ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କୋରୋନା ଗ୍ରାଫ (Corona Graph)ଖସୁଥିବା ବେଳେ ଅନ୍ୟପଟେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ (National Capital Delhi)କୋଭିଡ୧୯ ସଂକ୍ରମଣ (Covid19 Infection)ମାମଲା ବଢିବାରେ ଲାଗିଛି। ଏହାର ମୁକାବିଲା କରିବା କ୍ଷେତ୍ରରେ ବିଫଳ ହେବା ସହ ହାତ ଟେକି ଦେଇଛନ୍ତି ଦିଲ୍ଲୀରେ କ୍ଷମତାସୀନ କେଜ୍ରିୱାଲ ସରକାର (CM Kejriwal)।   
 
କୋରୋନା ମୁକାବିଲା କ୍ଷେତ୍ରରେ ସହଯୋଗ କରିବାକୁ କେନ୍ଦ୍ର (Union Govt)ନିକଟରେ ପ୍ରସ୍ତାବ ରଖିଛନ୍ତି ଦିଲ୍ଲୀ ସରକାର। ଏପରିକି ରାଜ୍ୟରେ ପୁଣି ଥରେ ଲକ ଡାଉନ (Lockdown)ଲାଗୁ କରିବାକୁ କେନ୍ଦ୍ରର ଅନୁମତି ଅପେକ୍ଷାରେ ଅଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ହେଲେ ଏ ମାମଲାରେ କେନ୍ଦ୍ର ସରକାର କୌଣସି ନିର୍ଦ୍ଦେଶନାମା ଜାରି କାରିନାହାଁନ୍ତି। 


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀରେ ବଢି ଚାଲିଥିବା କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଆଗେଇ ଆସିଛି ଗୃହ ମନ୍ତ୍ରଣାଳୟ (Home Ministry)। ଏନେଇ ଆକ୍ସନ ମୁଡରେ ରହିଥିବା ଏହି ମନ୍ତ୍ରଣାଳୟ ୧୦ଟି ଟିମ୍ ଗଠନ କରିଛି। ଏହି ଟିମ୍ କୋରୋନା  ଚିକିତ୍ସା ପ୍ରଦାନ କରିବାକୁ ଥିବା ୧୦୦ଟି ପ୍ରାଇଭେଟ ହସ୍ପିଟାଲ (Private Hospital)ପରିଦର୍ଶନ କରିବ। ଏଠାରେ ଉପଲବ୍ଧ ରହିଥିବା ଆଇସିୟୁ (ICU)ଏବଂ ବେଡ୍ (Bed)ସଂଖ୍ୟା କେତେ ରହିଛି ସେ ନେଇ ଗୃହମନ୍ତ୍ରୀ (Union Home Minister)ଅମିତ ଶାହଙ୍କୁ (Amit Shah)ଅବଗତ କରାଇବେ।   


 



ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କୋଭିଡ୧୯ ଡ୍ୟୁଟି (Covid19 Duty)କାର୍ଯ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର (Paramilitary Force)୪୫ ଡାକ୍ତର, ୧୬୦ ପାର ମେଡିକାଲ ଷ୍ଟାଫ୍ (Para Medical Staff)ନିୟୋଜିତ ହୋଇଛନ୍ତି।



ଏହା ପୂର୍ବରୁ ନଭେମ୍ବର ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ଅମିତ ଶାହା ଦିଲ୍ଲୀରେ ବଢୁଥିବା କୋଭିଡ୧୯ ସଂକ୍ରମଣ ମାମଲାରେ ସମୀକ୍ଷା ବୈଠକ କରିଥିଲେ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ-ଡିଆଡିଓ (DRDO-Defence Research and Development Organisation)ଦିଲ୍ଲୀ ବିମାନବନ୍ଦର ନିକଟରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛି। ଡିଆରଡିଓ ୨୫୦ ଆଇସିୟୁ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ପ୍ରସ୍ତୁତ କରୁଛି। ଆଗାମୀ ୩-୪ ଦିନ ମଧ୍ୟରେ ଦିଲ୍ଲୀ ବିମାନବନ୍ଦର ନିକଟ କୋଭିଡ ହସ୍ପିଟାଲରେ ଡିଆରଡିଓ ୨୫୦ ଆଇସିୟୁ ବେଡ୍ ଏବ ୩୫ ବିପିଏପ୍ ବେଡ୍ ନିର୍ମାଣ କାର୍ଯ୍ୟ କରୁଛି। ଯଦିଓ ଏହି କୋଭିଡ ହସ୍ପିଟାଲରେ ପୂର୍ବରୁ ୨୫୦ ଆଇସିୟୁ ଶଯ୍ୟା ରହିଛି।