୧୯୬୫ରୁ ବିଶ୍ୱରେ ରହି ଆସିଛି କୋରୋନା ଭାଇରସ
ସମଗ୍ର ବିଶ୍ୱରେ କୋରୋନା ତାଣ୍ଡବ ରଚିଥିବା ବେଳେ ଆଜି ଦେଶ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ ।
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ତାଣ୍ଡବ ରଚିଥିବା ବେଳେ ଆଜି ଦେଶ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ । ଆଜି ଠାରୁ ଦେଶରେ କୋରୋନା ଟିକା ପ୍ରଦାନ କରାଯିବାର ବ୍ୟବସ୍ଥା କରିଛି । ଦେଶର ବିଭିନ୍ନ ସ୍ଥାନରେ ଟିକା ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏମସଗୁଡ଼ିକରେ ମଧ୍ୟ ଡାକ୍ତରମାନେ ଟିକା ପ୍ରଦାନ କରିବେ । ତେବେ ଆସନ୍ତୁ ନଜର ପକାଇବା ସଂକ୍ଷେପରେ...
ଇତିହାସରେ କୋରୋନାର ସ୍ଥିତି
୧୯୬୫: ମାନବ କୋରୋନା ଭାଇରସକୁ ଚିହ୍ନଟ କଲେ ଗବେଷକ । ଟାଇରେଲ ଆଣ୍ଡ ବାଇନେ B114 ଭାଇରସ ବିଷୟରେ ଜଣାଇଲେ
୧୯୬୬: ତରୋଥି ହାମ୍ରେ ଏବଂ ଜନ୍ ବ୍ରୋକନାଓ ଙ୍କ ଦ୍ୱାରା ଭାଇରସ 229 E ଆବିଷ୍କୃତ
୧୯୬୭: ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆଲର୍ଜି ଆଣ୍ଡ ଇନଫେକ୍ସିୟସ ଡିଜିଜର ବୈଜ୍ଞାନିକ ମାନଙ୍କ ଦ୍ୱାରା ଭାଇରସ OC43 ବିକଷିତ
୧୯୬୮: ଗବେଷକ ମାନେ ପ୍ରଥମ ଥର ପାଇଁ କୋରୋନା ଭାଇରସର ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ । ତାଙ୍କ ଅନୁସାରେ, B 814 , 222 E ଏବଂ ଜୁନ୍ ଆଲମୈଡା ନୂଆ ପ୍ରକାରର କୋରୋନା ଭାଇରସ
୨୦୦୩: ଦକ୍ଷିଣ ଚାଇନାରେ SARS ଭାଇରସର ଉତ୍ପତ୍ତି । ବୈଜ୍ଞାନିକ ମାନେ ୫ଟି ନୂଆ ମାନବୀୟ କୋରୋନା ଭାଇରସକୁ ଚିହ୍ନଟ କଲେ
୨୦୦୩; ଭ୍ୟାନ ଡେର୍ ହ୍ୱେକ୍ NL63 ଭାଇରସ ବିଷୟରେ ସୂଚନା ଦେଲେ
ନେଦରଲ୍ୟାଣ୍ଡର ଗବେଷକ ମାନେ ମଧ୍ୟ 22E ସମ୍ପର୍କିତ ଆଉ ଏକ ନୋଭେଲ କୋରୋନା ଭାଇରସର ସୂଚନା ଦେଲେ।
୨୦୦୫: ୟୁନିଭର୍ସିଟି ଅଫ ହଂକଂର ଗବେଷକ ମାନଙ୍କ ଦ୍ୱାରା କୋରୋନା ଭାଇରସ HKU1 ର ଆବିଷ୍କାର
୨୦୧୨: କେରାସ ମସ୍ ମେଡିକାଲ ସେଣ୍ଟରର ଗବେଷକ ମାନଙ୍କ ଦ୍ୱାରା ନୂଆ MERS-CoV କୋରୋନା ଭାଇରସର ଚିହ୍ନଟ। ସାଉଦି ଆରବରେ MERS-CoV ର ଆତଙ୍କ ।
୨୦୨୦: ଚାଇନାର ଦଳେ ଗବେଷକ ଉହାନ ଭାଇରସ (SARS-CoV-2) କୁ ଚିହ୍ନଟ କରନ୍ତି ।
ଭାରତରେ କୋରୋନାର ସ୍ଥିତି
୩୦ ଜାନୁଆରୀ ୨୦୨୦: ଚାଇନାରେ ସୃଷ୍ଟି ହୋଇଥିବା କୋଭିଡ-19 ର ପ୍ରଥମ ରୋଗୀ ଭାରତରେ ଚିହ୍ନଟ ।
୨ ଫେବୃଆରୀ ୨୦୨୦: କେରଳ ଆଲ୍ଲାପୁଜା ଜିଲ୍ଲାରେ ଚାଇନାର ଉହାନରୁ ଫେରୁଥିବା ଜଣେ ଛାତ୍ରଙ୍କ ନିକଟରେ କୋଭିଡ ଲକ୍ଷଣ
୩ ଫେବୃଆରୀ ୨୦୨୦: କେରଳର କସରାବୋଡ ଜିଲ୍ଲାରେ ଆଉ ଜଣେ ଚାଇନା ଫେରନ୍ତା ଛାତ୍ରଙ୍କ ପାଖରେ କୋଭିଡ ଲକ୍ଷଣ
୨ ମାର୍ଚ୍ଚ ୨୦୨୦: ଦିଲ୍ଲୀ ଏବଂ ହାଇଦ୍ରାବାଦରେ ଦୁଇ ଜଣ କୋଭିଡ-19 ରୋଗୀଙ୍କୁ ଠାବ
୧୦ ମାର୍ଚ୍ଚ ୨୦୨୦: ICMR ଅନୁସାରେ, କର୍ଣ୍ଣାଟକରେ ୩ ଜଣ ଲୋକ କୋଭିଡ-19ରେ ଆକ୍ରାନ୍ତ
୨୪ ମାର୍ଚ୍ଚ ୨୦୨୦: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ୨୧ ଦିନ ପାଇଁ ରାଷ୍ଟ୍ରବ୍ୟାପି ଲକଡାଉନର ଘୋଷଣା।
୧୮ ମେ ୨୦୨୦: ଭାରତରେ କୋଭିଡ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭୩୪ , ମୃତ୍ୟୁ ସଂଖ୍ୟା ୩ ହଜାର ୧୫୭
ଓଡି଼ଶାରେ କୋରୋନାର ସ୍ଥିତି
୧୫ ମାର୍ଚ୍ଚ ୨୦୨୦: ଇଟାଲି ଫେରନ୍ତା ଭୁବନେଶ୍ବରର ଯୁବକଙ୍କ ପାଖରେ କୋଭିଡ-19 ଲକ୍ଷଣ।
୧୬ ମାର୍ଚ୍ଚ ୨୦୨୦: ଛାତ୍ର ଜଣଙ୍କ କୋଭିଡ-19 ପଜିଟିଭ ବୋଲି ଘୋଷିତ ।
୨୫ ଜୁଲାଇ ୨୦୨୦: କୋରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୧୩୨୦ ଛୁଇଁଲା। କେବଳ ଜୁଲାଇ ମାସରେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୫ରୁ ବଢି ୧୦୫ ରେ ପହଞ୍ଚିଲା ।
ଜୁଲାଇ ୨୦୨୦: ଓଡ଼ିଶା ସରକାରଙ୍କ ଦ୍ୱାରା ଉତ୍ସର୍ଗୀକୃତ Website ର ଶୁଭାରମ୍ଭ ।
ମାର୍ଚ୍ଚ ୨୪ରେ ଲକଡାଉନ ଘୋଷଣା ହେବା ପୂର୍ବରୁ ଓଡ଼ିଶା ସରକାରଙ୍କ ଦ୍ୱାରା କୋଭିଡ-19 ହେଲ୍ପଲାଇନ ସେବା ଆରମ୍ଭ ।
ମାସ୍କ, ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ବାର୍ତ୍ତା ଦେବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।