ଦୁନିଆରେ ଆଉ ଏକ ନୂଆ ମହାମାରୀର ଆରମ୍ଭ, କୋରୋନା ଭଳି ଲକ୍ଷଣ; ରୋଗୀଙ୍କୁ ଆଇସୋଲେଟ ହେବାକୁ ନିର୍ଦ୍ଦେଶ
Coronavirus: ରିପୋର୍ଟ ଅନୁଯାୟୀ, ଘରେ ଆଇସୋଲେଟ୍ ହେବା ସହିତ ରୋଗୀ ନିଜ ଖାଇବା ବାସନ, ପୋଷାକ ଏବଂ ଶୌଚାଳୟକୁ ମଧ୍ୟ ଅଲଗା କରିବା ଉଚିତ, ଯାହା ଦ୍ୱାରା ଏହି ରୋଗ ଆପଣଙ୍କ ମାଧ୍ୟମରେ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚିପାରିବ ନାହିଁ । ଏହା ସହିତ ଟେଲିଫୋନ୍ ମାଧ୍ୟମରେ ଆପଣଙ୍କ ପରିବାର ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇ ଆପଣଙ୍କ ଚିକିତ୍ସା ମଧ୍ୟ ଆରମ୍ଭ କରିବା ଆବଶ୍ୟକ ।
ନୂଆଦିଲ୍ଲୀ: Coronavirus: ଗତ ୨ ବର୍ଷ ଧରି ସମଗ୍ର ଦୁନିଆ କୋରୋନା ମହାମାରୀ (COVID-19 Epidemic) ସହିତ ଲଢୁଛି । ଏହି ରୋଗ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆରୁ ବିଲୋପ ହୋଇନାହିଁ କି ବିଶ୍ୱରେ ଆଉ ଏକ ମହାମାରୀ (Epidemic) ଏଣ୍ଟ୍ରି ମାରିଛି । ଏହି ରୋଗର ଲକ୍ଷଣ ମଧ୍ୟ କୋରୋନା ସହିତ ସମାନ । ଏଥିପାଇଁ ପ୍ରାରମ୍ଭରେ ଏହା ଜାଣିବା କଷ୍ଟକର ହେବ ଯେ ପ୍ରକୃତରେ ଏହି ରୋଗ କ'ଣ ।
ଡେଲି ମିରର (Daily Mirror) ର ରିପୋର୍ଟ ଅନୁଯାୟୀ, କୋରୋନା ଭୂତାଣୁ (Coronavirus) ମହାମାରୀର ୩ଟି ସାଧାରଣ ଲକ୍ଷଣ ଅଛି । ଏଥିମଧ୍ୟରେ କାଶ, ସ୍ୱାଦ ଏବଂ ଗନ୍ଧ ଜାଣି ନ ପାରିବା ଏବଂ ଜ୍ୱର ହେବା ସାମିଲ ଅଛି ।
ମେଡିକାଲ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଦୁନିଆରେ ରାଇନୋଭାଇରସ (Rhinovirus) ର ଏକ ନୂତନ ରୋଗ ବ୍ୟାପିବାରେ ଲାଗିଛି । ଏହାର ଲକ୍ଷଣ ମଧ୍ୟ କୋରୋନା ସହିତ ସମାନ । ଏଭଳି ପରିସ୍ଥିତିରେ ଏହି ଲକ୍ଷଣଗୁଡିକ ଦେଖିବା ପରେ ମଧ୍ୟ ଆପଣଙ୍କ କୋରୋନା ପରୀକ୍ଷା ନକାରାତ୍ମକ ଆସିଲେ ମଧ୍ୟ ଆପଣ ବିପଦରେ ପଡ଼ିପାରନ୍ତି । ଆପଣ ରାଇନୋଭାଇରସ୍ ଦ୍ୱାରା ସଂକ୍ରମିତ ହୋଇପାରନ୍ତି, ଯାହା ଆପଣଙ୍କ ମାଧ୍ୟମରେ ଅନ୍ୟମାନଙ୍କ ନିକଟରେ ବିସ୍ତାର ହୋଇପାରେ ।
ବେଲଫାଷ୍ଟ ଲାଇଭ (Belfast Live) ର ରିପୋର୍ଟ ଅନୁଯାୟୀ, ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ (UK Health Department) ଦୁଇଟି ଭୂତାଣୁ ମଧ୍ୟରେ ପାର୍ଥକ୍ୟ କହିବା ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିଛି । ଯାହା ଦ୍ୱାରା ଲୋକମାନଙ୍କୁ ଏହା ବିଷୟରେ ଅବଗତ କରାଗଲେ ଏହି ସଂକ୍ରାମକ ରୋଗ ବିସ୍ତାର ହୋଇପାରିବ ନାହିଁ ।
ବ୍ରିଟିଶ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ଗାଇଡଲାଇନ ଅନୁଯାୟୀ, ଯଦି କୋରୋନା ପରୀକ୍ଷା ନେଗେଟିଭ୍ ଆସିବା ସତ୍ତ୍ୱେ କ୍ରମାଗତ ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ସମସ୍ୟା ରହିଥାଏ, ତେବେ ଏହା ରୋହିନୋଭାଇରସର ଲକ୍ଷଣ ହୋଇପାରେ । ଏପରି ପରିସ୍ଥିତିରେ ସଂକ୍ରମିତ ହେବା ପରେ ବାହାରକୁ ଯିବା ପରିବର୍ତ୍ତେ ନିଜକୁ ଅଲଗା ବା ଆଇସୋଲେଟ୍ କରିବା ଉଚିତ୍ । ଯାହାଦ୍ୱାରା ଏହି ଭୂତାଣୁ ବାହାରକୁ ଯାଇପାରିବ ନାହିଁ ।
ଏହା ବି ପଢ଼ନ୍ତୁ:-ତାତି ସାଙ୍ଗକୁ ବର୍ଷା, ରାଜ୍ୟର ଏସବୁ ଜିଲ୍ଲାରେ ବର୍ଷିବ!
ଏହା ବି ପଢ଼ନ୍ତୁ:-ୟୁକ୍ରେନର ମହିଳା ସୈନିକଙ୍କ ସହ ଋଷର ସେନା କରୁଛି ଏହି ଖରାପ କାମ, ଜାଣିଲେ ଉଡ଼ି ଯିବ ଆପଣଙ୍କ ହୋଶ୍!
ଏହା ବି ପଢ଼ନ୍ତୁ:-ଏହି ନେତାଙ୍କ ନେତୃତ୍ୱରେ ୨୦୨୩ର ମଧ୍ୟ ପ୍ରଦେଶ ବିଧାନ ନିର୍ବାଚନ ଲଢ଼ିବ କଂଗ୍ରେସ, ବିଜେପି କହିଲା- ଏହା ରାହୁଲ, ପ୍ରିୟଙ୍କାଙ୍କ ପାଇଁ ଚେତାବନୀ!
ରିପୋର୍ଟ ଅନୁଯାୟୀ, ଘରେ ଆଇସୋଲେଟ୍ ହେବା ସହିତ ରୋଗୀ ନିଜ ଖାଇବା ବାସନ, ପୋଷାକ ଏବଂ ଶୌଚାଳୟକୁ ମଧ୍ୟ ଅଲଗା କରିବା ଉଚିତ, ଯାହା ଦ୍ୱାରା ଏହି ରୋଗ ଆପଣଙ୍କ ମାଧ୍ୟମରେ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚିପାରିବ ନାହିଁ । ଏହା ସହିତ ଟେଲିଫୋନ୍ ମାଧ୍ୟମରେ ଆପଣଙ୍କ ପରିବାର ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇ ଆପଣଙ୍କ ଚିକିତ୍ସା ମଧ୍ୟ ଆରମ୍ଭ କରିବା ଆବଶ୍ୟକ ।