ଘରେ କେତେ ନଗଦ ରଖିପାରିବେ ଆପଣ? ଜାଣନ୍ତୁ କାରବାର ସହିତ ଜଡିତ ପ୍ରତ୍ୟେକ ନିୟମ, ନଚେତ୍...
ଦେଶରେ ଡିଜିଟାଲ ଅର୍ଥନୀତି (Digital Economy) କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର (Central Govt) ନିରନ୍ତର ପଦକ୍ଷେପ ନେଉଛନ୍ତି । ଟଙ୍କା ନେଣଦେଣ (Cash Transaction) ସମ୍ପୂର୍ଣ୍ଣ ନିରାପଦରେ କରିବା ପାଇଁ ନଗଦ କାରବାର ସହ ଜଡିତ ନିୟମଗୁଡ଼ିକ ଅଧିକ କଠୋର ହେବାରେ ଲାଗିଛି । ତେଣୁ ଆସନ୍ତୁ ଜାଣିବା ନଗଦ ନେଣଦେଣ ପାଇଁ ସରକାର କେଉଁ ନ
ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଅର୍ଥନୀତି (Digital Economy) କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର (Central Govt) ନିରନ୍ତର ପଦକ୍ଷେପ ନେଉଛନ୍ତି । ଟଙ୍କା ନେଣଦେଣ (Cash Transaction) ସମ୍ପୂର୍ଣ୍ଣ ନିରାପଦରେ କରିବା ପାଇଁ ନଗଦ କାରବାର ସହ ଜଡିତ ନିୟମଗୁଡ଼ିକ ଅଧିକ କଠୋର ହେବାରେ ଲାଗିଛି । ତେଣୁ ଆସନ୍ତୁ ଜାଣିବା ନଗଦ ନେଣଦେଣ ପାଇଁ ସରକାର କେଉଁ ନିୟମ କରିଛନ୍ତି । ଏଠାରେ କହି ରଖୁଛୁ ଯେ ଘରେ ନଗଦ ରଖିବାର ସୀମା ସ୍ଥିର ହୋଇନାହିଁ । କିନ୍ତୁ ଘରେ ରଖାଯାଇଥିବା ନଗଦର ଉତ୍ସ ବିଷୟରେ କହିବା ଜରୁରୀ ଅଟେ ।
ନଗଦରେ ୨୦୦୦ ଟଙ୍କାରୁ ଅଧିକ ଚାନ୍ଦା କିମ୍ୱା ଦାନ ଦେଇପାରିବେ ନାହିଁ । ଏଥିସହ ୫୦୦୦ ଟଙ୍କାରୁ ଅଧିକ ନଗଦ ଚିକିତ୍ସା ଖର୍ଚ୍ଚ ଉପରେ କୌଣସି ଟିକସ ରିହାତି ନାହିଁ । ୨୦ ହଜାର ଟଙ୍କାରୁ ଅଧିକ ନଗଦ ଋଣ ନିଆଯାଇପାରିବ ନାହିଁ କିମ୍ବା ଦିଆଯାଇପାରିବ ନାହିଁ । ଏହି ନିୟମ ଭାଙ୍ଗିବା ପାଇଁ ଜରିମାନା ଦେବାକୁ ପଡିବ ।
୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ଫରେନ ଏକ୍ସଚେଞ୍ଜରେ ଯାଇ ନେଇପାରିବେ ନାହିଁ । ୨ ଲକ୍ଷରୁ ଅଧିକ ନଗଦ ଆକାରରେ କୌଣସି କ୍ରୟ କରାଯାଇପାରିବ ନାହିଁ । ଏହା ବ୍ୟତୀତ ବ୍ୟାଙ୍କରୁ ୨ କୋଟି ଟଙ୍କାରୁ ଅଧିକ ନଗଦ ଉଠାଇବା ଉପରେ ଟିଡିଏସ ଲାଗିବ ।
ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୪୩ ସଂକ୍ରମିତ
ଏହା ବି ପଢ଼ନ୍ତୁ:-ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏସବୁ ଫାଇଦା, ଜାଣି ଚକିତ ହେବେ ଆପଣ!
ଏହା ବି ପଢ଼ନ୍ତୁ:-ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍
ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍