Kohinoor Story: ପ୍ରାୟ 5 ବର୍ଷ ପୂର୍ବେ ଲଣ୍ଡନସ୍ଥିତ ବକିଂହାମ୍ ପ୍ୟାଲେସ୍ ଠାରେ ତତ୍କାଳୀନ ରାଜା ପ୍ରିନ୍ସ ଚାର୍ଲ୍ସଙ୍କ ୭୦ ତମ ଜନ୍ମଦିନ ଅବସରରେ ରାଜକୀୟ ରତ୍ନ ପ୍ରଦର୍ଶନୀ ଆୟୋଜନ କରିଥିଲା। ଏହି ପ୍ରଦର୍ଶନୀରେ ଭାରତ ସହ ଜଡିତ ଅନେକ ରତ୍ନ ଏବଂ ଅଳଙ୍କାର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଯାହାକୁ ଭାରତ ବର୍ଷରୁ ବ୍ରିଟିଶ ରାଜତନ୍ତ୍ର ଦ୍ୱାରା ଲୁଟ୍ କରାଯାଇଥିଲା। ବିଭିନ୍ନ ପ୍ରକାର ମୂର୍ତ୍ତି ଏବଂ ଚିତ୍ର ବ୍ୟତୀତ ୧୯ ରତ୍ନ ସହିତ ସଜ୍ଜିତ ଏକ ଲମ୍ବା ସୁନା ଅଳଙ୍କାର ମଧ୍ୟ ଅନ୍ତର୍ଭୂକ୍ତ ରହିଥିଲା। ଯାହାକୁ ଜଣେ ଭାରତୀୟ ମହାରାଜା ଘୋଡାକୁ ସଜାଇବାରେ ବ୍ୟବହାର କରୁଥିଲେ। ଏହି ପ୍ରଦର୍ଶନୀ ପରେ ବ୍ରିଟେନ ରାଜ ପରିବାରକୁ ଅନେକ ସମାଲୋଚନା କରାଯାଇଥିଲା। ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ ହୋଇସାରିଛି। 


COMMERCIAL BREAK
SCROLL TO CONTINUE READING

୪୬ ପୃଷ୍ଠାର ରିପୋର୍ଟ କଲା ଖୁଲାସା
ନିକଟରେ ବ୍ରିଟିଶ ସମ୍ବାଦପତ୍ର "ଦି ଗାର୍ଡିୟାନ" ଭାରତୀୟ କାର୍ଯ୍ୟାଳୟ ଅଭିଲେଖାଗାରରୁ ୪୬ ପୃଷ୍ଠାର ରିପୋର୍ଟ ବାବଦରେ ପର୍ଦ୍ଦାଫାଶ କରିଛି। ଯାହା ଭାରତୀୟ ଉପମହାଦେଶରେ ବ୍ରିଟେନ ଶାସନ ପାଇଁ ଦାୟୀ ସରକାରୀ ବିଭାଗ। ଏହି ରିପୋର୍ଟ ରାଣୀ ମରିୟମଙ୍କ ସେହି ଆଦେଶକୁ ଦର୍ଶାଉଛି। ଯେଉଁଥିରେ ବ୍ରିଟିଶ ରାଜ ପରିବାରକୁ ମିଳିଥିବା ରତ୍ନ ଅଳଙ୍କାରର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରାଯାଇଥିଲା। ଏହି ରିପୋର୍ଟ ୧୯୧୨ ମସିହାର ବୋଲି ଜଣାପଡ଼ିଛି। ରିପୋର୍ଟ ଦର୍ଶାଯାଇଛି ଯେ ଚାର୍ଲ୍ସଙ୍କ ପନ୍ନା ରତ୍ନରୁ ନିର୍ମିତ ବେଲ୍ଟ ସମେତ ବହୁ ମୂଲ୍ୟବାନ ଅଳଙ୍କାରକୁ ବିଜୟର ପ୍ରତୀକ ଭାବରେ ଭାରତ ବର୍ଷରୁ ବ୍ରିଟେନ ଅଣାଯାଇଥିଲା। ପରେ ଏହାକୁ ବ୍ରିଟେନ ରାଣୀ ଭିକ୍ଟୋରିଆଙ୍କୁ ହସ୍ତାନ୍ତର କରାଯାଇଥିଲା। ଯାହା ବର୍ତ୍ତମାନ ବ୍ରିଟିଶ ରାଜ ପରିବାରର ସମ୍ପତ୍ତିରେ ପରିଣତ ହୋଇସାରିଛି।


ଭାରତ ବର୍ଷର ଗଭର୍ଣ୍ଣର ରହିଥିଲେ ଜର୍ଜ 
ରିପୋର୍ଟ ଅନୁଯାୟୀ ୧୮୩୭ ମସିହାରେ ସୋସାଇଟି ଡାୟରିଷ୍ଟ ଫନି ଇଡେନ ଏବଂ ତାଙ୍କ ଭାଇ ଜର୍ଜଙ୍କ ପଞ୍ଜାବ ଗସ୍ତ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ସେହି ସମୟର ବ୍ରିଟିଶ ଶାସନ କାଳରେ ଭାରତ ବର୍ଷର ଗଭର୍ଣ୍ଣର ଜେନେରାଲ ରହିଥିଲେ। ସେହି ସମୟରେ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଜର୍ଜ ଲାହୋର ଠାରେ ମହାରାଜା ରଣଜିତ ସିଂଙ୍କୁ ଭେଟିଥିଲେ। ଯିଏ ୬ ବର୍ଷ ପୂର୍ବେ ବ୍ରିଟିଶ ସରକରଙ୍କ ସହ ବନ୍ଧୁତା ଚୁକ୍ତି ସ୍ୱାକ୍ଷର କରିଥିଲେ। ମହାରାଜା ରଣଜିତ୍ ସିଂହ, ଯିଏ ଅଧା ଅନ୍ଧ ହୋଇଯାଇଥିଲେ, ସେ କମ ମୂଲ୍ୟ ରହିଥିବା ରତ୍ନ ପିନ୍ଧୁଥିଲେ। ହେଲେ ତାଙ୍କର ଦଳ ବହୁମୂଲ୍ୟ ପଥରରେ ସଜାଯାଇଥିଲା। ମହାରାଜାଙ୍କ ପାଖରେ ଏତେ ରତ୍ନ ଥିଲା ଯେ ସେ ଘୋଡାକୁ ଏକରୁ ଅଧିକ ମୂଲ୍ୟବାନ ରତ୍ନ ସହିତ ସଜାଉଥିଲେ।


ଫନି ଇଡେନ ତାଙ୍କ କାହାଣୀରେ ଲେଖିଛନ୍ତି ଯେ ଯଦି ଆମକୁ ଏହି ରାଜ୍ୟ ଲୁଟିବାକୁ ଅନୁମତି ଦିଆଯାଏ, ତାହେଲେ ମୁଁ ସିଧା ସେମାନଙ୍କ ଘୋଡ଼ାଶାଳକୁ ଯିବି। ବାର ବର୍ଷ ପରେ ମହାରାଜା ରଣଜିତ ସିଂହଙ୍କ ସାନପୁଅ ଦଲ୍ଲୀପ ସିଂହ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିଜେତା ସେନା ସାମ୍ନାରେ ପଞ୍ଜାବ ବିଲୟ ଚୁକ୍ତିରେ ଦସ୍ତଖତ କରିବାକୁ ବାଧ୍ୟ ହୋଇଥିଲେ। ଏହି ପରାଜୟର ଫଳ ସ୍ୱରୂପ ତାଙ୍କୁ ଘୋଡ଼ା, ରତ୍ନ ଅଳଙ୍କାର, ପନ୍ନା ରତ୍ନରୁ ନିର୍ମିତ ବେଲ୍ଟ ଏବଂ ବହୁ ମୂଲ୍ୟବାନ କୋହୀନୂର ରତ୍ନ ଦେବାକୁ ପଡ଼ିଲା। ବର୍ତ୍ତମାନ ସମୟରେ ମଧ୍ୟ ସେହି କୋହୀନୂର ହୀରା ଲଣ୍ଡନ ଟାୱାର ଠାରେ ରାଣୀ ଏଲିଜାବେଥଙ୍କ ମୁକୁଟରେ ପ୍ରଦର୍ଶିତ ହେଉଛି।