ୟୁକ୍ରେନର ମହିଳା ସୈନିକଙ୍କ ସହ ଋଷର ସେନା କରୁଛି ଏହି ଖରାପ କାମ, ଜାଣିଲେ ଉଡ଼ି ଯିବ ଆପଣଙ୍କ ହୋଶ୍!
Advertisement
Article Detail0/zeeodisha/odisha1144735

ୟୁକ୍ରେନର ମହିଳା ସୈନିକଙ୍କ ସହ ଋଷର ସେନା କରୁଛି ଏହି ଖରାପ କାମ, ଜାଣିଲେ ଉଡ଼ି ଯିବ ଆପଣଙ୍କ ହୋଶ୍!

Russia-Ukraine War: ମାନବାଧିକାର ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ବନ୍ଦୀମାନଙ୍କ ସହ ଋଷର ସେନା ମାରପିଟ କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ଗତ ଏକ ସପ୍ତାହ ଧରି ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏହା ପରେ ଉଭୟ ପକ୍ଷ ୮୬ ଜଣ କଏଦୀଙ୍କୁ ମୁକ୍ତ କରିଥିଲେ ।

ୟୁକ୍ରେନର ମହିଳା ସୈନିକଙ୍କ ସହ ଋଷର ସେନା କରୁଛି ଏହି ଖରାପ କାମ, ଜାଣିଲେ ଉଡ଼ି ଯିବ ଆପଣଙ୍କ ହୋଶ୍!

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଜାରି ଯୁଦ୍ଧରେ ଋଷର ସୈନିକମାନେ (Russian Soldiers) ଅତ୍ୟାଚାରର ସମସ୍ତ ସୀମା ଲଙ୍ଘିଛନ୍ତି । ଦିନକୁ ଦିନ ଋଷ ସେନା (Russian Army) ର ଅତ୍ୟାଚାର ବଢ଼ିବାରେ ଲାଗିଛି । ଏହି ସମୟରେ ୟୁକ୍ରେନ କହିଛି ଯେ ଋଷର ସେନା ସହ ମୁକାବିଲା କରୁଥିବା ସମୟରେ ଧରାପଡ଼ିଥିବା ୟୁକ୍ରେନ ମହିଳା ସୈନିକମାନ (Ukrainian Women Soldiers) ଙ୍କୁ ନିର୍ଯାତନା ଦିଆଯାଉଛି । ଦାବି କରାଯାଇଛି ଯେ ୧୨ରୁ ଅଧିକ ୟୁକ୍ରେନ ମହିଳା ସୈନିକ ଋଷ ସେନାରେ କବଜାରେ ଅଛନ୍ତି । ଋଷର ସେନା ସେମାନଙ୍କୁ ନିର୍ଯାତନା ଦେଉଛନ୍ତି ଓ ସେମାନେ ଭୟଙ୍କର ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି ।

ବାସ୍ତବରେ, ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଋଷର ସେନା (Russian Troops) ଶୁକ୍ରବାର ୧୫ ଜଣ ମହିଳା ସୈନିକଙ୍କ ସମେତ ୮୬ ୟୁକ୍ରେନ ସୈନିକ (Ukrainian Soldiers) ଙ୍କୁ ମୁକ୍ତ କରିଛି । ଏହି ସମୟରେ ଜଣେ ୟୁକ୍ରେନ ମାନବାଧିକାର ଅଧିକାରୀ ଦାବି କରିଛନ୍ତି ଯେ, ଋଷ ଦ୍ୱାରା କଏଦ ହୋଇଥିବା ୟୁକ୍ରେନ ମହିଳା ସୈନିକମାନଙ୍କୁ (Ukrainian Women Soldiers) ପ୍ରଥମେ ବେଲାଋଷ ( Belarus) ପରେ ପରେ ଋଷର ବ୍ରିୟାଂସ୍କ ସ୍ଥିତ ଏକ ପ୍ରି-ଟ୍ରାଏଲ ଡିଟେଣ୍ଟଶନ ସେଣ୍ଟରକୁ ନିଆଯାଇଛି । ସେଠାରେ ସେମାନଙ୍କୁ ଧମକ ଦିଆଯାଇଛି ଓ ବିଭିନ୍ନ ପ୍ରକାରର ନିର୍ଯାତନା ଦିଆଯାଉଛି ।

ୟୁକ୍ରେନିଅନ୍ ପାର୍ଲିଆମେଣ୍ଟ କମିଶନର ଫର୍ ହ୍ୟୁମ୍ୟାନ୍ ରାଇଟ୍ସ, ଲ୍ୟୁଡମେଲା ଡେନିସୋଭା ମଙ୍ଗଳବାର ନିଜ ଅଫିସିଆଲ ଟେଲିଗ୍ରାମ ପେଜରେ କହିଛନ୍ତି ଯେ ମହିଳା ସୈନିକମାନଙ୍କୁ ପୁରୁଷଙ୍କ ସାମ୍ନାରେ ନିବସ୍ତ୍ର କରାଯାଇଥିଲା, କେଶ କାଟି ଦିଆଯାଇଥିଲା ଏବଂ ସେମାନଙ୍କୁ ସେହି ଅବସ୍ଥାରେ ପଚରାଉଚରା କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ଋଷର ସୈନ୍ୟବାହିନୀ ଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ମାମଲାର ଅନୁସନ୍ଧାନ ପାଇଁ ମିଳିତ ଜାତିସଂଘ କମିଶନ (United Nations Commission) ଙ୍କୁ ମଧ୍ୟ ଅପିଲ କରାଯାଇଛି । ବିଶେଷଜ୍ଞମାନଙ୍କୁ ଏହି ଅନୁସନ୍ଧାନରେ ସାମିଲ କରାଇବା ପାଇଁ ଦାବି କରାଯାଇଛି ।

ଏହା ବି ପଢ଼ନ୍ତୁ:-ଏହି ନେତାଙ୍କ ନେତୃତ୍ୱରେ ୨୦୨୩ର ମଧ୍ୟ ପ୍ରଦେଶ ବିଧାନ ନିର୍ବାଚନ ଲଢ଼ିବ କଂଗ୍ରେସ, ବିଜେପି କହିଲା- ଏହା ରାହୁଲ, ପ୍ରିୟଙ୍କାଙ୍କ ପାଇଁ ଚେତାବନୀ!

ଏହା ବି ପଢ଼ନ୍ତୁ:-ଖେଚୁଡ଼ି ଖାଇ ଶନିଙ୍କୁ କରାନ୍ତୁ ଶାନ୍ତ, ଦୂରେଇ ଯିବ ସବୁ ସମସ୍ୟା

ଏହା ବି ପଢ଼ନ୍ତୁ:-ପୁରୁଷମାନେ ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

 

ମାନବାଧିକାର ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ବନ୍ଦୀମାନଙ୍କ ସହ ଋଷର ସେନା ମାରପିଟ କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ଗତ ଏକ ସପ୍ତାହ ଧରି ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏହା ପରେ ଉଭୟ ପକ୍ଷ ୮୬ ଜଣ କଏଦୀଙ୍କୁ ମୁକ୍ତ କରିଥିଲେ ।