HDFC-HDFC Bank Merger: ଭାରତୀୟ କର୍ପୋରେଟ୍ ଇତିହାସରେ ସବୁଠାରୁ ବଡ଼ ମିଶ୍ରଣ ପ୍ରସ୍ତାବ ଆଗତ ହୋଇଛି । ଖୁବଶୀଘ୍ର ଏଚଡିଏଫସି ଲିମିଟେଡ ଓ ଏଚଡିଏଫସି ବ୍ୟାଙ୍କରେ ବିଲୟ ହେବାକୁ ଯାଉଛି । ଏପରିକି ଏହି ମିଶ୍ରଣ ପ୍ରସ୍ତାବକୁ ନ୍ୟାସନାଲ କମ୍ପାନି ଲ ଟ୍ରିବ୍ୟୁନାଲ (NCLT)ର ଅନୁମୋଦନ ମଧ୍ୟ ମିଳିସାରିଛି । ଏହି ମର୍ଜରର ମୂଲ୍ୟ ପ୍ରାୟ ୪ ହଜାର କୋଟି ରହିଛି । ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ (NCLT) ହାଉସିଂ ଫାଇନାନ୍ସ କମ୍ପାନି HDFC ଲିମିଟେଡକୁ HDFC ବ୍ୟାଙ୍କ ସହିତ ମିଶ୍ରଣ ପ୍ରସ୍ତାବକୁ ଅନୁମୋଦନ କରିବା ପାଇଁ ଅଂଶୀଦାରମାନଙ୍କ ଏକ ବୈଠକ ଡକାଇବାକୁ ଅନୁମତି ଦେଇଛି। 


COMMERCIAL BREAK
SCROLL TO CONTINUE READING

୨୫ ନଭେମ୍ବରରେ ସେୟାର ହୋଲ୍ଡର୍ସଙ୍କ ବୈଠକ 


HDFC ବ୍ୟାଙ୍କ ସହିତ HDFC Limited ମିଶ୍ରଣ ପାଇଁ ଅନୁମୋଦନ ପାଇବାକୁ ସେୟାରହୋଲ୍ଡର୍ସଙ୍କ ବୈଠକ ଡକାଯିବା ପାଇଁ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ (NCLT) ଅନୁମୋଦନ ଦେଇଛି। ମିଶ୍ରଣ ଯୋଜନାକୁ ବିଚାର ଏବଂ ଅନୁମୋଦନ କରିବା ପାଇଁ HDFC ଶୁକ୍ରବାର ଦିନ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି । କମ୍ପାନିର ଅଂଶୀଦାରମାନଙ୍କ ବୈଠକ ଆସନ୍ତା ୨୫ ନଭେମ୍ବରରେ ହେବାକୁ ଯାଉଛି । ଏହା ସହିତ, HDFC ବ୍ୟାଙ୍କର ସମ୍ପୂର୍ଣ୍ଣ ମାଲିକାନା ସତ୍ତ୍ୱାଧିକାର କମ୍ପାନି HDFC ପ୍ରପର୍ଟି ଭେଞ୍ଚର୍ସ ଲିମିଟେଡ୍ (HPVL) ସ୍ଥାନାନ୍ତର ପାଇଁ SEBIରୁ ଅନୁମୋଦନ ମିଳିସାରିଛି । 


ସବୁଠାରୁ ବଡ଼ କର୍ପୋରେଟ ମିଶ୍ରଣ,  ICICI ବ୍ୟାଙ୍କର ଦୁଇଗୁଣା ହୋଇଯିବ HDFC ବ୍ୟାଙ୍କ


HDFC ବ୍ୟାଙ୍କ ସହିତ HDFCର ମିଶ୍ରଣ ଭାରତର କର୍ପୋରେଟ୍ ଇତିହାସରେ ସବୁଠାରୁ ବଡ କାରବାର ବୋଲି ବିବେଚନା କରାଯାଉଛି । ଚଳିତ ଆର୍ଥିକବର୍ଷ ଆରମ୍ଭରେ ଏପ୍ରିଲ ୪ରେ ଏନେଇ HDFC ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଡିଲ୍ ପରିମାଣ ପ୍ରାୟ ୪୦ ବିଲିୟନ ଡଲାର ଅଟେ । 


ମିଶ୍ରଣ ପ୍ରସ୍ତାବକୁ ନୀତିଗତ ଅନୁମୋଦନ 


ଏହି ମିଶ୍ରଣ ପ୍ରସ୍ତାବକୁ ଏପର୍ଯ୍ୟନ୍ତ ଷ୍ଟକ୍ ଏକ୍ସଚେଞ୍ଜ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI), ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI), ପେନ୍ସନ୍ ପାଣ୍ଠି ନିୟାମକ  (PFRDA) ଏବଂ ବିକାଶ ପ୍ରାଧିକରଣ (PFRDA) ଏବଂ ଭାରତୀୟ ପ୍ରତିସ୍ପର୍ଦ୍ଧା କମିଶନ (CCI)ରୁ ନୀତିଗତ ଅନୁମୋଦନ ମିଳିସାରିଛି । 


ପ୍ରସ୍ତାବ ଦିଆଯାଇଥିବା ଏହି କର୍ପୋରେଟ ମିଶ୍ରଣ ପରେ ଗଠିତ ନୂତନ ସଂସ୍ଥାର ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ସମ୍ପତ୍ତି ମିଳିତ ହେବ । ଆସନ୍ତା ଆର୍ଥିକ ବର୍ଷର ଦ୍ୱିତୀୟ କିମ୍ବା ତୃତୀୟ ତ୍ରୟମାସ ସୁଦ୍ଧା ଏହି ଡିଲ୍ ସମାପ୍ତ ହେବାର ସମ୍ଭାବନା ରହିଛି। ମିଶ୍ରଣ ପରେ HDFC ବ୍ୟାଙ୍କର ଆକାର ଆଇସିଆଇସିଆଇ ବ୍ୟାଙ୍କର ଦୁଇଗୁଣ ହେବାକୁ ଯାଉଛି । 


ଭାରତର କର୍ପୋରେଟ୍ ଇତିହାସରେ ସବୁଠାରୁ ବଡ଼ ମର୍ଜର


ମିଶ୍ରଣ ସମାପ୍ତ ହେବା ପରେ, HDFC ବ୍ୟାଙ୍କର ୧୦୦ ପ୍ରତିଶତ ଅଂଶଧନକାରୀ ସାର୍ବଜନୀନ ହେବ ଏବଂ HDFCର ବର୍ତ୍ତମାନର ଅଂଶୀଦାରମାନେ HDFC ବ୍ୟାଙ୍କର ୪୧ ପ୍ରତିଶତ ଅଂଶଧନ ପାଇବେ । HDFC ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ, ଏହି ମିଶ୍ରଣରେ HDFCର ପ୍ରତ୍ୟେକ ୨୫ ଅଂଶଧନକାରୀଙ୍କୁ HDFC ବ୍ୟାଙ୍କର ୪୨ଟି ସେୟାର ମିଳିବ। 


ଏହାବି ପଢ଼ନ୍ତୁ: Global Hunger Index: କ୍ଷୁଧା ବ୍ୟତୀତ ଏହି ପ୍ରସଙ୍ଗରେ କ୍ରମାଗତ ଭାବେ ପଛୁଆ ରହିଛି ଭାରତର ସ୍ଥାନ


 


ଭାରତର କର୍ପୋରେଟ୍ ଇତିହାସରେ ସବୁଠାରୁ ବଡ଼ ମର୍ଜର ଉପରେ ସମସ୍ତଙ୍କ ନଜର ରହିଛି । ଚଳିତବର୍ଷ ଏକାଧିକ ବ୍ୟାଙ୍କ ମର୍ଜର ହୋଇଛି । ସର୍ବପ୍ରଥମେ ୫ ସହଯୋଗୀ ବ୍ୟାଙ୍କ ସହିତ SBI ମର୍ଜର ଘୋଷଣା ହୋଇଥିଲା । ଏହାପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ମିଶ୍ରଣ ହୋଇଥିଲା । ସେହିପରି ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କ ଏବଂ ୟୁନିଅନ ବ୍ୟାଙ୍କରେ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ବିଲୟ ଘଟିଥିଲା ।