ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ । ୧୦ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରୁ ତଦନ୍ତ ରିପୋର୍ଟ ମାଗିଛନ୍ତି। ସିଏମ ପଟେଲ ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ସହ ଭଦୋଦରାସ୍ଥିତ (Vadodara Boat Tragedy) ଏସଏସଜି ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟିଥିବା ନେଇ ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ହେଲେ ସବୁଠାରୁ କଷ୍ଟ ଦେଇଛି ଜଣେ ଅଭିଭାବକଙ୍କ କାହାଣୀ। ଏହି ଘଟଣା ଜଣେ ମାର କୋଳ ଶୂନ୍ୟ କରିଦେଇଛି। ସୂଚନାନୁସାରେ ଜଣେ ଦମ୍ପତି ଦୀର୍ଘ ୧୭ ବର୍ଷ ପରେ ବାପା ମା ହେବାର ସୌଭାଗ୍ୟ ପାଇଥିଲେ । ମନ୍ଦିର ଯାଇ ମାନସିକ କରି ଦୁଇଟି ଛୁଆର ବାପା ମା ହୋଇଥିବା ଦମ୍ପତି ଉଭୟ ଶିଶୁ ଏହି ନୌକା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିବାହ ପରେ ଏହି ଦମ୍ପତିଙ୍କର(Parents Become After 17 Years) କୌଣସି ସନ୍ତାନ ନଥିଲା । ଏଥିପାଇଁ ସେ ଦେବତା ଏବଂ ଦେବୀଙ୍କୁ ବହୁତ ପ୍ରାର୍ଥନା କରିଥିଲେ। ବିବାହ ପରେ ୧୭ ବର୍ଷ ଅପେକ୍ଷା କରିବା ପରେ ସେମାନଙ୍କର ଏକ ପୁଅ ଏବଂ ଗୋଟିଏ ଝିଅ ହୋଇଥିଲା। ହେଲେ ଏହି ଦୁର୍ଘଟଣାରେ ଏହି ୨ ଶିଶୁଙ୍କ ମୃତ୍ୟୁ ଘଟିଛି।


ଝିଅ ତୃତୀୟ କ୍ଲାସରେ ପଢୁଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲା କୁନିପୁଅ । ଅଜୱା ରୋଡରେ ରହୁଥିବା ଏହି ପରିବାରର ସମ୍ପର୍କୀୟମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେମାନେ ସନ୍ତାନ ପ୍ରାପ୍ତି ପାଇଁ ବହୁ ବର୍ଷ ଧରି ପ୍ରାର୍ଥନା କରିଥିଲେ, ଯାହା ଫଳରେ ୧୭ ବର୍ଷ ପରେ ଏହି ଦମ୍ପତି ଅଭିଭାବକ ହେବାର ସୌଭାଗ୍ୟ ପାଇଥିଲେ। ହେଲେ କିଏ ଜାଣିଥିଲା ବିଧିର ବିଧାନ କିଛି ଏମିତି ଥିବ ବୋଲି। ଶେଷରେ ଦୁଇ ଶିଶୁ ଏହି ବୋଟ୍ ଟ୍ରାଜେଡିରେ(Gujarat Vadodara Boat Accident) ପ୍ରାଣ ହରାଇ ବାପା ମାଙ୍କ କୋଳକୁ ଶୂନ୍ୟ କରିଦେଇଛନ୍ତି। ସମ୍ପର୍କୀୟଙ୍କ କହିବା କଥା, ଦୁଇ ଶିଶୁଙ୍କୁ ହ୍ରଦରୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଘରେ ଓ ସ୍କୁଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। 


ଗୋଟିଏ ପରିବାରରୁ ମୃତ୍ୟୁବରଣ କରିଥିବା ଏହି ଦୁଇଶିଶୁଙ୍କ ପିତା ୟୁକେ (UK) ରେ ରୁହନ୍ତି ।  ଏହି ଖବର ପାଇବା ପରେ ଭଦୋଦରାରେ ପହଞ୍ଚିଛନ୍ତି ମୃତକଙ୍କ ପିତା। ଉଭୟ ଶିଶୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି ଏବଂ ପିତାଙ୍କ ଆଗମନ ପରେ ଶେଷ ରୀତିନୀତି କରାଯିବ ବୋଲି ସୂଚନା ରହିଛି। ଏଠାରେ କହିରଖୁଛୁ ଯେ ଡଙ୍ଗା ବୁଡ଼ିଯିବା ଘଟଣାରେ ନ୍ୟୁ ସନରାଇଜ୍ ବିଦ୍ୟାଳୟର ଅତି କମରେ ୧୨ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ସମସ୍ତେ ପିକନିକ୍ ପାଇଁ ଏଠାକୁ ଆସିଥିଲେ। ଡଙ୍ଗାରେ କିଛି ଲୋକ ସେଲଫି ନେବାକୁ ଚେଷ୍ଟା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି କାରଣରୁ ଡଙ୍ଗାଟି ଓଲଟି ପଡି ପାଣିରେ ବୁଡ଼ିଗଲା। ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଚାଲିଛି।


Also Read: Narendra Modi: ହାଡ଼ଭଙ୍ଗା ଜାଡ଼ରେ ତଳେ ଶୋଉଛନ୍ତି ମୋଦି, ଖାଦ୍ୟ ନୁହେଁ କେବଳ ପିଉଛନ୍ତି ପଇଡ଼ ପାଣି