Mehbooba Mufti Car Accident: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭୟଙ୍କର କାର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ପରେ ଆସିଥିବା କାରର ଚିତ୍ରରୁ ଅନୁମାନ କରାଯାଇପାରେ ଏହି ଦୁର୍ଘଟଣା କେତେ ଭୟଙ୍କର ହୋଇଥିବ। ମେହବୁବା ମୁଫତି ଯାତ୍ରା କରୁଥିବା କଳା ସ୍କର୍ପିଓର ଡ୍ରାଇଭର ଆହତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଓମର ଅବଦୁଲ୍ଲା ସୋସିଆଲ ମିଡିଆ X ରେ ଲେଖିଛନ୍ତି, "ଏହା ଶୁଣି ଖୁସି ହେଲି ଯେ ମେହବୁବା ମୁଫତି ସାହିବା ଏକ ଗୁରୁତର ଦୁର୍ଘଟଣାରେ ଆଘାତ ପାଇବାରୁ ବଞ୍ଚି ଯାଇଛନ୍ତି। ମୁଁ ଆଶା କରୁଛି ଯେ ଦୁର୍ଘଟଣାର ପରିସ୍ଥିତିକୁ ନେଇ ସରକାର ଅନୁସନ୍ଧାନ କରିବେ। ଏହା ସୁରକ୍ଷାରେ କୌଣସି ତ୍ରୁଟି ରହିଥାଇପାରେ। ତୁରନ୍ତ ସମାଧାନ କରାଯିବା ଆବଶ୍ୟକ।"



ପୋଲିସ ଅଧିକାରୀ କ’ଣ କହିଛନ୍ତି?
ଜଣେ ପୋଲିସ ଅଧିକାରୀ କହିଛନ୍ତି, "ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଡି ସାଙ୍ଗାମରେ ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସେ ଜଣେ ଅଗ୍ନିକାଣ୍ଡରେ ପୀଡିତଙ୍କୁ ଭେଟିବା ପାଇଁ ଖାନବଲ ଅଭିମୁଖେ ଯାଉଥିଲେ। ଯଦିଓ ସେ ଏଥିରେ ଆହତ ହୋଇନାହାଁନ୍ତି। ବ୍ୟକ୍ତିଗତ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ଏହା ପରେ ପିଡିପି ସଭାପତି ତାଙ୍କ ନିର୍ଦ୍ଧାରିତ ଗସ୍ତରେ ଆଗେଇ ଯାଇଥିଲେ। " ଜଣେ ପିଡିପି ମୁଖପାତ୍ର କହିଛନ୍ତି ଯେ ମୁଫତି ନିରାପଦରେ ଅଛନ୍ତି ଏବଂ ଏଥିରେ କୌଣସି ଆହାତ ହୋଇନାହାଁନ୍ତି।


ମେହବୁବା ମୁଫତି ଜମ୍ମୁ କାଶ୍ମୀରର ସବୁଠାରୁ ବଡ ମହିଳା ନେତା ଭାବରେ ମାନ୍ୟତା ପାଇଛନ୍ତି। ୨୦୧୬ ମସିହାରେ ଏକ ଆଶ୍ଚର୍ଯ୍ୟଜନକ ରାଜନୈତିକ ଘଟଣା ଘଟିଥିଲା, ଯେତେବେଳେ ସେ ବିଜେପି ସହିତ ସରକାର ଗଠନ କରିଥିଲେ। ଭିନ୍ନ ଚିନ୍ତାଧାରା ସହିତ ଦୁଇ ଦଳ ଏକାଠି ହେବାର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।| ସେ ଦୁଇ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ସିଏମ୍ ରହିଲେ। ସେ ଅନନ୍ତନାଗର ସାଂସଦ ମଧ୍ୟ ରହିଛନ୍ତି। ତାଙ୍କ ପିତା ମୁଫତି ମହମ୍ମଦ ସୟିଦ ମଧ୍ୟ ରାଜ୍ୟର ସିଏମ୍ ଥିଲେ। ୧୯୮୯ ରେ ତାଙ୍କୁ ଭିପି ସିଂ ସରକାରରେ ଭାରତର ଗୃହମନ୍ତ୍ରୀ କରାଯାଇଥିଲା।