Accident News: ବିଜନୌରରେ ଭୀଷଣ ସଡ଼କ ଦୁର୍ଘଟଣା; ବର-କନ୍ୟା ସମେତ ୭ ମୃତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌରରୁ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି। ଆଜି ଭୋର ସମୟରେ ବିଜନୌରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି।ଏହି ଦୁର୍ଘଟଣାରେ ନବବିବାହିତ ବରକନ୍ୟାଙ୍କ ସମେତ ବରର ସମ୍ପର୍କୀୟମାନେ ରହିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ବର, କନ୍ୟା, ବରର ମାଉସୀ ଏବଂ ଭାଇଙ୍କ ସମେ
Accident News: ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌରରୁ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି। ଆଜି ଭୋର ସମୟରେ ବିଜନୌରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି।ଏହି ଦୁର୍ଘଟଣାରେ ନବବିବାହିତ ବରକନ୍ୟାଙ୍କ ସମେତ ବରର ସମ୍ପର୍କୀୟମାନେ ରହିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ବର, କନ୍ୟା, ବରର ମାଉସୀ ଏବଂ ଭାଇଙ୍କ ସମେତ ୭ ଜଣ ଅଛନ୍ତି। ସେପଟେ ୨ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି। ଧାମପୁରର ତିବଡି ଗ୍ରାମ ନିବାସୀ ଏହି ପରିବାର ଝାଡଖଣ୍ଡରୁ ବିବାହ ପରେ କନ୍ୟା ସହିତ ଘରକୁ ଫେରୁଥିଲେ। ବରକୁ ସ୍ୱାଗତ କରିବା ପାଇଁ ଘରେ ପ୍ରସ୍ତୁତି ଚାଲିଥିଲା। ନାଚଗୀତରେ ମସଗୁଲ ଥିବା ପରିବାରରେ ହଠାତ୍ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଧାମପୁର ଥାନା ଅନ୍ତର୍ଗତ ଡିବଡି ଗାଁର ବାସିନ୍ଦା ଖୁରସିଦ ଅନସାରୀଙ୍କ ପୁଅ ବିଶାଲ (୨୫) ବିହାରର ଖୁସୀ (୨୨) କୁ ବିବାହ କରିଥିଲେ। ବିଶାଲ ଏବଂ ଖୁସି ଅନ୍ୟ ପରିବାର ସଦସ୍ୟଙ୍କ ସହ ଝାଡ଼ଖଣ୍ଡରୁ ମୁରାଦାବାଦକୁ ଫେରୁଥିଲେ। ତା’ପରେ ଏକ ଦ୍ରୁତ ଗତିରେ ଆସୁଥିବା କାର ତାଙ୍କ ଅଟୋକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଲାଗିଥିଲା ଯେ ଯାତ୍ରୀଭର୍ତ୍ତି ଅଟୋଟି ଇଲେକ୍ଟ୍ରିକ ଖୁଣ୍ଟ ସହ ଧକ୍କା ଲାଗି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଅଟୋରେ ଯାତ୍ରା କରୁଥିବା ୭ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୬ ଜଣ ଲୋକ ଅନସାରୀ ପରିବାରର ଏବଂ ଅନ୍ୟ ଜଣକ ହେଉଛନ୍ତି ଅଟୋ ଡ୍ରାଇଭର।
ବିଜନୌର ଏସପି ଅଭିଷେକ କହିଛନ୍ତି ଯେ ଅଟୋ ଏବଂ କାର ଦୁର୍ଘଟଣା ସମ୍ପର୍କରେ ସୂଚନା ସକାଳେ ମିଳିଥିଲା। ଏକ ଅଟୋରେ ଯାତ୍ରା କରୁଥିବା ୬ ଜଣଙ୍କର କାର ଧକ୍କାରେ ମୃତ୍ୟୁ ଘଟିଛି। ଚିକିତ୍ସା ସମୟରେ ଅଟୋ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କାର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। କାର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ କାର ଜବତ କରାଯାଇଛି।
ବିଜନୌର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଛି। ଘଟଣାସ୍ଥଳରେ ପହଞ୍ଚିବା ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ କାମନା କରିଥିଲେ।