ପ୍ରତିଦିନ ଦେଶରେ ରେକର୍ଡ ଭାଙ୍ଗୁଛି କୋରୋନା, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
Advertisement
Article Detail0/zeeodisha/odisha870428

ପ୍ରତିଦିନ ଦେଶରେ ରେକର୍ଡ ଭାଙ୍ଗୁଛି କୋରୋନା, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

Coronavirus in India: ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧ କୋଟି ୧୬ ଲକ୍ଷ ୪୧ ହଜାର ୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧ କୋଟି ୧୧ ଲକ୍ଷ ୫୧ ହଜାର ୪୬୮ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । 

ପ୍ରତିଦିନ ଦେଶରେ ରେକର୍ଡ ଭାଙ୍ଗୁଛି କୋରୋନା, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ନୂଆଦିଲ୍ଲୀ: Coronavirus in India: କୋରୋନା (COVID-19) ମାମଲାରେ ବର୍ତ୍ତମାନ ଭାରତରେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଧୀରେ ଧୀରେ ପୂର୍ବ ବର୍ଷ ଭଳି ଦେଶରେ ପରିସ୍ଥିତି ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୯୫୧ ନୂତନ କୋରୋନା ମାମଲା (Coronavirus Cases) ଚିହ୍ନଟ ହୋଇଛି, ଯାହା ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ଅଟେ । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଯୋଗୁଁ ୨୧୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ୧୮୦ କୋରୋନା ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେ ଏପ୍ରିଲ ୧୦ରେ ଦେବାକୁ ଯାଉଛି ବହୁତ ବଡ଼ ଖୁସି ଖବର!

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧ କୋଟି ୧୬ ଲକ୍ଷ ୪୧ ହଜାର ୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧ କୋଟି ୧୧ ଲକ୍ଷ ୫୧ ହଜାର ୪୬୮ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ୩ ଲକ୍ଷ ୩୪ ହଜାର ୬୪୬ ସକ୍ରିୟ କୋରୋନା ମାମଲା ରହିଛି । ସେପଟେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୫୯ ହଜାର ୯୬୭ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry) ସୂଚନା ଦେଇଛି ଯେ, ଦେଶରେ ଏପର୍ଯ୍ୟନ୍ତ ୪ କୋଟି ୫୦ ଲକ୍ଷ ୬୫ ହଜାର ୯୯୮ ଡୋଜ କୋରୋନା ଟିକା (Corona Vaccine) ଦିଆଯାଇଛି । ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ସୂଚନା ଦେଇଛି ଯେ ଚଳିତ ବର୍ଷ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସାରା ଦେଶରେ ୨୩ କୋଟି ୪୪ ଲକ୍ଷ ୪୫ ହଜାର ୭୭୪ ନମୁନା ଯାଞ୍ଚ କରାଯାଇଛି । ଗତକାଲି ସମଗ୍ର ଦେଶରେ ୮ ଲକ୍ଷ ୮୦ ହଜାର ୬୫୫ ନମୁନା ପରୀକ୍ଷା କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-LIC ଲଞ୍ଚ କଲା ନୂତନ ସଞ୍ଚୟ ପ୍ଲାନ୍, ମିଳିବ ଏହି ସୁବିଧା

ସେପଟେ ମହାରାଷ୍ଟ୍ର (Maharashtra) ରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୫୩୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୯୯ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଯାହା ପରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୪,୭୯,୬୮୨ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ଯାଏ ୫୩,୩୯୯ ସଂକ୍ରମିତ ଏହି ମହାମାରୀ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ସେପଟେ ରାଜ୍ୟରେ ବର୍ତ୍ତମାନ ଯାଏ ୨୨,୧୪,୮୬୭ ସଂକ୍ରମିତ ଏହି ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ସେହିପରି ଦିଲ୍ଲୀ (Delhi) ରେ ରବିବାର ୮୨୩ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଯାହା ପରେ ଏଠାରେ ୬,୪୭,୯୮୪ ମାମଲା ଚିହ୍ନଟ ହୋଇସାରିଛି ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଆସନ୍ତା ବର୍ଷ ଠାରୁ ବଦଳିଯିବ ଏହି ନିୟମ

ରବିବାର ଦେଶରେ କୋରୋନାର ୪୩,୮୪୬ ନୂତନ ଦୈନିକ ମାମଲା ସାମ୍ନାକୁ ଆସିଥିଲା, ଯାହାକି ଚଳିତ ବର୍ଷର ସର୍ବାଧିକ ଦୈନିକ ବୃଦ୍ଧି ଥିଲା । ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସମଗ୍ର ଦେଶରେ ଚିହ୍ନଟ ହୋଇଥିବା ନୂତନ ମାମଲା ମଧ୍ୟରୁ ୮୩.୧୪ ପ୍ରତିଶତ ମାମଲା ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ।

ମନ୍ତ୍ରଣାଳୟ ଅନୁଯାୟୀ ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ଗୁଜୁରାଟ ଏବଂ ହରିୟାଣାରେ ଦିନକୁ ଦିନ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶନିବାର ଦିନ ଦିଲ୍ଲୀରେ ୮୦୦ରୁ ଅଧିକ କୋରୋନା ଭୂତାଣୁ ମାମଲା ଚିହ୍ନଟ ହୋଇଥିବାବେଳେ ଦୁଇଜଣ ଲୋକ ଏହି ସଂକ୍ରମଣରେ ମୃତ୍ୟୁ ବରଣ କରିଥିଲେ ।