ନୂଆଦିଲ୍ଲୀ: ପରିବହନ ବ୍ୟବସ୍ଥା ଉପରେ ସାଇବର ଆଟାକ୍ ଆଲର୍ଟ । ଦେଶର ପରିବହନ ବ୍ୟବସ୍ଥା ଉପରେ ବର୍ତ୍ତମାନ ସାଇବର ଆକ୍ରମଣର ବଡ଼ ଆଶଙ୍କା ଦେଖାଦେଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା NHAI, NHIDCL ଏବଂ ଏହାର ଅନ୍ୟ ଶାଖା, ଯାନବାହାନ ତିଆରି କରୁଥିବା କମ୍ପାନୀମାନଙ୍କୁ ଏକ ସତର୍କ ସୂଚନା ଜାରି କରାଯାଇଛି । ଆଲର୍ଟରେ କୁହାଯାଇଛି ଯେ, ସେମାନେ ସେମାନଙ୍କର IT ସୁରକ୍ଷା ବ୍ୟବସ୍ଥାକୁ ଆହୁରୀ ମଜଭୁତ କରିବା ଉଚିତ, କାରଣ ସେମାନେ ସାଇବର ଆକ୍ରମଣର ଶିକାର ହୋଇପାରନ୍ତି।


COMMERCIAL BREAK
SCROLL TO CONTINUE READING

ସଡ଼କ ଓ ପରିବହନ ମନ୍ତ୍ରଣାଳୟ କହିଛି ଯେ, ସାଇବର ଆକ୍ରମଣ ବିଷୟରେ ସତର୍କ ରହିବାକୁ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ରେସପନ୍ସ ଟିମ (CERT-IN) ପକ୍ଷରୁ ସାଇବର ଆଟାକରୁ ବର୍ତ୍ତିବାକୁ ଆଲର୍ଟ କରାଯାଇଛି। ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସଡକ ପରିବହନ ମନ୍ତ୍ରଣାଳୟ CERT-In ତରଫରୁ ଏକ ସତର୍କ ସୂଚନା ଗ୍ରହଣ କରିଛି, ଯେଉଁଥିରେ ଦର୍ଶାଯାଇଛି ଯେ ମନ୍ଦ ଉଦ୍ଦେଶ୍ୟରେ ଭାରତୀୟ ପରିବହନ କ୍ଷେତ୍ରରେ ଏକ ବଡ଼ ସାଇବର ଆଟାକ ହୋଇପାରେ ।


Also Read: ପ୍ରତିଦିନ ଦେଶରେ ରେକର୍ଡ ଭାଙ୍ଗୁଛି କୋରୋନା, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...


ବିବୃତ୍ତିରେ ପରିବହନ ବ୍ୟବସ୍ଥା ଅଧୀନରେ ଥିବା ବିଭାଗ ଏବଂ ଅନୁଷ୍ଠାନଗୁଡ଼ିକୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ ଏନ୍ଆଇସି, ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI), ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ (NHIDCL), ଇଣ୍ଡିଆନ୍ ରୋଡ୍ କାଂଗରେସIRC), ଇଣ୍ଡିଆନ୍ ଏକାଡେମୀ ଅଫ୍ ହାଇୱେ ଇଞ୍ଜିନିୟର୍ସ (IAHE), PWDs of States, Testing Agencies ଏବଂ ଅଟୋମୋବାଇଲ୍ ନିର୍ମାତାମାନଙ୍କୁ CERT-In ଠାରୁ ନିଜର ସମ୍ପୂର୍ଣ୍ଣ ଆଇଟି-ସିଷ୍ଟମର ସୁରକ୍ଷା ଅଡିଟ୍ କରିବା ପାଇଁ ସହ ସାର୍ଟିଫିକେଟ୍ ଗ୍ରହଣ କରିବାକୁ କୁହାଯାଇଛି। 


Also Read: ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେ ଏପ୍ରିଲ ୧୦ରେ ଦେବାକୁ ଯାଉଛି ବହୁତ ବଡ଼ ଖୁସି ଖବର!


ସଡକ ଓ ପରିବହନ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେ, ନିୟମିତ ଭାବେ ଏଭଳି ସୁରକ୍ଷା ଅଡିଟ୍ କରାଯିବା ଉଚିତ୍। ଏଥିସହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଏହି ଅଡିଟ୍ ରିପୋର୍ଟ ଏବଂ ଆକ୍ସନ୍ ଟେକେନ୍ ରିପୋର୍ଟ (ATR) ନିୟମିତ ଭାବରେ ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଉ। ଗତ ବର୍ଷ ଜୁନ୍ ମାସରେ NHAI ଇମେଲ୍ ସର୍ଭରରେ ସାଇବର ଆକ୍ରମଣ ବିଷୟରେ କହିଥିଲା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ  କୌଣସି ତଥ୍ୟ ଚୋରି ହୋଇନଥିବା ସେ ସୂଚନା ଦେଇଥିଲେ । ସତର୍କତାମୂଳକ ପଦକ୍ଷେପ ଭାବରେ ସେ ତାଙ୍କ ସର୍ଭରକୁ ବନ୍ଦ କରିଦେଇଥିଲେ । ଯାହା ଫଳରେ ସାଇବର ଆଟାକର ଏକ ବଡ଼ ଧରଣର ଶିକାରରୁ ବଞ୍ଚିଥିଲା NHAI ।